ETV Bharat / state

ଓକିଲଙ୍କୁ ପୋଲିସ ଟର୍ଚର କରିଛି କହିଲେ ବିରୋଧୀ ଦଳ ନେତା

author img

By

Published : Jan 21, 2023, 10:58 PM IST

ସମ୍ବଲପୁରରେ ଗତ ଡିସେମ୍ବର 12 ତାରିଖ ରେ ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବି ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ଜଜ ଙ୍କ ପ୍ରକୋଷ୍ଠ କୁ ପଶି ଭଙ୍ଗାରୁଜା ଘଟଣା ରେ ଗିରଫ ହୋଇ ମାସାଧିକକାଳ ଜେଲରେ ଥିବା ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଆଇନଜୀବୀଙ୍କୁ ଜେଲ ପରିସରରେ ସାକ୍ଷାତ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଅଧିକ ପଢନ୍ତୁ

ଜେଲରେ ଓକିଲଙ୍କୁ ସାକ୍ଷାତ କଲେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର
ଜେଲରେ ଓକିଲଙ୍କୁ ସାକ୍ଷାତ କଲେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର

ଜେଲରେ ଓକିଲଙ୍କୁ ସାକ୍ଷାତ କଲେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର

ସମ୍ବଲପୁର: ହାଇକୋର୍ଟ ବେଞ୍ଚ ଆନ୍ଦୋଳନ କରି ସମ୍ବଲପୁର ଜିଲ୍ଲା ଓକିଲ ସଂଘର କେତେକ ସଦସ୍ୟ ମାସେରୁ ଅଧିକ ସମୟ ହେଲା ଜେଲ ରେ ଅଛନ୍ତି । ସେମାନଙ୍କ ଜାମିନ 2 ଥର ଖାରିଜ ହୋଇ ସାରିଛି l ଆଉ ଏହି ସମୟ ଭିତରେ ବିଭିନ୍ନ ପ୍ରତିନିଧି ଦଳ ଜେଲ ପରିଦର୍ଶନ କରି ଓକିଲ ଙ୍କୁ ଭେଟିଛନ୍ତି । କିଛି ଦିନ ପିସିସି ସଭାପତି ଶରତ ପଟ୍ଟନାୟକ ଜେଲ ପରିଦର୍ଶନ କରିଥିବା ବେଳେ ଆଜି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଜେଲ ପରିଦର୍ଶନ କରିବା ସହ ଓକିଲଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଓକିଲ ଙ୍କୁ ପୋଲିସ ମାଡ଼ ମାରିଛି ବୋଲି ସେ ପୁଣି କହିଛନ୍ତି । ଏହା ସହ ଏନେଇ ପୋଲିସ ଙ୍କ ବିରୋଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେବ ବୋଲି କହିଛନ୍ତି ଜୟ ନାରାୟଣ ।

ସମ୍ବଲପୁରରେ ଗତ ଡିସେମ୍ବର 12 ତାରିଖ ରେ ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବି ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ଜଜଙ୍କ ପ୍ରକୋଷ୍ଠକୁ ପଶି ଭଙ୍ଗାରୁଜା ଘଟଣା ରେ ଗିରଫ ହୋଇ ମାସାଧିକକାଳ ଜେଲରେ ଥିବା ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଆଇନଜୀବୀଙ୍କୁ ଜେଲ ପରିସରରେ ସାକ୍ଷାତ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଆଜି ରେଙ୍ଗାଲି ବିଧାୟକ ନାଉରୀ ନାୟକ ଓ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମ୍ବଲପୁର ମଣ୍ଡଳ କରାଗାର କୁ ଯାଇ ଜେଲରେ ଥିବା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଅନ୍ୟ ଓକିଲ ଙ୍କ ସହ ଆଲୋଚନା କରିଥିଲେ । ଗିରଫ ସମୟରେ ଓକିଲ ମାନଙ୍କୁ ପୋଲିସ ଶାରୀରିକ ନିର୍ଯ୍ୟାତନା ବା ମାଡ଼ ଦେଇଥିବାର କଥାକୁ ପୁଣି ଦୋହରାଇଛନ୍ତି ଜୟ ନାରାୟଣ ମିଶ୍ର । ପୋଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ କେତେକ ଓକିଲଙ୍କ ଦେହରେ ଏବେ ଆଘାତ ର ଚିହ୍ନ ଥିବା ବେଳେ ଜଣେ ଓକିଲଙ୍କ ଆଙ୍ଗୁଠି ଭାଙ୍ଗି ଯାଇଛି ବୋଲି କହିଛନ୍ତି ଜୟ ନାରାୟଣ । ଓକିଲଙ୍କୁ ପୋଲିସ ର ମାଡ଼ ପଛରେ ରାଜନୈତିକ ଚାପ ରହିଛି ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.