ETV Bharat / state

ସିକ୍ରେଟ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ

author img

By

Published : Oct 30, 2022, 11:47 AM IST

ପୁଷ୍ପା ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । ଗାଡି ଯାଞ୍ଚବେଳେ ମାଡିବସିଲା ସମ୍ବଲପୁର ଅବକାରୀ ବିଭାଗ । ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ରାଜ୍ୟ ରାଜପଥର ଲପଙ୍ଗା ନିକଟରୁ ଏକ ଗାଡି ଉପରେ ଚଢାଉ କରି 52 କେଜି ଗଞ୍ଜେଇ ଜବତ କରାଯାଇଛି ।

ଫିଲ୍ମ ପୁଷ୍ପା ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ
ଫିଲ୍ମ ପୁଷ୍ପା ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ

ସମ୍ବଲପୁର: ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗାଡ଼ିରେ ସିକ୍ରେଟ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ । ମାଡିବସିଲା ସମ୍ବଲପୁର ଅବକାରୀ ବିଭାଗ । ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ରାଜ୍ୟ ରାଜପଥର ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ସମ୍ମୁଖରୁ ଏକ ଗାଡି ଉପରେ ଚଢାଉ କରି 52 କେଜି ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ସମ୍ବଲପୁର ଅବକାରୀ ଡିଭିଜନର ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ବିଭାଗର ଏକ ଟିମ ଲପଙ୍ଗା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲା ।

ସିକ୍ରେଟ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ

ଏହି ସମୟରେ ସମ୍ବଲପୁରରୁ ଝାରସୁଗୁଡା ପଟକୁ ଯାଉଥିବା ଏକ ଉତ୍ତର ପ୍ରଦେଶ ନମ୍ବର ଥିବା ଟାଟା ସଫାରୀ ଗାଡିକୁ ଅବକାରୀ ବିଭାଗ ଅଟକାଇଥିଲେ । ଗାଡି ଯାଞ୍ଚ କରିବା ସମୟରେ ଏହି ଗାଡ଼ିର ବିଭିନ୍ନ ସ୍ଥାନରେ ସିକ୍ରେଟ ଚାମ୍ବର କରି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା । ଫଳରେ ଏହି ଗାଡିରୁ 52 କେଜି ଗଞ୍ଜେଇ ଜବତ କରାଯାଇଛି । ଏହାସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦ ନିରୋଧୀ କମିଟି ସଦସ୍ୟ

ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ 15 ଲକ୍ଷ ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିମଳେନ୍ଦୁ ସିଂ, ସୁନୀଲ କୁମାର ସିଂ ଏବ୍ଂ ଗୁରୁ ପ୍ରସାଦ ସିଂ । ସମସ୍ତେ ଉତ୍ତର ପ୍ରଦେଶର ବୋଲି ଜଣା ପଡ଼ିଛି। ଏହି ଗଞ୍ଜେଇ କନ୍ଧମାଳର ବାଲିଗୁଡାରୁ ଉତ୍ତର ପ୍ରଦେଶର ବନାରସକୁ ଚୋରା ଚାଲାଣ ହେଉଥିଲା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ସମ୍ବଲପୁର ଅବକାରୀ ବିଭାଗର ଡେପୁଟି କମିଶନର କହିଛନ୍ତି, "ସମ୍ବଲପୁର ଅବକାରୀ ଡିଭିଜନର ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଆଜି ସମ୍ବଲପୁର ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପେଟ୍ରୋଲିଂ କରାଯାଉଥିଲା । ଚେକିଂ ସମୟରେ ଏକ ୟୁପିର ଗାଡିଆସି ପହଞ୍ଚିଲା । ସନ୍ଦେହ ହେବାରୁ ଗାଡି ଅଟକାଇଯାଇଥିଲା । ତେବେ ଗାଡି ଭିତର କିଛି ଗଞ୍ଜେଇ ରହିଥିବା ଦେଖାଯାଉନଥିବା ବେଳେ ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗାଡ଼ିରେ ସିକ୍ରେଟ ଚାମ୍ବର କରି ଗଞ୍ଜେଇ ଚାଲାଣ କରୁଥିଲେ । ଏହି ଗଞ୍ଜେଇ କନ୍ଧମାଳର ବାଲିଗୁଡାରୁ ଉତ୍ତର ପ୍ରଦେଶର ବନାରସକୁ ଚୋରା ଚାଲାଣ ହେଉଥିଲା । ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.