ETV Bharat / state

ବିରୋଧୀ ଦଳନେତା ଯାହା କରିଛନ୍ତି ଠିକ: ଜିଲ୍ଲା ବିଜେପି

author img

By

Published : Feb 3, 2023, 6:26 PM IST

ନବଙ୍କ ହତ୍ୟା ପରେ ଏହାର ପ୍ରଭାବ ସମ୍ବଲପୁରରେ ପଡ଼ିଛି । ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଅଭିଯୋଗ କରିଆସୁଛନ୍ତି । ଏଭଳି ସ୍ଥିତିରେ ବର୍ତ୍ତମାନ ସେ ନିଜର ପିଏସଓ ଫେରାଇ ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ବିରୋଧୀ ଦଳନେତା ଯାହା କରିଛନ୍ତି ଠିକ: ଜିଲ୍ଲା ବିଜେପି

ସମ୍ବଲପୁର: ଗତ ରବିବାର 29 ତାରିଖରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରିବା ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ଆଜି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପିଏସଓ ଫେରାଇ ଦେଇଛନ୍ତି । ଏନେଇ ସମ୍ବଲପୁରଠାରେ ବିଜେପିର କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।

ଏହାବି ପଢନ୍ତୁ- Naba Das Murder Case: ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇଦେଲେ ବିରୋଧୀଦଳ ନେତା

ନବଙ୍କ ହତ୍ୟା ପରେ ଏହାର ପ୍ରଭାବ ସମ୍ବଲପୁରରେ ପଡିଛି । ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଅଭିଯୋଗ କରିଆସୁଛନ୍ତି । ଏହି ଭଳି ସ୍ଥିତିରେ ବର୍ତ୍ତମାନ ସେ ନିଜର ପିଏସଓ ଫେରାଇ ଦେଇଛନ୍ତି । ଏନେଇ ସମ୍ବଲପୁର ବିଜେପି କହିଛି ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସର ଉପସ୍ଥିତିରେ ପୋଲିସ ହତ୍ୟା କଲା । ମନ୍ତ୍ରୀଙ୍କୁ ପୋଲିସ ସୁରକ୍ଷା ଦେଇପାରିଲା ନାହିଁ । ତେଣୁ ପୋଲିସ ସୁରକ୍ଷା ବ୍ୟବସ୍ଥା ଉପରେ କିପରି ଭରଷା କରାଯାଇପାରିବ । ଏଥିପାଇଁ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଯାହା କରିଛନ୍ତି ଠିକ କରିଛନ୍ତି ବୋଲି ଜିଲ୍ଲା ବିଜେପି କହିଛି ।

ଏହାବି ପଢନ୍ତୁ- ଏୟାରଲିଫ୍ଟ ହେବା ବେଳକୁ ନବଙ୍କ ଜୀବନ ଚାଲିଯାଇଥିଲା କି ? କଣ କହୁଛି ECG ରିପୋର୍ଟ

ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ରାଜନେତାଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ସାରା ପଶ୍ଚିମାଞ୍ଚଳରେ ଅସନ୍ତୋଷ ଲାଗି ରହିଛି । ଘଟଣାର ନିନ୍ଦା କରାଯିବା ସହ ପ୍ରତିବାଦ କରି କୋଶଳ ସେନା ବିକ୍ଷୋଭ କରିଛି । ଆଜି ସମ୍ବଲପୁର ଆରଡିସି ଅଫିସ ନିକଟରେ କୋଶଳ ସେନାର କର୍ମୀମାନେ ଏହି ଘଟଣାର ପ୍ରତିବାଦ କରି ରାଜ୍ୟ ସରକାରଙ୍କ ବିରୋଧୀ ନାରା ଦେଇଥିଲେ । ଶାସକ ଦଳ ହିଁ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଇଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଠିକ ବୋଲି କହିଛି କୋଶଳ ସେନା । ଯଦି ରାଜ୍ୟ ସରକାରଙ୍କ ପୋଲିସ ମନ୍ତ୍ରୀଙ୍କୁ ହତ୍ୟା କରେ ତେବେ ପୋଲିସର ସୁରକ୍ଷାକୁ କିଏ ବିଶ୍ୱାସ କରିବ ବୋଲି କୋଶଳ ସେନା କର୍ମୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ 29 ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳି ମାରିବା ପରେ ଏହାକୁ ନେଇ ଜୟ ନାରାୟଣ ମିଶ୍ର ବାରମ୍ବାର ପୋଲିସ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.