ETV Bharat / state

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

author img

By

Published : Apr 27, 2022, 7:38 AM IST

ପାରିବାରିକ କଳହକୁ ନେଇ ସ୍ବାମୀର ଉନ୍ମତ୍ତ କାଣ୍ଡ । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ସଇଡା ୧୧ନଂ ୱାର୍ଡରେ । ଅଧିକ ପଢନ୍ତୁ

ପାରିବାରିକ କଳହ, ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ପାରିବାରିକ କଳହ, ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସମ୍ବଲପୁର: ପାରିବାରିକ କଳହକୁ ନେଇ ସ୍ବାମୀର ଉନ୍ମତ୍ତ କାଣ୍ଡ । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ସଇଡା ୧୧ନଂ ୱାର୍ଡରେ । ଖବରପାଇ କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ ଗୋବିନ୍ଦ ମାଝୀକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ପାରିବାରିକ କଳହ, ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତପାରିବାରିକ କଳହ, ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ପୋଲିସର କହିବା ଅନୁଯାୟୀ, ସଇଡା ଗ୍ରାମରେ ରହୁଥିବା ଗୋବିନ୍ଦ ମାଝୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା । ତେବେ କଳହ ଉଗ୍ରରୂପ ହୋଇ ଗୋବିନ୍ଦ ମାଝୀ ନିଜ ସ୍ତ୍ରୀକୁ ଏକ ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ୟା କରିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କୁଚିଣ୍ଡା ପୋଲିସ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ସଇଡା ଗ୍ରାମକୁ ଯାଇ ସ୍ତ୍ରୀ ହତ୍ୟାକାରୀ ଅଭିଯୁକ୍ତ ସ୍ୱ।ମୀ ଗୋବିନ୍ଦ ମାଝିଙ୍କୁ ଗିରଫ କରିବା ସହ ଏହି ହତ୍ୟାକାଣ୍ଡ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.