ETV Bharat / state

ଅଘଟଣା ନା ଦାୟିତ୍ବହୀନତା, ବିଦ୍ୟୁତ ଖୁଣ୍ଟରେ ଚଢି ମରାମତି ବେଳେ କର୍ମଚାରୀଙ୍କ ମୃତ୍ୟୁ

author img

By

Published : Jun 22, 2023, 6:49 AM IST

ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଟାଟା ପାୱାରର ଠିକା କର୍ମଚାରୀଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

man dies while repairing power supply line
ବିଦ୍ୟୁତ ଖୁଣ୍ଟରେ ଚଢି ମରାମତି ବେଳେ କର୍ମଚାରୀଙ୍କ ମୃତ୍ୟୁ

ବିଦ୍ୟୁତ ଖୁଣ୍ଟରେ ଚଢି ମରାମତି ବେଳେ କର୍ମଚାରୀଙ୍କ ମୃତ୍ୟୁ

ସମ୍ବଲପୁର: ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ କର୍ମଚାରୀଙ୍କ ଟାଟା ପାୱାରର ଠିକା କର୍ମଚାରୀଙ୍କ ମୃତ୍ୟୁ l ସମ୍ବଲପୁର ସହର କ୍ଷେତରାଜପୁର ଥାନା ଅନ୍ତର୍ଗତ ସମଲେଶ୍ୱରୀ କଲେଜ ସମ୍ମୁଖରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ମୃତକ ଜଣକ ହେଲେ ପଦ୍ମପୁର ଅଞ୍ଚଳର ମୂରତି ବରିହା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: MKCGରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ତଦନ୍ତ ଆରମ୍ଭ କଲା ପୋଲିସ

ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନ ସମୟରେ ସମଲେଶ୍ୱରୀ କଲେଜ ସମ୍ମୁଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢି ମୂରତି କାମ କରୁଥିଲେ । ବିଦ୍ୟୁତ ଲାଇନ ମରାମତି ସମୟରେ ହଠାତ ବିଦ୍ୟୁତ ଆଘାତରେ ଆସିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ଖୁଣ୍ଟରେ ତାଙ୍କ ମୃତଦେହ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ବିଦ୍ୟୁତ ଖୁଣ୍ଟରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ଏହି ଘଟଣା ପାଇଁ ଟାଟା ପାୱାର ଦାୟୀ । ଅବଗତ ନହୋଇ ବିଦ୍ୟୁତ ସଂଯୋଗ କରିବାରୁ ଏପରି ଅଘଟଣ ଘଟିଛି । ଉକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ: ଏମିତି ବି ଆସେ ମୃତ୍ୟୁ: ଦୀପ ଜାଳୁ ଜାଳୁ ଚାଲିଗଲା ମାଲେସିଆ ନୃତ୍ୟଶିଳ୍ପୀଙ୍କ ଜୀବନ

ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣାସ୍ଥଳରେ କ୍ଷେତରାଜପୁର ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ମୂରତିଙ୍କ ମୃତ୍ୟୁ ଖବର ନେଇ ପଦ୍ମପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟପଟେ ଶ୍ରମିକ ଜଣକ ବିଦ୍ୟୁତ ଖୁଣ୍ଟ ଉପରେ ଥାଇ କାର୍ଯ୍ୟ କରୁଥିବା ବେଳେ କିପରି ବିଦ୍ୟୁତ ପ୍ରବାହ ହେଲା ଏବଂ ଶ୍ରମିକଙ୍କ ମୃତ୍ୟୁ ଘଟିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ତେବେ ଏନେଇ ଟାଟା ପାୱାର ସଂସ୍ଥାର ଅଧିକାରୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: Odisha Train Tragedy: SCBରେ ଚିକିତ୍ସାଧୀନ ଭାବେ ବିହାରର ଜଣେ ମୃତ

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.