ETV Bharat / state

ସମ୍ବଲପୁରରେ ବୀଭତ୍ସ ହତ୍ୟା: ରୋଷେଇ ନକରିବାରୁ ସ୍ତ୍ରୀକୁ ପିଟି ପିଟି ମାଟି ତଳେ ପୋତିଦେଲା ସ୍ବାମୀ

author img

By

Published : Apr 16, 2022, 7:17 PM IST

Updated : Apr 16, 2022, 7:46 PM IST

ଖାଇବା ତିଆରି ନକରିବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ମାଟିତଳେ ପୋତିଦେଲା ସ୍ୱାମୀ । 3 ଦିନ ପରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ସମ୍ବଲପୁରରେ ବୀଭତ୍ସ ହତ୍ୟା: ରୋଷେଇ ନକରିବାରୁ ସ୍ତ୍ରୀକୁ ପିଟି ପିଟି ମାଟି ତଳେ ପୋତିଦେଲା ସ୍ବାମୀ
ସମ୍ବଲପୁରରେ ବୀଭତ୍ସ ହତ୍ୟା: ରୋଷେଇ ନକରିବାରୁ ସ୍ତ୍ରୀକୁ ପିଟି ପିଟି ମାଟି ତଳେ ପୋତିଦେଲା ସ୍ବାମୀ

ସମ୍ବଲପୁର: ଖାଇବା ତିଆରି ନକରିବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିବା ପରେ ମାଟିତଳେ ପୋତିଦେଲା ସ୍ୱାମୀ । 3 ଦିନ ପରେ ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ । ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅଞ୍ଚଳରେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।

ସମ୍ବଲପୁରରେ ବୀଭତ୍ସ ହତ୍ୟା: ରୋଷେଇ ନକରିବାରୁ ସ୍ତ୍ରୀକୁ ପିଟି ପିଟି ମାଟି ତଳେ ପୋତିଦେଲା ସ୍ବାମୀ

ସୂଚନା ଅନୁଯାୟୀ, ସ୍ତ୍ରୀକୁ ପିଟି ପିଟି ମାରିଦେଇ ଜଙ୍ଗଲରେ ପୋତି ଦେଇଥିବା ଅଭିଯୋଗରେ କିସିଣ୍ଡା ପୋଲିସ ଅଭିଯୁକ୍ତ ମାଧବ ଶବର(45)କୁ ଗିରଫ କରି କୋର୍ଟଚାଲାଣ କରିଛି । ମାଧବର ଘର ଅନୁଗୋଳ ଜିଲ୍ଲାର ଠାକୁର ଗଡ଼ ଥାନା ଅନ୍ତର୍ଗତ କାନ୍ଥ ପଡା ହୋଇଥିବାବେଳେ ସ୍ତ୍ରୀ ବିମଳା ଶବର ଓ 2 ଛୁଆଙ୍କ ସହ ଗତ 9 ମାସ ହେଲା କିସୀଣ୍ଡା ଥାନା ଅନ୍ତର୍ଗତ ମଙ୍ଗଳପୁର ଖୋଲଗଡ଼ରେ ରହି ଆସୁଥିଲେ । ସେମାନେ ଦିନ ମଜୁରୀ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଉଥିଲେ ।

ଗତ 10 ତାରିଖରେ ବିମଳା ଅସୁସ୍ଥତା ଯୋଗୁଁ ନଖାଇବା ସହ ରୋଷେଇ ମଧ୍ୟ କରିନଥିଲେ । ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଉଭୟଙ୍କ ମଧ୍ୟରେ ମତାନ୍ତର ଲାଗିରହିବା ସହ ପରଦିନ ସକାଳେ ସ୍ତ୍ରୀକୁ ଚାପୁଡା ମାରିବା ସହ ଠେଙ୍ଗାରେ ବାଡେଇଥିଲେ ଶବର । ଏହା ପରେ ବିମଳା ବେହୋସ ହୋଇ ତଳେ ପଡ଼ିଯିବାରୁ ମାଧବ ତାଙ୍କୁ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ବିମଳାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ମାତ୍ର ସ୍ଥାନୀୟ ଲୋକଙ୍କୁ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା କହି ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲା ।

ତେବେ ଏନେଇ ଗତ 15 ତାରିଖ ଦିନ 11ଟା ରେ ସ୍ଥାନୀୟ ଅଞ୍ଚଳର ମହରମ ଲାକ୍ରା କିସୀଣ୍ଡା ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ସ୍ବାମୀ ମାଧବଙ୍କ ଉପରେ ସନ୍ଦେହ କରିବା ସହ ଘଟଣାସ୍ଥଳରେ ପହଞ୍ଚି ମାଟିଖୋଳି ମୃତଦେହ ଉଦ୍ଧାର କରିଛି । ଏପରିକି ସାଇଣ୍ଟଫିକ ଟିମ୍ ସହାୟତାରେ ମଧ୍ୟ ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଯାଇଥିବା ଜଣାପଡିଛି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Apr 16, 2022, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.