ETV Bharat / state

ସମ୍ବଲପୁରରେ ଆସାମର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ବିମଲ ବୋରା, ବେଜବରୁଆଙ୍କ ବାସଗୃହ ପୁନଃରୁଦ୍ଧାର ନେଇ ଆଲୋଚନା

author img

By

Published : Jul 19, 2023, 7:41 AM IST

ସମ୍ବଲପୁର ଗସ୍ତରେ ଆସାମର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ବିମଲ ବୋରା l କଚେରୀ ଛକ ଠାରେ ସ୍ଥିତ ବିଶିଷ୍ଟ ଅହମିୟା କବି ତଥା ଲେଖକ ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ଓ ବାସଗୃହ ପରିଦର୍ଶନ କରିଛନ୍ତି l ଅଧିକ ପଢ଼ନ୍ତୁ

Assam minister bimal bora visits sambalpur
ସମ୍ବଲପୁର ଗସ୍ତରେ ଆସାମର ମନ୍ତ୍ରୀ ବିମଲ ବୋରା

ସମ୍ବଲପୁର ଗସ୍ତରେ ଆସାମର ମନ୍ତ୍ରୀ ବିମଲ ବୋରା

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଆସାମର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ବିମଲ ବୋରା । ଜିଲ୍ଲା ଗସ୍ତରେ ଆସି କଚେରୀ ଛକ ଠାରେ ସ୍ଥିତ ବିଶିଷ୍ଟ ଅହମିୟା କବି ତଥା ଲେଖକ ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ଓ ବାସଗୃହ ପରିଦର୍ଶନ କରିଛନ୍ତି l ଏଠାରେ ଲକ୍ଷ୍ମୀନାଥ ବେଜବରୁଆଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ପ୍ରତିଷ୍ଠାର ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ ବିମଲ ବୋରା ଆସିଥିଲେ । ଏହି ଅବସରରେ ସେ ସାଧନା ଗୃହ ମଧ୍ୟ ବୁଲି ଦେଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସମ୍ବଲପୁର ଗସ୍ତରେ ଆସାମ ସରକାରଙ୍କ 2 ଜଣିଆ ପ୍ରତିନିଧି ଦଳ

ସନ୍ଧ୍ୟା ୫ଟା ସମୟରେ ମନ୍ତ୍ରୀ ବିମଲ ବୋରା ସମ୍ବଲପୁରରେ ବିମାନ ଯୋଗେ ଆସି ପହଞ୍ଚିଥିଲେ । ଏହାପରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ସହ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହକୁ ଆସିଥିଲେ । ଏହି ଅବସରରେ ଉଭୟ ମନ୍ତ୍ରୀ ପୁନଃରୁଦ୍ଧାର ହୋଇଥିବା କବିଙ୍କ ସାଧନା ଗୃହ ବୁଲି ଦେଖିବା ସହ ଏଠାରେ ଥିବା କବିଙ୍କ ଲିଖିତ ପାଠ୍ୟ ପୁସ୍ତକ ଦେଖିଥିଲେ । ଏନେଇ ସେ କହିଛନ୍ତି, " ଆସାମ ଓ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା ଓ ଏହା ବଜାୟ ରହିବ । 200 ବର୍ଷ ପୁରୁଣା ଏହି ସମ୍ପର୍କ ଆହୁରି ସୁଦୃଢ ହେବ । ଆଗକୁ କଚେରୀ ଛକରେ ଥିବା ବେଜବରୁଆଙ୍କ ଭଗ୍ନସ୍ତୁପ ପାଲଟି ଥିବା ବାସଗୃହର ପୁନଃରୁଦ୍ଧାର ପାଇଁ ଉଭୟ ସରକାର ଚେଷ୍ଟା କରିବେ । ଏହାର ପୁନଃରୁଦ୍ଧାର ପାଇଁ ଆସାମ ସରକାର 1 କୋଟି 97 ଲକ୍ଷ ପାଣ୍ଠି ମଞ୍ଜୁର କରିଛନ୍ତି । ଆବଶ୍ୟକ ପଡିଲେ ଆଗକୁ ଆହୁରି ପାଣ୍ଠି ପ୍ରଦାନ କରାଯିବ ବୋଲି ସରକାର ପ୍ରତିଶୃତି ଦେଇଛନ୍ତି l"

ଏହା ମଧ୍ୟ ପଢ଼ନ୍ତୁ: ସମ୍ବଲପୁରରେ 5T ସଚିବ, ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଉଭୟ ମନ୍ତ୍ରୀ ବେଜ ବରୁଆଙ୍କ ବାସଗୃହରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଭୂମିପୂଜାରେ ଯୋଗ ଦେଇଥିଲେ l ଏହି ସମୟରେ ଆସାମର ବିଶିଷ୍ଟ ଅଧିକାରୀ ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ସମ୍ବଲପୁର ଜିଲ୍ଲାର ବିଶିଷ୍ଟ ଅଧିକାରୀ ବୃନ୍ଦଙ୍କ ସହ ସମ୍ବଲପୁରର ଐତିହାସିକ ଦୀପକ ପଣ୍ଡା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ଆଜି(ବୁଧବାର) ସକାଳେ ମନ୍ତ୍ରୀ ବିମଲ ବୋରା ମା' ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ଭୁବନେଶ୍ୱର ଅଭିମୁଖେ ଯିବେ ବୋଲି ସୂଚନା ରହିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.