ETV Bharat / state

କ୍ରୀଡା ପ୍ରତିଭାଙ୍କ ପାଇଁ ସରକାରଙ୍କ ପ୍ରୟାସ, ଆରମ୍ଭ ହେବ ବିଜୁ ପ୍ରିମିୟର ଲିଗ୍

author img

By ETV Bharat Odisha Team

Published : Oct 30, 2023, 9:15 PM IST

ଯୁବପିଢିଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ସମ୍ବଲପୁରର ରାଧାନାଥ କମ୍ୟୁନିଟି ହଲରେ ସମ୍ବଲପୁରରେ ହେବାକୁ ଥିବା 'ବିଜୁ ପ୍ରିମିୟର ଲିଗ'ର ଟ୍ରଫି ଉନ୍ମୋଚନ ହୋଇଯାଇଛି l

biju premere league
ଆରମ୍ଭ ହେବ ବିଜୁ ପ୍ରିମିୟର ଲିଗ୍

ଆରମ୍ଭ ହେବ ବିଜୁ ପ୍ରିମିୟର ଲିଗ୍

ସମ୍ବଲପୁର: ଯୁବପିଢିଙ୍କ ମଧ୍ୟରେ କ୍ରୀଡା ଓ ଖେଳ କୁଦ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଗ୍ରାମାଞ୍ଚଳରେ ଲୁଚି ରହିଥିବା ପ୍ରତିଭାମାନଙ୍କୁ ମଞ୍ଚ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି l ମୁଖ୍ୟତଃ ବର୍ତ୍ତମାନର ଯୁବପିଢି ତଥା ଛାତ୍ରଛାତ୍ରୀ ଏବେ ଅତ୍ୟଧିକ ମୋବାଇଲ ବ୍ୟବହାର ସହ ନିଶା ସେବନ କରୁଛନ୍ତି l ଏହାକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସ୍ଥାନରେ ଫୁଟବଲ ଓ କ୍ରିକେଟର ବିକାଶ ଓ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରି ଏକ ମଞ୍ଚ ଦେବା ଉଦ୍ଦେଶ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ 'ବିଜୁ ପ୍ରିମିୟର ଲିଗ୍' ଆରମ୍ଭ ହେବାକୁ ଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ସହର ମୋଦି ପଡ଼ା ସ୍ଥିତ ରାଧାନାଥ କମ୍ୟୁନିଟି ହଲରେ ସମ୍ବଲପୁରରେ ହେବାକୁ ଥିବା 'ବିଜୁ ପ୍ରିମିୟର ଲିଗ'ର ଟ୍ରଫି ଉନ୍ମୋଚନ ହୋଇଯାଇଛି l

ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଆଜି ସମ୍ବଲପୁର ରାଧାନାଥ ରଥ କମ୍ୟୁନିଟି ହଲରେ ଆୟୋଜିତ କାର୍ଯ୍ୟକ୍ରମରେ 'ବିଜୁ ପ୍ରିମିୟର ଲିଗ'ର ଟ୍ରଫି ଉନ୍ମୋଚନ କରିଛନ୍ତି l ସୁସ୍ଥ ସମାଜ ଗଠନ ପାଇଁ ସୁସ୍ଥ ଯୁବପିଢିର ଆବଶ୍ୟକତା ରହିଛି l ଏଥିପାଇଁ ଖେଳ କୁଦ ତଥା କ୍ରୀଡାର ଗୁରୁତ୍ୱ ରହିଛି l ଏଭଳି ସ୍ଥିତିରେ ଆଜିର ଯୁବପିଢି କିନ୍ତୁ ଖେଳ କୁଦରୁ ଦୂରେଇ ଯାଉଥିବା ଦେଖିବାକୁ ମିଳିଛି l ଆଗାମୀ ଦିନରେ କ୍ରୀଡାର ବିକାଶ ପାଇଁ ସମ୍ବଲପୁରରେ ହେବାକୁ ଯାଉଛି 'ବିଜୁ ପ୍ରିମିୟର ଲିଗ' l ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୂଲ୍ୟରେ ଏହା 2 ମାସ ଧରି ହେବାକୁ ଯାଉଛି l

ଏହା ବି ପଢନ୍ତୁ...ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଭାଗ ନେଇଛନ୍ତି 12 ନାମୀଦାମୀ ଟିମ

ପଞ୍ଚାୟତ ଓ ବ୍ଲକ ସ୍ତରରୁ ନିର୍ବାଚନ ମଣ୍ଡଳୀ ସ୍ତର ଯାଏଁ ଏହା ଅନୁଷ୍ଠିତ ହେବାକୁ ଯାଉଛି l ଏହା ସମ୍ବଲପୁର, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାରେ ପର୍ଯ୍ୟାୟକ୍ରମରେ ହେବ l ମୁଖ୍ୟତଃ ଫୁଟବଲ ଓ କ୍ରିକେଟ ମ୍ୟାଚ୍ ଖେଳାଯିବ l ଏହା ଦ୍ୱାରା ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନେ ମଞ୍ଚ ପାଇବେ ଓ ରାଜ୍ୟ ସ୍ତରକୁ ଯିବେ ବୋଲି କୁହାଯାଇଛି l ପୂର୍ବରୁ ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ, କୋରାପୁଟ ଓ ରାୟଗଡା ଜିଲ୍ଲାରେ ଅନୁଷ୍ଠିତ ହୋଇ ସାରିଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ସମ୍ବଲପୁର ଜୋନ ଯୁବ ସଭାପତି ଦେବାଶିଷ ପରିଡା, ସମ୍ବଲପୁର ଜୋନ ଛାତ୍ର ସଭାପତି ମିଲନ ହୋତା, ରାଜ୍ୟ ଯୁବ ସମ୍ପାଦକ ମନୋଜ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥ, ମହାନଗର ସଭାପତି ସତୀଶ ବିଶି ପ୍ରମୁଖ ଯୋଗ ଦେଇଥିଲେ l


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.