ETV Bharat / state

2 ବର୍ଷ ପରେ ମାଆ କୋଳକୁ ଫେରିଲା ଝିଅ, ଷ୍ଟେସନରେ ଛାଡ଼ିଦେଇଥିଲେ ବାପା

author img

By

Published : Dec 3, 2022, 1:41 PM IST

ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇ ଝିଅକୁ ସମ୍ବଲପୁର ସ୍ଥିତ ହୀରାକୁଦ ଷ୍ଟେସନରେ ଛାଡ଼ି ଦେଇଥିଲେ ବାପା । 2 ବର୍ଷ ପରେ ହଜିଲା ଝିଅକୁ ଫେରି ପାଇଲେ ମାଆ । ଅଧିକ ପଢ଼ନ୍ତୁ

sambalpur cwc handover rescue girl to mother
2 ବର୍ଷ ପରେ ମାଆ କୋଳକୁ ଫେରିଲା ଝିଅ, ଷ୍ଟେସନରେ ଛାଡ଼ିଦେଇଥିଲେ ବାପା

ସମ୍ବଲପୁର: 2 ବର୍ଷ ପରେ ହଜିଲା ଝିଅକୁ ଫେରିପାଇଲେ ମାଆ । ଝିଅକୁ ପାଇ ମାଆ ଆତ୍ମ ବିଭୋର ହୋଇପଡ଼ିଛନ୍ତି । ଦୁଇ ବର୍ଷ ପୂର୍ବେ ବାପା, ମାଆଙ୍କ ମଧ୍ୟରେ ଝଗଡା ହେବାରୁ ବାପା ଝିଅକୁ ନେଇ ସମ୍ବଲପୁର ପଳାଇ ଆସିଥିଲେ ଏବଂ ହୀରାକୁଦ ଷ୍ଟେସନରେ ଛାଡ଼ି ଦେଇଥିଲେ । 2019 ଜୁଲାଇ 8 ତାରିଖରେ ଝିଅଟିକୁ ଉଦ୍ଧାର କରାଯାଇଥିଲା ।

2 ବର୍ଷ ପରେ ମାଆ କୋଳକୁ ଫେରିଲା ଝିଅ

ସୂଚନା ଅନୁଯାୟୀ, ଦୁଇ ବର୍ଷ ତଳେ ଝିଅର ବାପା ଓ ମାଆଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ଝିଅର ବାପା ଝିଅକୁ ଧରି ସମ୍ବଲପୁର ପଳେଇ ଆସିଥିଲେ । ଏହାପରେ ଝିଅଟିକୁ ତାଙ୍କ ବାପା ହୀରାକୁଦ ଷ୍ଟେସନରେ ଛାଡି ଦେଇଥିଲେ । ପରବର୍ତ୍ତୀ ସମୟରେ ଝିଅର ବାପାଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଝିଅଟିକୁ ହୀରାକୁଦ ରେଳ ଷ୍ଟେସନରେ ଏକୁଟିଆ ବୁଲୁଥିବାର ଦେଖି "ସ୍ୱଇଚ୍ଛା" ସ୍ବେଚ୍ଛାସେବୀ ଅନୁଷ୍ଠାନର କେତେକ ସଦସ୍ୟ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲେ ।

ଏହା ପରେ ଚାଇଲ୍ଡ ଲାଇନ ସଦସ୍ୟ ଝିଅଟିକୁ CWCରେ ( Child Welfare Committee) ଉପସ୍ଥାପନ କରିଥିଲେ । ପଚରା ଉଚରା ପରେ ପ୍ରଥମେ କିଛି ସୂଚନା ନମିଳିବାରୁ ତାକୁ ଛାନପାଲି ସ୍ଥିତ ଆଶ୍ରମରେ ତାକୁ ରଖାଯାଇଥିଲା । ତେବେ କାଉନସେଲିଂ କରିବା ପରେ ଝିଅଟି ନିଜର ବାପା,ମାଆଙ୍କ ନା କହିବା ସହ ଅନୁଗୋଳ ଜିଲ୍ଲା ଜେରେଙ୍ଗ, ଦେହୁରିସାହି ତାଙ୍କ ଘର ବୋଲି କହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଜଙ୍ଗଲ ସୁରକ୍ଷା ଚିନ୍ତା, ଜଙ୍ଗଲ ଉପରେ ନିର୍ଭର ବ୍ୟକ୍ତିଙ୍କୁ ନିଯୁକ୍ତି ତାଲିମ ଦେଉଛି ବନବିଭାଗ

ଏହାପରେ ସମ୍ବଲପୁର CWC ଅନୁଗୋଳ CWC ସହ ଯୋଗାଯୋଗ କରି ଝିଅର ଘର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ମଧ୍ୟ କରିଥିଲା । ଖବର କାଗଜରେ ଏନେଇ ପବ୍ଲିକେସନ ଦିଆଯାଇଥିଲା । ତେବେ କୌଣସି ଫଳ ମିଳିନଥିଲା । ତେବେ ପରବର୍ତ୍ତୀ ସମୟରେ ଝିଅର ମାଆ ରୁନୁ ନାଏକ ନିଜର କେତେକ ସମ୍ପର୍କୀୟଙ୍କ ଜରିଆରେ ଝିଅ ସମ୍ବଲପୁରରେ ଥାଇ ପାରେ ବୋଲି ଜାଣି ସମ୍ବଲପୁର CWCରେ ପହଞ୍ଚିଥିଲେ । ଏନେଇ CWC ସଦସ୍ୟ କହିଛନ୍ତି, " ଝିଅଟିକୁ ଜୁଲାଇ 8 ,2019 ରେ ହୀରାକୁଦ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା । କାଉନସେଲିଂ ପରେ ଝିଅର ଠିକଣା ଜଣାପଡ଼ିଥିଲା । ଏହାପରେ CWC ଝିଅକୁ ମାଆଙ୍କ ସହ ଭିଡିଓ କଲ ଜରିଆରେ କଥା କରାଇଥିଲେ । ଝିଅ ମାଆଙ୍କୁ ଚିହ୍ନିବା ପରେ ଆଇନଗତ ପ୍ରକ୍ରିୟା ଅନୁସାରେ ରୁନୁ ନାଏକଙ୍କୁ ତାଙ୍କର ଝିଅକୁ ଫେରେଇ ଦିଆଯାଇଥିଲା ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.