ETV Bharat / state

ଜମା କିଣାବିକା ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ

author img

By

Published : May 31, 2023, 9:50 AM IST

ଜମା କିଣାବିକା ପାଇଁ ଅନଲାଇନ ସ୍ଲଟ ବୁକିଂ ହେଲା ବାଧ୍ୟତାମୂଳକ । ଗ୍ରାହକଙ୍କ ସୁବିଧା ପାଇଁ ଏହି ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଜମା କିଣାବିକା ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ
ଜମା କିଣାବିକା ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ

ଜମା କିଣାବିକା ପାଇଁ ଅନଲାଇନ ସ୍ଲଟ ବୁକିଂ

ସମ୍ବଲପୁର: ବଦଳିଲା ଜମି କିଣାବିକା ନିୟମ । ଏଣିକି ଜମି କିଣାବିକା ପାଇଁ ବାଧ୍ୟତାମୂଳକ ଅନଲାଇନ ସ୍ଲଟ ବୁକିଂ । ଜମିଜମା କିଣାବିକା ଇ-ରେଜିଷ୍ଟ୍ରେସନ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ଭିଡ଼ ସମସ୍ୟା ଦୂର କରିବା, ଦଲାଲମାନଙ୍କ ପ୍ରାଦୁର୍ଭାବ ହ୍ରାସ କରିବା ତଥା ଗ୍ରାହକଙ୍କ ସୁବିଧା ପାଇଁ ସରକାର ଏହି ପରିବର୍ତ୍ତନ କରିଛନ୍ତି । ଅନଲାଇନ ସ୍ଲଟ ବୁକିଂରେ ଯେଉଁ ସମୟ ମିଳିଥିବ ସେହି ସମୟରେ ପଞ୍ଜିକରଣ ହେବ । ଏନେଇ ସମ୍ବଲପୁର ସବ ରେଜିଷ୍ଟରଙ୍କ ପକ୍ଷରୁ ସୂଚନା ମିଳିଛି ।

ସମ୍ବଲପୁର ସବ ରେଜିଷ୍ଟ୍ରରଙ୍କ ସୂଚନା ଅନୁସାରେ, ଜମି କିଣିବା ବିକିବା ଅଥବା ପଞ୍ଜିକରଣ ପାଇଁ ଆଉ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟରେ ଭିଡ଼ ହେବ ନାହିଁ l କାରଣ ଏବେ ଜମିଜମା ସଂକ୍ରାନ୍ତୀୟ କିଣାବିକା ପାଇଁ ଆଗୁଆ ଅନଲାଇନରେ ସ୍ଲଟ ବୁକିଂ କରିବା ବାଧ୍ୟତାମୂଳକ ହୋଇଛି । ବିନା ସ୍ଲଟ ବୁକିଂରେ ଜମି କିଣାବିକା ହୋଇପାରବ ନାହିଁ । ମୁଖ୍ୟତଃ ସମ୍ବଲପୁରରେ ବ୍ୟାପକ ଜମି କିଣାବିକା ପ୍ରକ୍ରିୟା ହେଉଥିବା ବେଳେ ଲୋକମାନେ ଅନେକ ସମୟରେ ଠକେଇର ଶିକାର ହେଉଥିଲେ । ଅନ୍ୟପଟେ ଦଲାଲମାନଙ୍କ ପ୍ରାଦୁର୍ଭାବ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା । ଫଳରେ ସାଧାରଣ ଲୋକଙ୍କ ଅଧିକ ଟଙ୍କା ଓ ସମୟ ନଷ୍ଟ ହେଉଥିଲା । ବର୍ତମାନ ଏହି ନୂତନ ପ୍ରକ୍ରିୟା ଦ୍ବାରାଏହିସବୁ ସମସ୍ୟା ହ୍ରାସ ପାଇବ ବୋଲି ସବରେଜିଷ୍ଟ୍ରର କହିଛନ୍ତି ।

ଏହି ନୂତନ ପ୍ରକ୍ରିୟା ଦ୍ବାରା ଯଦି କୌଣସି ବ୍ୟକ୍ତି ଅନଲାଇନରେ ପଞ୍ଜିକରଣ କରି ସ୍ଲଟ ନେଇ ନଥିବେ ତେବେ ଜମି କିଣାବିକାର ଅନୁମତି ମିଳିବ ନାହିଁ । ବିଶେଷ କ୍ଷେତ୍ରରେ ତତ୍କାଳ ଅନଲାଇନ ସ୍ଲଟ ବୁକିଂର ବ୍ୟବସ୍ଥା ରହିଛି । ଏଭଳି ନିୟମ ଲାଗୁ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ଅଟେ । ଜଣେ ବ୍ୟକ୍ତି ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଜମି କିଣାବିକା ପାଇଁ ନିଜ ସୁବିଧା ଅନୁସାରେ ସମୟ ନେଇପାରିବେ l ଏଭଳି ସ୍ଥିତିରେ ଅଧିକାରୀମାନେ ଜମି କିଣାବିକା କରୁଥିବା ବ୍ୟକ୍ତିଙ୍କ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ପାଇବେ ଓ ଜମି ଜାଲିଆତିରେ ଅଙ୍କୁଶ ଲାଗି ପାରିବ । ପ୍ରକାଶଥାଉ କି, ରାଜ୍ୟର ୨୦୫ଟି ସବ ରେଜିଷ୍ଟ୍ରେସନ କେନ୍ଦ୍ରରେ ଅନଲାଇନ ସ୍ଲଟ ବୁକିଂ କରାଯାଉଛି । ସମ୍ବଲପୁରରେ ଜମି ଠକେଇ ଘଟଣା ବୃଦ୍ଧି ପାଉଥିବା ବେଳେ ଏହି ନିୟମ ଦ୍ବାରା ଏଥିରେ ହ୍ରାସ ଆସିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.