ETV Bharat / state

ଧାନ କ୍ରୟ ନେଇ ରହିଛି ବ୍ୟାପକ ସମସ୍ୟା, ରାଜ୍ୟ ସରକାରଙ୍କୁ ବିଜେପି କୃଷକ ମୋର୍ଚ୍ଚାର ଟାର୍ଗେଟ

author img

By ETV Bharat Odisha Team

Published : Nov 7, 2023, 8:48 AM IST

ଗତକାଲି ସମ୍ବଲପୁର କଚେରୀ ରାସ୍ତା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବାଦିକ ସମ୍ମିଲନୀରେ ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

bjp krushak morcha
bjp krushak morcha

bjp krushak morcha

ସମ୍ବଲପୁର : ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା । କୃଷକ ସମସ୍ୟା ଓ ଧାନ କ୍ରୟ ସମସ୍ୟା ନେଇ ବିଜେଡି ଶସ୍ତା ରାଜନୀତି କରୁଛି l ସେହିପରି ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେପି l

ଗତ DLPC ବୈଠକରେ ଧାନ ସଂଗ୍ରହ ସମସ୍ୟା ନେଇ ରେଙ୍ଗାଲି ବିଧାୟକ ନାଉରୀ ନାଏକ ପ୍ରଶ୍ନ କରିଥିଲେ । ଧାନ କ୍ରୟ ସମୟରେ କଟନି ଛଟନି, ମିଲର ମନମାନି, ସୂତଲି ଖର୍ଚ୍ଚ ଟଙ୍କା ଆଦି ନେଇ ପ୍ରଶ୍ନ ଉଠାଇଥିଲେ ରେଙ୍ଗାଲି ବିଧାୟକ । ହେଲେ ବୈଠକରେ ଉପସ୍ଥିତ ଥିବା ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଏଭଳି କୌଣସି ସମସ୍ୟା ନଥିବା କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ । ନାଁ ନନେଇ ସେ କେନ୍ଦ୍ର ସରକାର ଉପରେ ସବୁ ଦୋଷ ଲଦିଥିଲେ । ଏନେଇ ଗତକାଲି ସମ୍ବଲପୁର କଚେରୀ ରାସ୍ତା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ଚନ୍ଦ୍ରଶେଖର ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି l

ଏହା ମଧ୍ୟ ପଢନ୍ତୁ- ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ, ଜିଲ୍ଲାପାଳଙ୍କୁ ଭେଟି ୮ ଦଫା ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା

ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି,"ବିଗତ ଦିନରେ ବରଗଡ଼ ଜିଲ୍ଲା ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ କୁଆଡେ ଗଲା ? ଘୋଷଣା ସତ୍ୱେ ଆଜି ପର୍ଯ୍ୟନ୍ତ କାହିଁକି ରାଜ୍ୟ ସରକାର ଏହି ବୋନସ ଦେଲେ ନାହିଁ ? ରୋହିତ ପୂଜାରୀ ଉପମୁଖ୍ୟ ସଚେତକ ଥାଇ ମଧ୍ୟ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଥରେ ମଧ୍ୟ ଜଣାଇଲେ ନାହିଁ ? ଏଗ୍ରିକଲଚର କଷ୍ଟ ପ୍ରାଇସ କମିଶନ" ପାଖ କୁ ଓଡିଶା ସରକାର କାହାକୁ ପ୍ରତିନିଧି ଭାବେ ପଠାଇଥିଲେ କି ? କେତେ ଧାନ ରେଟ ରହିବ ସେନେଇ କୌଣସି ତଥ୍ୟ ଦେଇଛନ୍ତି କି ?" ସରକାର ସବୁ ସମୟରେ ମିଲର ଉପରେ ନିର୍ଭର କରି ମଣ୍ତି ଚଲାଉଛନ୍ତି । ମଣ୍ତି ବ୍ୟବସ୍ଥାରେ ବିନା ମିଲର ସହାୟତା ଧାନ କିଣି ପାରିବେ କି ରାଜ୍ୟ ସରକାର ବୋଲି ସମ୍ବାଦିକ ସମ୍ମିଲନୀରେ ବିଜେପି ପ୍ରଶ୍ନ କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.