ETV Bharat / state

ୟୁଟ୍ୟୁବ ଦେଖାଇଲା ରୋଜଗାରର ବାଟ, ପିଜୁଳି ଚାଷ କରି ଲାଭବାନ ହେଲେ ଦମ୍ପତି

author img

By

Published : Aug 15, 2023, 5:54 PM IST

ୟୁଟ୍ୟୁବ ଦେଖାଇଲା ରୋଜଗାରର ବାଟ । ୟୁଟ୍ୟୁବ ଦେଖି ସଫଳ ଚାଷୀ ହୋଇପାରିଛନ୍ତି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ,କିସିଣ୍ଡା ପଞ୍ଚାୟତର ଫଟାମୁଣ୍ଡା ଗାଁର ଦମ୍ପତି ଯଜ୍ଞଶିନୀ କୁଅଁର ଓ ତାଙ୍କ ସ୍ୱାମୀ ମହେନ୍ଦ୍ର କୁଅଁର l ଜୈବିକ ପଦ୍ଧତିରେ ପିଜୁଳି ଓ କାଜୁ ଚାଷ କରି ବେଶ ଲାଭବାନ ହୋଇପାରିଛନ୍ତି । ଅଧିକ ପଢ଼ନ୍ତୁ

farmer cultivating guava in sambalpur
ୟୁଟ୍ୟୁବ ଦେଖାଇଲା ରୋଜଗାରର ବାଟ
ୟୁଟ୍ୟୁବ ଦେଖାଇଲା ରୋଜଗାରର ବାଟ

ସମ୍ବଲପୁର: ଲୋକକଥା ରହିଛି ଚାଷ କାମ ଯାହାର କି ଆନନ୍ଦ ତାହାର । ପରିଶ୍ରମ ଏବଂ କିଛି କରିବାର ଅଭିଳାଷ ମଣିଷକୁ ସଫଳ କରିଥାଏ । ଆଉ ପରିଶ୍ରମ କରି ଫଳାଇଛନ୍ତି ସୁନାର ଫସଲ । ଆଉ ୟୁଟ୍ୟୁବ ତାଙ୍କୁ ଏହି ସଫଳତାର ବାଟ ଦେଖାଇଛି । ୟୁଟ୍ୟୁବ ଦେଖି ସଫଳ ଚାଷୀ ହୋଇପାରିଛନ୍ତି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ,କିସିଣ୍ଡା ପଞ୍ଚାୟତର ଫଟାମୁଣ୍ଡା ଗାଁର ଦମ୍ପତି ଯଜ୍ଞଶିନୀ କୁଅଁର ଓ ତାଙ୍କ ସ୍ୱାମୀ ମହେନ୍ଦ୍ର କୁଅଁର l ପାରମ୍ପାରିକ ପୁରୁଣା ଚାଷ ପଦ୍ଧତି ଛାଡି ଜୈବିକ ପଦ୍ଧତିରେ ପିଜୁଳି ଓ କାଜୁ ଚାଷ କରି ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ପାଇଁ ଏହି ଚାଷୀ ଦମ୍ପତି ଏବେ ପ୍ରେରଣା ପାଲଟିଛନ୍ତି l

