ETV Bharat / state

ସସପେନ୍ସରେ ମା’ ଓ 2 ଛୁଆଙ୍କ ମୃତ୍ୟୁ, ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର କଲା ପୋଲିସ

author img

By

Published : May 14, 2023, 2:03 PM IST

ଧନୁପାଲି ଥାନା ଅଞ୍ଚଳରେ ବନ୍ଦ ଘରୁ ମୃତଦେହ ଉଦ୍ଧାର । ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ । ଅଧିକ ପଢନ୍ତୁ

Triple Murder in Sambalpur
Triple Murder in Sambalpur

Triple Murder in Sambalpur

ସମ୍ବଲପୁର: ଧନୁପାଲି ଥାନା ଅଞ୍ଚଳରେ ତ୍ରିପଲ ମର୍ଡର ଘଟଣା । ଘର ମଧ୍ୟରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଲା ପୋଲିସ । ଆଜି ସକାଳ ସମୟରେ ମାଜିଷ୍ଟ୍ରେଟ, ସଦର ଏସଡିପିଓ ଓ ଧନୁପାଲି ଥାନା ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହକୁ ଘର ବାହାରକୁ ଆଣିଥିଲା । ମୃତକ ମାନଙ୍କ ବେକରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି l ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ତାଙ୍କ 2 ଶିଶୁ ରହିଛନ୍ତି ।

ମୃତ ମହିଳା ହେଉଛନ୍ତି ସାଜିଆ ପରବିନ । ଦେଢ଼ ବର୍ଷ ତଳେ ତାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିଲେ । ଏହାପରେ ସାଜିଆ ନିଜ 2 ପିଲାଙ୍କୁ ନେଇ ସୁନାପାଲି ସ୍ଥିତ ନିଜ ଘରେ ରହି ଆସୁଥିଲେ । ଗତ 6 ମାସ ହେଲା ସଲମାନ ଅହମ୍ମଦ ନାମକ ଜଣେ ଯୁବକ ମହିଳାଙ୍କ ଘରେ ରହୁଥିଲେ । କିନ୍ତୁ ଗତକାଲି (ଶନିବାର) ବନ୍ଦ ଘରୁ ମୃତଦେହ ମିଳିବା ପରେ ସଲମାନ ଫେରାର ହୋଇଯାଇଛନ୍ତି । ଉକ୍ତ ଯୁବକଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । 7 ଦିନ ହେଲା ମୃତ ମହିଳାଙ୍କ ଘର କବାଟ ବାହାର ପଟୁ ବନ୍ଦ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ବନ୍ଦ କୋଠରୀରୁ ମା’ ସହ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସାଜିଆଙ୍କ ବାପ ଘର ଲୋକେ କଲ କରିଥିଲେ ମଧ୍ୟ ଫୋନ ଉଠାଉନଥିଲେ ସାଜିଆ । ଫଳରେ ପରିବାର ଲୋକଙ୍କ ସନ୍ଦେହ ହେବାରୁ ସାଜିଆଙ୍କ ସୁନାପାଲି ସ୍ଥିତ ନିଜ ଘରକୁ ଆସିଥିଲେ । ସେଠାରେ ଘର ତାଲା ପଡିଥିବା ଦେଖି ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ତେବେ ବନ୍ଦ କୋଠରୀରୁ ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ଘରର ତାଲା ଭାଙ୍ଗି ପୋଲିସ 3 ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ସ୍ଥାନୀୟ ଲୋକଙ୍କ ଅନୁସାରେ କିଛି ଦିନ ତଳେ ସଲମାନ ଓ ସାଜିଆଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସୁନାପାଲିର ଏକା ବନ୍ଦ କୋଠରୀରୁ ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଜଣେ ବ୍ୟକ୍ତି ଧନୁପାଲି ଥାନାରେ ସୂଚନା ଦେଇଥିଲେ l ପୋଲିସ ସୂଚନା ପାଇ ମାଜିଷ୍ଟ୍ରେଟ ଓ ପରିବାର ଲୋକଙ୍କ ଉପସ୍ଥିତିରେ କୋଠରୀର ତାଲା ଭାଙ୍ଗି 3 ମୃତଦେହ ଉଦ୍ଧାର କରିଥିଲା । ମୃତକ ମାନେ ହେଲେ ସାଜିଆ ପରବିନ ଓ ତାଙ୍କର 2 ସନ୍ତାନ । ଏହାପରେ ଆଜି ମାଜିଷ୍ଟ୍ରେଟ, ସଦର ଏସଡିପିଓ ଓ ଧନୁପାଲି ଥାନା ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହକୁ ଘର ବାହାରକୁ ଆଣାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପ୍ରାରମ୍ଭିକ ସ୍ଥିତିରୁଏହା ଏକା ହତ୍ୟାକାଣ୍ଡ ବୋଲି ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି ।

ତେବେ କେଉଁ କାରଣରୁ ଏବଂ କିଏ ମହିଳା ଓ ତାଙ୍କ ଦୁଇ ଶିଶୁକୁ ହତ୍ୟା କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ମୃତ ମହିଳାଙ୍କ ବୟସ ପ୍ରାୟ 32 ବର୍ଷ ହୋଇଥିବା ବେଳେ ତାଙ୍କ ମୃତ ପୁଅ ଅବଦୁଲ ରେହେମାନର ବୟସ 9 ଓ ଝିଅ ହମିରା ତାୟିବାର ବୟସ 7 ବର୍ଷ ହେବ ବୋଲି ସୂଚନା ଦେଇଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.