ETV Bharat / state

'ଇଟିଭି ଭାରତ'ର ମହାପ୍ରଭାବ: ଭଙ୍ଗା ହେଲା ବିପଦସଙ୍କୁଳ ଚକ୍ଷୁ ବିଭାଗ

author img

By

Published : Mar 2, 2020, 11:09 PM IST

ଗତ 21 ତାରିଖ ଦିନ 'ଇଟିଭି ଭାରତ'ରେ "ଚକ୍ଷୁ ବିଭାଗର କାନ୍ଥ ଫାଟି ଆଁ, ତଥାପି ଭାଙ୍ଗୁନି ପୂର୍ତ୍ତ ବିଭାଗ" ଶୀର୍ଷକରେ ଏକ ଖବର ପ୍ରସାରଣ ହୋଇଥିଲା । ଏହି ଖବର ପ୍ରସାରଣ ପରେ ଦୀର୍ଘ ଦିନ ହେବ କୋଠାଟିକୁ ଅସୁରକ୍ଷିତ ଘୋଷଣା କରି ହାତବାନ୍ଧି ବସିଥିବା ପୂର୍ତ୍ତ ବିଭାଗର ଚେତା ପସିଥିଲା । ଶେଷରେ ଆରମ୍ଭ ହୋଇଛି ଭଙ୍ଗା ଅଭିଯାନ। ପଢନ୍ତୁ ଅଧିକ ଖବର...

'ଇଟିଭି ଭାରତ'ର ମହାପ୍ରଭାବ; ଭଙ୍ଗା ହେଲା ବିପଦସଙ୍କୁଳ ଚକ୍ଷୁ ବିଭାଗ
'ଇଟିଭି ଭାରତ'ର ମହାପ୍ରଭାବ; ଭଙ୍ଗା ହେଲା ବିପଦସଙ୍କୁଳ ଚକ୍ଷୁ ବିଭାଗ

ରାୟଗଡା: 36 ବର୍ଷ ତଳେ ଉପଖଣ୍ଡୀୟ ଡାକ୍ତରଖାନାରେ ନିର୍ମାଣ ହୋଇଥିବା ଚକ୍ଷୁ ବିଭାଗ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଏହା ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିଲା । ଏନେଇ ଗତ 21 ତାରିଖ ଦିନ 'ଇଟିଭି ଭାରତ'ରେ "ଚକ୍ଷୁ ବିଭାଗର କାନ୍ଥ ଫାଟି ଆଁ, ତଥାପି ଭାଙ୍ଗୁନି ପୂର୍ତ୍ତ ବିଭାଗ" ଶୀର୍ଷକରେ ଏକ ଖବର ପ୍ରସାରଣ ହୋଇଥିଲା ।

'ଇଟିଭି ଭାରତ'ର ମହାପ୍ରଭାବ; ଭଙ୍ଗା ହେଲା ବିପଦସଙ୍କୁଳ ଚକ୍ଷୁ ବିଭାଗ

ଏହି ଖବର ପ୍ରସାରଣ ପରେ ଦୀର୍ଘ ଦିନ ହେବ କୋଠାଟିକୁ ଅସୁରକ୍ଷିତ ଘୋଷଣା କରି ହାତବାନ୍ଧି ବସିଥିବା ପୂର୍ତ୍ତ ବିଭାଗର ଚେତା ପସିଥିଲା । ଶେଷରେ ଆରମ୍ଭ ହୋଇଛି ଭଙ୍ଗା ଅଭିଯାନ । ସୂଚନାଯୋଗ୍ୟ, 1992 ମସିହାରେ ରାୟଗଡା ଜିଲ୍ଲା ଘୋଷଣା ପରେ ଡ଼ାକ୍ତରଖାନାର ନବକଳେବର ହେବା ସହ ଉକ୍ତ ବିଭାଗର ରକ୍ଷଣାବେକ୍ଷଣ କଥା ସମ୍ପୂର୍ଣ୍ଣ ଭୁଲିଯାଇଥିଲା ପୂର୍ତ୍ତ ବିଭାଗ ।

ଫଳରେ ଉକ୍ତ କୋଠା ବିପଦସଙ୍କୁଳ ଅବସ୍ଥାରେ ପଡିରହିଥିଲା । ଏପରିକି ବିଗତ ଦିନରେ ନବ ନିର୍ମିତ ପାଞ୍ଚ ମହଲା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ଜରୁରୀ ସମୟରେ ଦମକଳ ଗାଡି ଯିବାଆସିବା ପାଇଁ ରାସ୍ତା ନଥିବା ଯୋଗୁଁ ଅଗ୍ନି ନିରାପତ୍ତା କ୍ଲିୟରାନ୍ସ ମଧ୍ୟ ମିଳିନଥିଲା । ଫଳରେ ଦୀର୍ଘଦିନ ଧରି ଜିଲ୍ଲା ହସ୍ପିଟାଲଟି କାମରେ ଲାଗି ପାରିନଥିଲା ।

ଏବେ ଏହି କୋଠା ଭଙ୍ଗା ପରେ ସହରର ମୁଖ୍ୟ ରାସ୍ତା ପ୍ରଶସ୍ତ ସହ ଜିଲ୍ଲା ଚିକିତ୍ସାଳୟର ସୌନ୍ଦର୍ଯ୍ୟକରଣ ହୋଇପାରିବ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.