ETV Bharat / state

ସମ୍ବଲପୁରରେ ଗର୍ଜିଲା କୋଶଲ ସେନା, ନୂଆଁଖାଇ ପାଇଁ 3ଦିନ ସରକାରୀ ଛୁଟି ଦାବି

author img

By ETV Bharat Odisha Team

Published : Aug 22, 2023, 10:45 PM IST

ରାଜରାସ୍ତାରେ ଗର୍ଜିଲା କୋଶଳ ସେନା । ନୂଆଁଖାଇ ପର୍ବ ପାଳନ କରିବା ପାଇଁ 3 ଦିନ ସରକାରୀ ଛୁଟି ମଞ୍ଜୁରୀ ଦାବି ।

ରାଜରାସ୍ତାରେ ଗର୍ଜିଲା କୋଶଳ ସେନା
ରାଜରାସ୍ତାରେ ଗର୍ଜିଲା କୋଶଳ ସେନା

ରାଜରାସ୍ତାରେ ଗର୍ଜିଲା କୋଶଳ ସେନା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୁଆଖାଇ ପାଇଁ 3 ଦିନ ସରକାରୀ ଛୁଟି ଦିଆଯାଉ ବୋଲି ଦାବି କଲା କୋଶଲ ସେନା l ପଶ୍ଚିମ ଓଡିଶା ର 10 ଟି ଜିଲ୍ଲା ର 2 କୋଟି ଲୋକ ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ସାମାଜିକ ଦୃଷ୍ଟି କୋଣରୁ ଏହାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ତେଣୁ ଏହି ପର୍ବ ପାଇଁ ରାଜ୍ୟ ସରକାର 3 ଦିନ ଛୁଟି ଘୋଷଣା କରନ୍ତୁ ବୋଲି ଆଜି କୋଶଲ ସେନା ଦାବି କରିଛି । କୋଶଲ ସେନା ପକ୍ଷରୁ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ପଶ୍ଚିମ ଓଡିଶାର ଅନ୍ୟ କେତେକ ସମସ୍ୟା ନେଇ ମଧ୍ୟ କୋଶଲ ସେନା ପକ୍ଷରୁ ଦାବି ହୋଇଛି ।

ଆଜି କୋଶଲ ସେନାର ଡାକରାରେ ପଶ୍ଚିମ ଓଡିଶାର 10 ଟି ଜିଲ୍ଲାର କୋଶଲ ସେନାର ସଦସ୍ୟ, ଚାଷୀ, ଛାତ୍ରଛାତ୍ରୀ ସମ୍ବଲପୁର ଆସିଥିଲେ । ଅଇଁଠାପାଲି ପିଏଚଡି ପଡିଆରୁ ଏକ ଶୋଭାଯାତ୍ରାରେ ବୁଢାରାଜା, ଚର୍ଚ୍ଚ ଛକ, ଲକ୍ଷ୍ମୀ ଟକିଜ ଛକ ଦେଇ ଉତ୍ତରାଞ୍ଚଳ ଆର ଡିସିଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଶେଷରେ ଏଠାରେ ଦାବି ପତ୍ର ଦେବା ପୂର୍ବରୁ ଆରଡିସିଙ୍କ କାର୍ଯ୍ୟାଳୟକୁ ଘେରାଉ କରି ରାଜ୍ୟ ସରକାର ବିରୋଧୀ ନାରା ଦେଇଥିଲା କୋଶଳ ସେନା । କୋଶଲ ସେନାର ସଦସ୍ୟମାନେ କାର୍ଯ୍ୟାଳୟକୁ ବଳ ପୂର୍ବକ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଓ କୋଶଲ ସେନା ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା l ତେବେ ପରେ ପୋଲିସ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।



ଅଧିକ ପଢନ୍ତୁ: ଜିଲ୍ଲା ମାନ୍ୟତା ଦାବି: ଜିଲ୍ଲା ସଙ୍ଘର୍ଷ ସମିତିର ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କୋଶଲ ସେନା ସଦସ୍ୟ ଜ୍ଞାନ ବେହେରା କହିଛନ୍ତି, ‘‘ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ପ୍ରଦାନ କରାଯାଉ । ପଶ୍ଚିମ ଓଡିଶାର 2କୋଟି ଲୋକଙ୍କ ଭାବାବେଗ ସହ ଜଡିତ ପର୍ବକୁ ପାଳନ ପାଇଁ ସରକାର ଛୁଟି ପ୍ରଦାନ କରନ୍ତୁ । ତେବେ ଏହାକୁ ପାଳନ କରିବାକୁ ଦୂର ଦୁରାନ୍ତରେ ରହୁଥିବା ପଶ୍ଚିମ ଓଡିଶାର ଲୋକେ ସୁବିଧାରେ ଅସି ପର୍ବ ପାଳନ କରିପାରିବେ ।’’ ଏହାସହ ସ୍ଥାନୀୟ ଶିଳ୍ପାନୁଷ୍ଠାନ ଗୁଡିକରେ 50% ସ୍ଥାନୀୟ ନିଯୁକ୍ତି, କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ପ୍ରଦୂଷଣ ସମସ୍ୟା ଦୂର କରିବା ଇତ୍ୟାଦି ଦାବି କରିଛି କୋଶଲ ସେନା l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.