ETV Bharat / state

Police Chained Journalist: ସାମ୍ବାଦିକଙ୍କ ଗୋଡରେ ବେଡି ଘଟଣାକୁ ରାୟଗଡାରେ ତୀବ୍ର ନିନ୍ଦା

author img

By

Published : Apr 8, 2022, 9:52 PM IST

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିକାରୀ ସାମ୍ବିଦକଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧ କରି ରାୟଗଡାରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

Police chained Journalist: ସାମ୍ବାଦିକଙ୍କ ଗୋଡରେ ବେଡି ଘଟଣାକୁ ରାୟଗଡାରେ ତୀବ୍ର ନିନ୍ଦା
Police chained Journalist: ସାମ୍ବାଦିକଙ୍କ ଗୋଡରେ ବେଡି ଘଟଣାକୁ ରାୟଗଡାରେ ତୀବ୍ର ନିନ୍ଦା

ରାୟଗଡା: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିକାରୀ ସାମ୍ବିଦକଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି(ଶୁକ୍ରବାର) ରାୟଗଡା କାର୍ଯ୍ୟରତ ସାମ୍ବାଦିକ ଏହାର ପ୍ରତିବାଦ କରିଛନ୍ତି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ପୋଲିସର ଏପରି ଜୁଲୁମକୁ ବିରୋଧ କରି ରାୟଗଡ ମିଡ଼ିଆ କେୟାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Police chained Journalist: ସାମ୍ବାଦିକଙ୍କ ଗୋଡରେ ବେଡି ଘଟଣାକୁ ରାୟଗଡାରେ ତୀବ୍ର ନିନ୍ଦା

ଏଥିସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଏକ ଦାବିପତ୍ର ରାୟଗଡ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ସର୍କିଟ ହାଉସ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ଗିରଫ କରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଚିକିତ୍ସାଳୟରେ ତାଙ୍କ ଗୋଡରେ ବେଡି ପକାଇବାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଉଛି ।

ଏନେଇ ସମଗ୍ର ରାଜ୍ୟରେ ପ୍ରଦିବାଦ ସ୍ୱର ଉଠି ଥିବାବେଳେ ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇ ଥାନା ଅଧିକାରୀଙ୍କ ଏଭଳି ବର୍ବରଚିତ କାଣ୍ଡକୁ ତୀବ୍ର ବିରୋଧ ଜଣାଇଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମାମଲାରେ ଥାନାଧିକାରୀ ଦ୍ରୋପଦୀ ଦାଶ ଓ ତଦନ୍ତକାରୀ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ସାମ୍ବାଦିକ ଲୋକନାଥଙ୍କ ବିରୋଧରେ ଦାଏର ମାମଲାକୁ ତୁରନ୍ତ ପ୍ରତ୍ୟାହାର ଓ ସାମ୍ବାଦିକ ସୁରକ୍ଷା ସମ୍ପର୍କିତ ଆଇନ ପ୍ରଣୟନ ପାଇଁ ଦାବି ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.