ETV Bharat / state

ଏକାଠି ନୂଆଁଖାଇ ପାଳନ କଲେ ସମସ୍ତ ଗ୍ରାମବାସୀ

author img

By

Published : Sep 1, 2022, 11:02 PM IST

ନୂଆଁଖାଇ ପାଳନ କଲେ ସମସ୍ତ ଗ୍ରାମବାସୀ
ନୂଆଁଖାଇ ପାଳନ କଲେ ସମସ୍ତ ଗ୍ରାମବାସୀ

ଚଳିତ ବର୍ଷ ନୂଆଁଖାଇରେ ଏକତା ଓ ଭାଇଚାରାର ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକର ଡଙ୍ଗାପାଲ ଗାଁ ଲୋକେ । ଅଧିକ ପଢନ୍ତୁ

ସମ୍ବଲପୁର: ନୂଆଁଖାଇ ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ । ଏହାକୁ ପଶ୍ଚିମ ଓଡିଶାର ସବୁଠାରୁ ବଡ଼ ପର୍ବ ବା ବଡ଼ଖା ତିହାର ବୋଲି କୁହାଯାଏ । ପଶ୍ଚିମ ଓଡିଶାର ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ଏହି ପର୍ବ ସମ୍ପୂର୍ଣ୍ଣ ରୂପେ କୃଷି ଭିତ୍ତିକ ଅଟେ । ଏଥିରେ ପାରିବାରିକ, ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ପ୍ରତିଫଳନ ହୋଇଥାଏ । ପ୍ରକୃତି ପୂଜା, ବଡଙ୍କୁ ସମ୍ମାନ, କନିଷ୍ଠଙ୍କୁ ଆଦର ଓ ଏକତାବଦ୍ଧ ଜୀବନ ଶୈଳୀର ବର୍ତ୍ତା ଦେଇଥାଏ । ପ୍ରତ୍ୟେକ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜାର ପରବର୍ତ୍ତୀ ଦିନରେ ନୂଆଁଖାଇ ପାଳିତ ହୁଏ ।

ନୂଆଁଖାଇ ପାଳନ କଲେ ସମସ୍ତ ଗ୍ରାମବାସୀ

ଚଳିତ ବର୍ଷ ନୂଆଁଖାଇ ରେ ଏକତା ଓ ଭାଇଚାରାର ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ର ଡଙ୍ଗାପାଲ ଗାଁ ଲୋକେ । ଜିଲ୍ଲାର ଯୁଜୁମୁରା ବ୍ଳକ ଡଙ୍ଗାପାଲ ଗ୍ରାମରେ ଥିବା ୧୭୦ ଟି ପରିବାର ର ୭୦୦ ରୁ ଉର୍ଦ୍ଧ ଲୋକେ ଏକତ୍ରିତ ହୋଇ ନବାନ୍ନ ଏକା ସାଥିରେ ଖାଇ ଏକ ନିଆରା ନୂଆଁଖାଇର ଉଦାହରଣ ପେସ କରିଛନ୍ତି ।

ଯୁଜୁମୁରା ଡ଼ଙ୍ଗାପାଳ ଗାଁ ଲୋକେ ନିଜ ନିଜ ଘରେ ଇଷ୍ଟ ଦେବା ଦେବୀ ଙ୍କ ଠାରେ ପୂଜା କରି ସାରିବା ପରେ ଗାଁ ମୁଣ୍ଡରେ ସମସ୍ତ ଆବାଳ ବୄଦ୍ଧ ବନିତା ସମସ୍ତେ ମିଳିତ ଭାବରେ ନବାନ୍ନ ଖାଇ ସମାଜକୁ ଏକତା ସୁତ୍ରରେ କିଭଳି ରଖିହୁଏ ସେନେଇ ନିଆରା ବାର୍ତ୍ତା ଦେଇଥିଲେ । ଏଥିସହ ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ପାଇଁ ପ୍ରଥମ ଥର ପାଇଁ ଏଭଳି ପ୍ରୟାସ କରିଛନ୍ତି ଡଙ୍ଗାପାଲ ଗ୍ରାମବାସୀ। ତେବେ ସମ୍ବଲପୁର ର ଏହି ଗାଁ ର ନିଆରା ନୂଆଁଖାଇ ଏବେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ବହୁ ଲୋକଙ୍କ ପାଇଁ ପ୍ରେରଣାଦାୟୀ ମଧ୍ୟ ହୋଇଛି।

ସେହିପରି ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଭୋଗ ଲାଗିଥିଲା । ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଥିଲା । ଏହା ପରେ ଭକ୍ତ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହ ନବାନ୍ନ ଅର୍ପଣ କରି ଘରେ ନିଜର ଇଷ୍ଟ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରିବା ପରେ ନୂଆଁଖାଇ ପାଳନ କରିଥିଲେ ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.