ETV Bharat / state

ହାଇକୋର୍ଟ ବାରର ସ୍ଥାୟୀ ବେଞ୍ଚ ବିରୋଧକୁ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା

author img

By

Published : May 19, 2022, 9:38 PM IST

ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ କଟକ ହାଇକୋର୍ଟ ବାର ଆସୋସିଏସନ ବିରୋଧ କରିବା ପରେ ଏନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ସଭାପତି ସୁରେଶ୍ବର ମିଶ୍ର । ଅଧିକ ପଢନ୍ତୁ

ହାଇକୋର୍ଟ ବାରର ସ୍ଥାୟୀ ବେଞ୍ଚ ବିରୋଧକୁ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା
ହାଇକୋର୍ଟ ବାରର ସ୍ଥାୟୀ ବେଞ୍ଚ ବିରୋଧକୁ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା

ସମ୍ବଲପୁର: ରାଜ୍ୟରେ ଆଉ 2ଟି ହାଇକୋର୍ଟ ବେଞ୍ଚର ଆବଶ୍ୟକତା ରହିଛି । ଏଥିପାଇଁ ରାଜ୍ୟ ସରକାର 2013ରୁ କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ଜଣାଇସାରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗିଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ମତ ଲୋଡିଛନ୍ତି । ହାଇକୋର୍ଟ ବିଚାରପତିଙ୍କ ମତାମତ ମିଳିନଥିବାରୁ ଏହା ଅଟକି ରହିଛି । ତେବେ ଯେଉଁମାନେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନାକୁ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବିରୋଧ କରୁଛନ୍ତି, ତାହା ବାସ୍ତବରେ ନିନ୍ଦନୀୟ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ।

ହାଇକୋର୍ଟ ବାରର ସ୍ଥାୟୀ ବେଞ୍ଚ ବିରୋଧକୁ ନେଇ ସମ୍ବଲପୁର ଓକିଲ ସଂଘର ପ୍ରତିକ୍ରିୟା

ତେବେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ରହିଲେ ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.