ETV Bharat / state

Cooch Behar Trophy: ଓଡିଶା ୧୯୪ରେ ଅଲ୍‌ ଆଉଟ୍‌, ହରିୟାଣା ୭୮/୦

author img

By

Published : Nov 27, 2022, 7:42 AM IST

ସମ୍ବଲପୁରରେ ଓଡିଶା ଓ ହରିଆଣା ମଧ୍ୟରେ କୁଚ ବେହାର କ୍ରିକେଟ ମ୍ୟାଚ (Cooch Behar Trophy) ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓଡିଶା ଦଳ ସମସ୍ତ ୱିକେଟ ହରାଇ ୧୯୪ ରନ କରିଛି । ଏହାପରେ ହରିୟାଣା ଦଳ ବିନା କୌଣସି କ୍ଷତିରେ ୭୮ ରନ କରିଛି । ଅଧିକ ପଢ଼ନ୍ତୁ

Cooch Behar Trophy: ଓଡିଶା ୧୯୪ରେ ଅଲ୍‌ ଆଉଟ୍‌, ହରିୟାଣା ୭୮/୦
Cooch Behar Trophy: ଓଡିଶା ୧୯୪ରେ ଅଲ୍‌ ଆଉଟ୍‌, ହରିୟାଣା ୭୮/୦

ସମ୍ବଲପୁର: ଆରମ୍ଭ ହୋଇଛି କୁଚ ବେହାର କ୍ରିକେଟ ମ୍ୟାଚ (Cooch Behar Trophy) । ସମ୍ବଲପୁର ଭିଏସଏସ ଷ୍ଟାଡିୟମ ଠାରେ ଓଡିଶା ଓ ହରିଆଣା ମଧ୍ୟରେ ଏହି ମ୍ୟାଚ ଶନିବାର ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓଡିଶା ଦଳ ସମସ୍ତ ୱିକେଟ ହରାଇ ୧୯୪ ରନ କରିଛି । ଏହାପରେ ହରିୟାଣା ଦଳ ବିନା କୌଣସି କ୍ଷତିରେ ୭୮ ରନ କରିଛି ।

ସମ୍ବଲପୁର ଭିଏସଏସ ଷ୍ଟାଡିୟମ ଠାରେ ୩ ବର୍ଷ ପରେ ଗତକାଲି ପୁଣି ଥରେ ଏକ ବଡ ଧରଣର କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି । ଶନିବାର ଓଡ଼ିଶା ଓ ହରିୟାଣା ୧୯ ବର୍ଷରୁ କମ କୁଚ ବେହାର ଟ୍ରଫିର କ୍ରିକେଟ ମ୍ୟାଚ ସମ୍ବଲପୁର ଭିଏସଏସ ଷ୍ଟାଡିୟମରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓଡିଶା କ୍ରିକେଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ସମ୍ବଲପୁରର ଭିଏସଏସ ଷ୍ଟାଡିୟମର ପିଚ ବ୍ୟାଟିଙ୍ଗକୁ ସୁହାଉଥିବାବେଳେ ଏହି ମ୍ୟାଚରେ ମଧ୍ୟ ଓଡ଼ିଶା ଭଲ ସ୍କୋର ସଂଗ୍ରହ କରିଛି । ମ୍ୟାଚ ଆରମ୍ଭ ହେବା ଅବସରରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ତଥା ଜିଲ୍ଲା କ୍ରୀଡା ସଙ୍ଘର ସବୁ ପଦାଧିକାରୀ ଉପସ୍ଥିତ ରହିଥିଲେ । ଏହି ମ୍ୟାଚରେ ଓଡିଶା ଦଳରେ ସମ୍ବଲପୁରରୁ ଅଲରାଉଣ୍ଡର ଖେଳାଳି ଭାବେ ଅଭିନବ ନନ୍ଦ ଖେଳୁ ଥିବାରୁ ସମ୍ବଲପୁର କ୍ରିକେଟ ପ୍ରେମୀଙ୍କ ମହଲରେ ବେଶ ଖୁସି ଦେଖିବାକୁ ମିଳିଥିଲା ।

Cooch Behar Trophy: ଓଡିଶା ୧୯୪ରେ ଅଲ୍‌ ଆଉଟ୍‌, ହରିୟାଣା ୭୮/୦

ତେବେ କୁଚ ବେହାର କ୍ରିକେଟ ମ୍ୟାଚର ପ୍ରଥମ ଦିନରେ ଓଡିଶା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୭୩.୪ ଓଭରରେ ୧୯୪ ରନ କରି ଅଲ୍‌ ଆଉଟ୍‌ ହୋଇଛି ଓଡ଼ିଶା । ଏହାପରେ ହରିୟାଣା ଦଳ ୧୬ ଓଭରରେ କୌଣସି ୱିକେଟ ନହରାଇ ୭୮ ରନ ସଂଗ୍ରହ କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.