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ,କିସିଣ୍ଡା ଗ୍ରାମପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ଚାଷୀ ମହେନ୍ଦ୍ର କୁଅଁର ଓ ତାଙ୍କ ସ୍ତ୍ରୀ ଯଜ୍ଞଶିନୀ କୁଅଁର l ପୂର୍ବରୁ ଏହି ଦମ୍ପତି ପାରମ୍ପରିକ ପୁରୁଣା ପଦ୍ଧତିରେ ଧାନ ଚାଷ କରି ଆସୁଥିଲେ l ହେଲେ ଚାଷରେ ଏତେଟା ଲାଭ ମିଳି ପାରୁନଥିଲା l ଜଣେ ସଫଳ ଚାଷୀ ହେବା ପାଇଁ ତାଙ୍କର ଦୃଢ ଇଚ୍ଛାଶକ୍ତି ଥିଲା l ଦିନେ ନିଜ ମୋବାଇଲରେ ୟୁଟ୍ୟୁବରେ ଦେଖୁ ଦେଖୁ "ତାଇ-7"ପିଜୁଳୀ ଚାଷ ଓ କାଜୁ ଚାଷ କିପରି ହୋଇଥାଏ ତାର ଏକ ଭିଡ଼ିଓ ଦେଖିଥିଲେ ମହେନ୍ଦ୍ର l ଶେଷରେ ୟୁଟ୍ୟୁବରୁ ପ୍ରେରଣା ପାଇ ଆରମ୍ଭ କରିଥିଲେ ଜୈବିକ ପିଜୁଳୀ ଓ କାଜୁ ଚାଷ l ନିଜର 2 ଏକର ଜମିରେ ସେ 2 ହଜାର ଗୋଟି "ତାଇ - 7" ପିଜୁଳୀ ଚାରା ଗଛ ଲଗାଇଥିଲେ l ତେବେ ଏଥିରେ କୌଣସି ରାସାୟନିକ ସାର ପ୍ରୟୋଗ ହୋଇନଥିଲା l ଏଥିରେ ସେ ସୋରିଷ ଓ ଲିମ୍ବ ପୀଡୁଆର ଜୈବିକ ଖତ ପ୍ରୟୋଗ କରିଥିଲେ l ଗୋଟିଏ ଗୋଟିଏ ଚାରା ଗଛକୁ ସେ 250 ଟଙ୍କା ଦେଇ ଚାରା ଗଛ ଆଣି ଜମିରେ ଲଗାଇଥିଲେ l ଏଥିରେ ତାଙ୍କର ମୋଟ 5 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା l ଅନ୍ୟପଟେ ଆହୁରି 3 ଏକର ଜମିରେ ସେ ଜୈବିକ ପଦ୍ଧତିରେ କାଜୁ ଚାଷ ମଧ୍ୟ କରିଛନ୍ତି l ଏବେ ଗଛ ଗୁଡିକ ବଡ ହୋଇ ଫଳ ଧରିବା ଆରମ୍ଭ କରିଲାଣି l

ଏହା ମଧ୍ୟ ପଢ଼ନ୍ତୁ: ଅଦିନରେ ଫଳୁଛି ପେନ୍ଥା ପେନ୍ଥା ଟମାଟୋ, ବର୍ଷା ଦିନେ ବିଲାତି ଫଳାଇ ଚର୍ଚ୍ଚାରେ ଅନୁଗୋଳ ଚାଷୀ

ମହେନ୍ଦ୍ରଙ୍କ ଏହି ଚାଷ କାମରେ ତାଙ୍କ ସ୍ତ୍ରୀ ଯଜ୍ଞଶିନୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଛି l ସ୍ତ୍ରୀ ସ୍ଥାନୀୟ ସମିତି ସଭ୍ୟା ହୋଇଥିବା ବେଳେ ନିଜର କର୍ତ୍ତବ୍ୟରୁ ଟିକିଏ ଅବସର ମିଳିଲେ ସ୍ୱାମୀଙ୍କ ସହିତ ଚାଷ ଜମିକୁ ଯାଇ ଚାଷ କାମରେ ସହଯୋଗ କରନ୍ତି । ଏହି "ତାଇ- 7"ପିଜୁଳୀ ଚାଷର ବିଶେଷତ୍ୱ ହେଉଛି ଏହା ବର୍ଷକରେ ୩ ଥର ଫଳ ଅମଳ କରିଥାଏ l ଉକ୍ତ ଚାଷ ଦ୍ୱାରା ଚାଷୀମାନେ ବାର୍ଷିକ ଲକ୍ଷଲକ୍ଷ ଟଙ୍କା ରୋଜଗାର କରି ଲାଭବାନ ହେଉଥିବା ବେଳେ, ସେ ମଧ୍ୟ ଭଲ ଫସଲ ନେଇ ଆଶା ରଖିଛନ୍ତି l ଏଭଳି ଅର୍ଥକାରୀ ଚାଷ କରି ସେ ନିଜେ ଲାଭବାନ ହେବାସହ ସ୍ଥାନୀୟ ଅଞ୍ଚଳର 10 ଜଣ ଲୋକଙ୍କୁ ରୋଜଗାର ମଧ୍ୟ ଯୋଗାଇଛନ୍ତି l ମହେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.