ETV Bharat / state

ସମଲେଇ ପ୍ରକଳ୍ପର ଉଦଘାଟନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Jan 17, 2024, 10:52 PM IST

Preparation meeting for SAMALEI Project Inauguration: 27 ତାରିଖରେ ମା’ ସମଲେଶ୍ୱରୀଙ୍କ ସମଲେଇ ପ୍ରକଳ୍ପର ଶୁଭ ଉଦଘାଟନ ହେବ l ଅଧିକ ପଢ଼ନ୍ତୁ,

ସମଲେଇ ପ୍ରକଳ୍ପ
ସମଲେଇ ପ୍ରକଳ୍ପ
ସମଲେଇ ପ୍ରକଳ୍ପ

ସମ୍ବଲପୁର : ଆସନ୍ତା 27 ତାରିଖରେ ମା’ ସମଲେଶ୍ୱରୀଙ୍କ ସମଲେଇ ପ୍ରକଳ୍ପର ଶୁଭ ଉଦଘାଟନ ହେବ l ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ l ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି l ହି ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାରୁ ଆସିବେ ଶ୍ରଦ୍ଧାଳୁ । ସେନେଇ ରାଜ୍ୟର ସବୁ ଦେବାଳୟ ଓ ଦେବୀ ପୀଠ ଗୁଡିକୁ ଦେବ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମନ୍ମୟ ବୈଠକ ଅନୁଷ୍ଠିତ ହୋଇଛି l

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମୁଖ୍ୟମନ୍ତ୍ରୀ କରୁଥିବା ବେଳେ ଆସନ୍ତା 27 ତାରିଖରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ୱରୀଙ୍କ ସମଲେଇ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ l ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି l ବର୍ତ୍ତମାନ ସମଲେଇ ଯୋଜନାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ତେବେ ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାରୁ ଶ୍ରଦ୍ଧାଳୁ ଆସିବେ l ଏଥିପାଇଁ ବର୍ତ୍ତମାନ ରାଜ୍ୟର ସବୁ ଦେବାଳୟ ଓ ଦେବୀ ପୀଠ ଗୁଡିକୁ ଦେବ ନିମନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି l ତେବେ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଲୋକ ଯୋଗ ଦେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତରାଞ୍ଚଳ RDC ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସାମନ୍ମୟ ବୈଠକ ଅନୁଷ୍ଠିତ ହୋଇଛି l

ଏହା ମଧ୍ୟ ପଢ଼ନ୍ତୁ... ଅପେକ୍ଷାର ଅନ୍ତ; ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୂର୍ଣ୍ଣାହୁତି ଦେଲେ ଗଜପତି

ଏହି ବୈଠକରେ ନିର୍ମାଣ କାର୍ଯ୍ୟର ସ୍ଥିତି, ଅଗ୍ରଗତି ପ୍ରମୁଖ ନିର୍ମାଣ କାର୍ଯ୍ୟ ସାରିବାକୁ ଆଉ କେତେ ସମୟ ଲାଗିବ, ଟ୍ରାଫିକ ପରିଚାଳନା, ଜନ ଗହଳି ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଆଇନ ଶୃଙ୍ଖଳା ଇତ୍ୟାଦି ଉପରେ ଆଲୋଚନା ହୋଇଛି l ତେବେ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଜଣେ ଲେଖାଏଁ ନୋଡାଲ ଅଫିସର ପଠେଇବାକୁ ପରାମର୍ଶ ଦିଆଯାଇଛି ବୋଲି RDC କହିଛନ୍ତି l ଉତ୍ତରାଞ୍ଚଳ RDC ସୁରେଶ ଚନ୍ଦ୍ର ଦଳେଇ ସୂଚନା ଦେଇଛନ୍ତି, ’’ଆସନ୍ତା 27 ତାରିଖ ପୂର୍ବରୁ କାର୍ଯ୍ୟ ସମ୍ପନ୍ନ ହେବା ନେଇ ଯୋଜନା ପ୍ରସ୍ତୁତ ହୋଇଛି ଓ କାର୍ଯ୍ୟକ୍ରମ କିଭଳି ଶୃଙ୍ଖଳିତ ଭାବେ ହେବ ସେନେଇ ଜିଲ୍ଲା ପ୍ରଶାସନ ତତ୍ୱର ରହିଛନ୍ତି ।’’

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍ତି ଯେ, ’’ଆସନ୍ତା 22 ତାରିଖ ମଧ୍ୟରେ ଫୁଟ ଓଭର ବ୍ରିଜ କାର୍ଯ୍ୟ ଛଡା ସବୁ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ନିର୍ମାଣ କାରୀ ସଂସ୍ଥା ଆଶ୍ୱାସନା ଦେଇଛି ବୋଲି l ସମଲେଇ ଯୋଜନାର ଲୋକାର୍ପଣ ପାଇଁ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଅର୍ପଣ କରାଯାଇଛି l’’ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ସମଲେଇ ଯୋଜନାର ନୋଡାଲ ଅଫିସର ଉମାକାନ୍ତ ରାଜ ପ୍ରମୁଖଙ୍କ ସହ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.