ETV Bharat / state

ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଗସ୍ତକୁ ନେଇ ରାଜନୀତି ତେଜ୍: ବିଜେଡି ଟାର୍ଗେଟର ମୁହଁ ତୋଡ଼ ଜବାବ ରଖିଲା ବିଜେପି

author img

By ETV Bharat Odisha Team

Published : Jan 12, 2024, 1:03 PM IST

Rohit Pujari targets Dharmendra Pradhan: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ସମ୍ବଲପୁର ଗସ୍ତକୁ ନେଇ ଟାର୍ଗେଟ କଲେ ବିଜେଡି ବିଧାୟକ ରୋହିତ ପୂଜାରୀ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ରୋହିତ
Rohit Pujari targets Dharmendra

Rohit Pujari targets Dharmendra

ସମ୍ବଲପୁର: ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଉଷ୍ମ ହେଉଛି ସମ୍ବଲପୁରର ରାଜନୈତିକ ପାରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସନରୁ ଲଢ଼ିବା ଚର୍ଚ୍ଚା ହେଉଥିବା ବେଳେ ବାରମ୍ବାର ଜିଲ୍ଲା ଗସ୍ତ କରୁଛନ୍ତି । ଗତ ଦୁଇ ମାସ ମଧ୍ୟରେ ତିନି ଥର ଜିଲ୍ଲା ଗସ୍ତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ରୋହିତ ପୂଜାରୀ । ଦଳର ଛବିରେ ସୁଧାର ଆଣିବାକୁ କେନ୍ଦ୍ରମନ୍ତ୍ରୀ ଏହି ବାରମ୍ବାର ଗସ୍ତ କରୁଥିବା କହିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ।

ରୋହିତ ପୂଜାରୀ କହିଛନ୍ତି, ''ଗତ 10 ବର୍ଷ ହେଲା କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ ପଶ୍ଚିମ ଓଡିଶାରେ କେନ୍ଦ୍ର ସରକାର କୌଣସି ବିକାଶ କରି ନାହାନ୍ତି । ପଶ୍ଚିମ ଓଡିଶାରେ ବିଜେପିର 5 ଜଣ ସାଂସଦ ଥିଲେ ମଧ୍ୟ କୌଣସି ଲାଭ ନାହିଁ । ସମ୍ବଲପୁରର ବିଜେପି ସାଂସଦ ଓ ବିଧାୟକଙ୍କ ଦେଖା ନାହିଁ । ଲୋକେ ଆଉ ବିଜେପି ଉପରେ ଭରସା କରୁ ନାହାନ୍ତି । ତେଣୁ ନିଜ ଦଳର ଛବିରେ ସୁଧାର ଆଣିବାକୁ କେନ୍ଦ୍ରମନ୍ତ୍ରୀ ଏହି ବାରମ୍ବାର ଗସ୍ତ କରୁଛନ୍ତି । ''

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ କହିଛନ୍ତି, ''ଧମେନ୍ଦ୍ର ପ୍ରଧାନ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ l ସେ ରାଜ୍ୟର ସବୁ ଜାଗାକୁ ଯାଇ କାର୍ଯ୍ୟକ୍ରମ କରି ପାରିବେ l କେନ୍ଦ୍ରମନ୍ତ୍ରୀ ଯୁବ ଅବସ୍ଥାରୁ ସମ୍ବଲପୁର ଜିଲ୍ଲାରେ ଦଳର ସାଙ୍ଗଠନିକ କାର୍ଯ୍ୟରେ ଜଡ଼ିତ ଅଛନ୍ତି l ଆଉ ବର୍ତ୍ତମାନ ସେ ସମ୍ବଲପୁର ଆସି ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବାକୁ ଉଦ୍ୟମ କରୁଥିବା ବେଳେ ଏଥିରେ ଅସୁବିଧା କଣ ଅଛି l ଏହା ସହ ଧର୍ମେନ୍ଦ୍ର ନିଜେ ସମ୍ବଲପୁରରୁ ପ୍ରାର୍ଥୀ ହେବାକୁ ଚାହୁଁ ଥିବା ଦଳର ଶୀର୍ଷ ନେତୃତ୍ୱକୁ ଜଣାଇଛନ୍ତି । ''

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ପ୍ରାର୍ଥୀ କରାଇବାକୁ ନିବେଦନ କରିବୁ: ନାଉରୀ ନାୟକ

ସମ୍ବଲପୁରର ରାଜନୀତି ବିଶ୍ଲେଷକଙ୍କ ମତରେ, ଗତ ନିର୍ବାଚନରେ ସମ୍ବଲପୁର ଆସନରୁ ବିଜୟୀ ହୋଇଥିବା ବିଜେପି ସାଂସଦ ନୀତେଶ ଗଙ୍ଗଦେବ ଏକ ପ୍ରକାର ଉଭାନ ହୋଇ ଯାଇଛନ୍ତି l ସମ୍ବଲପୁରରେ କୌଣସି କାର୍ଯ୍ୟକ୍ରମରେ ସେ ଯୋଗ ଦେଉନଥିଲେ କି ଏବେ ମଧ୍ୟ ଯୋଗ ଦେଉ ନାହାନ୍ତି l ଏଭଳି ସ୍ଥିତିରେ ଲୋକଙ୍କ ମନ ଭିତରେ ଥିବା ସ୍ଥାନୀୟ ସାଂସଦଙ୍କ ଅନୁପସ୍ଥିତିକୁ ଲୁଚାଇବା ପାଇଁ, କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଗସ୍ତ କରୁଛନ୍ତି ଓ ଏହା ସୂଚାଉଛି ଯେ ସେ ସମ୍ବଲପୁରରୁ ନିର୍ବାଚନ ଲଢ଼ି ପାରନ୍ତି।

ଗତ ଡିସେମ୍ବର 9 ତାରିଖରେ ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳୀର ମାଲଗୁଣ୍ଡ ଗାଁରେ ଅନୁଷ୍ଠିତ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଧର୍ମେନ୍ଦ୍ର ସାମିଲ ହୋଇଥିଲେ l ଏହା ପରେ ଡିସେମ୍ବର 30 ତାରିଖରେ କୁଦୋପାଲି ଗାଁରେ ଅନୁଷ୍ଠିତ ସହିଦ ଛବିଳ ସାଏ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ l 31 ତାରିଖରେ ସମ୍ବଲପୁର ଗୋଶାଳାଠାରେ ଅନୁଷ୍ଠିତ କେନ୍ଦ୍ର ସରକାରଙ୍କ କୌଶଳ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହା ପରେ ଜାନୁଆରୀ 8 ତାରିଖରେ କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ମହୁଲ ପାଲି ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ । ସେହିଦିନ ଚିପିଲିମାର ଧନୁଯାତ୍ରା ଓ ହୀରାକୁଦରେ ଅନୁଷ୍ଠିତ କବି କୁମାର ବିଶ୍ୱାସଙ୍କ କବି ସମ୍ମିଳନୀରେ ସାମିଲ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.