ETV Bharat / state

ସମ୍ବାଦ ସାହିତ୍ୟଘର ଆନୁକୂଲ୍ୟରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

author img

By

Published : Mar 6, 2021, 10:34 PM IST

ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଷମକଟକ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ....

ବିଷମକଟକ ସମ୍ବାଦ ସହିତ୍ୟଘର ଆନୁକୂଲ୍ୟରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ
ବିଷମକଟକ ସମ୍ବାଦ ସହିତ୍ୟଘର ଆନୁକୂଲ୍ୟରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକସ୍ଥିତ କଲ୍ୟାଣ ମଣ୍ଡପରେ ବିଷମକଟକ ସମ୍ବାଦ ସାହିତ୍ୟଘର ଆନୁକୂଲ୍ୟରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାହିତ୍ୟ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ।

ସମ୍ବାଦ ସହିତ୍ୟଘର ଆନୁକୂଲ୍ୟରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ଏଥିରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଠ କବି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣି, ପୂର୍ବତନ ଅର୍ଥମନ୍ତ୍ରୀ ତଥା ସାହିତ୍ୟିକ ପଞ୍ଚାନନ କାନୁନଗୋ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସୁଶାନ୍ତ ନାୟକ, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି ପ୍ରଶାନ୍ତ ମିଶ୍ର, ମହାସଚିବ ଦଣ୍ଡପାଣି ମହାପାତ୍ର ଯୋଗଦେଇ ସାହିତ୍ୟ କ୍ଷେତ୍ରରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ଭୂମିକା ଉପରେ ଆଲୋକପାତ କରିଛନ୍ତି। ବକ୍ତା ଜାତିର ପିତା ଗାନ୍ଧିଜୀଙ୍କ ରାମଧୁନକୁ ଆପଣେଇବାକୁ କହିଥିଲେ। ଏହି ଅବସରରେ ପୁସ୍ତକ ଉନ୍ମୋଚନ, ଆଲୋଚନା ଚକ୍ର, କବିତା ପାଠୋତ୍ସବ ସହ ପ୍ରତିଭା ସମ୍ବର୍ଦ୍ଧନା କରାଯାଇଥିଲା ।

ରାୟଗଡାରୁ ରଞ୍ଜନ କୁନାର ରଥ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.