ETV Bharat / state

ବୃଦ୍ଧାଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

author img

By

Published : Aug 6, 2021, 8:08 AM IST

ସମ୍ବଲପୁରରେ ଜଣେ ବୃଦ୍ଧାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ...

ବୃଦ୍ଧାଙ୍କୁ ପିଟିପିଟି ହତ୍ୟା, ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
ବୃଦ୍ଧାଙ୍କୁ ପିଟିପିଟି ହତ୍ୟା, ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ସମ୍ବଲପୁର: ଜିଲ୍ଲା ସ୍ଥିତ ଧମା ଥାନା ଅନ୍ତର୍ଗତ ଗୁଣ୍ଡେରପୁର ଗାଁରେ ଜଣେ ବୃଦ୍ଧାଙ୍କୁ ପିଟିପିଟି ହତ୍ୟା । ହତ୍ୟାକାଣ୍ଡକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା । ଥାନା ଘେରାଉ ସହ ରାଜରାସ୍ତା ଘେରାଉ କଲେ ଉତ୍ତ୍ୟକ୍ତ ବ୍ୟକ୍ତି । ସୁଶୀଳ ବାଗ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କାଠ ଫାଳିଆରେ ସ୍ଥାନୀୟ ଅଞ୍ଚଳର ମାଖନି ବାଗ ନାମକ ଜଣେ ବୃଦ୍ଧାଙ୍କୁ ପିଟିପିଟି ମାରିଦେବା ନେଇ ମୃତକଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଥିସହ ସ୍ଥାନାୟ ଲୋକେ ସମ୍ପୃକ୍ତ ଅଭିଯୁକ୍ତକୁ ଧରି ଫାଣ୍ଡିରେ ଜିମା ଦେବା ସହ ଫାଣ୍ଡି ଏବଂ ସମ୍ବଲପୁର ସୋନପୁର ରାସ୍ତା ଘେରାଉ କରିଛନ୍ତି ।

ବୃଦ୍ଧାଙ୍କୁ ପିଟିପିଟି ହତ୍ୟା, ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଅଭିଯୁକ୍ତ ଜଣକ ଦୀର୍ଘଦିନ ହେବ ସ୍ଥାନୀୟ ଅଞ୍ଚଳରେ ଗୁଣ୍ଡାରାଜ ଚଲାଇଥିବାରୁ ତା' ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଛି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.