ETV Bharat / state

ପ୍ରାଥମିକ ଶିକ୍ଷକଙ୍କୁ ଉପେକ୍ଷା ଅଭିଯୋଗ, ଗୁଣୁପୁରରେ ଗର୍ଜିଲେ ଶିକ୍ଷକ ସଂଘ ସଦସ୍ୟ

author img

By

Published : Oct 30, 2022, 10:50 AM IST

ବିଭିନ୍ନ ଦାବି ନେଇ ଗୁଣୁପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ । ଅଧିକ ପଢନ୍ତୁ

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ

ରାୟଗଡା: ଓଡିଶାରୁ ଉଚ୍ଛେଦ ହୋଇଛି ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ବ୍ୟବସ୍ଥା । ଗତ ଅକ୍ଟୋବର ୧୫ ତାରିଖରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । କିନ୍ତୁ ପ୍ରାଥମିକ ଶିକ୍ଷକଙ୍କୁ ଉପଯୁକ୍ତ ମାନ୍ୟତା ପ୍ରଦାନରେ ରାଜ୍ୟ ସରକାର ଟାଳଟୁଳ ନୀତି ଆପଣାଉଥିବାରୁ ଏହାକୁ ପ୍ରତିବାଦ କରିଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ । ଏନେଇ ରାୟଗଡାର ଗୁଣୁପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ ।

ପ୍ରାଥମିକ ଶିକ୍ଷକଙ୍କୁ ଉପେକ୍ଷା ଅଭିଯୋଗ, ଗୁଣୁପୁରରେ ଗର୍ଜିଲେ ଶିକ୍ଷକ ସଂଘ ସଦସ୍ୟ

ରାୟଗଡା ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶତାଧିକ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସ୍ଥାନୀୟ ନୂତନ ବସ ଷ୍ଟାଣ୍ଡ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଏହାପରେ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୬ବର୍ଷର ବର୍ଷର ଠିକା ଚାକିରିଆଙ୍କୁ ସ୍ଥାୟୀମାନ୍ୟତା ଦେବା, ବିଦ୍ୟାଳୟରେ ନିଯୁକ୍ତ ବିଭିନ୍ନ ବର୍ଗର ଶିକ୍ଷକଙ୍କୁ ମାନ୍ୟତା ପ୍ରଦାନ କରିବା, ପେନସନର ପୁନଃ ପ୍ରଚଳନ ଏବଂ ଏକ୍ସ କ୍ୟାଡର ପ୍ରଥାକୁ କ୍ୟାଡର ଭୁକ୍ତ କରିବା ନେଇ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।

ଏହା ମଧ୍ୟ ପଢନ୍ତୁ-ଉପନିର୍ବାଚନ ଆସୁଥିବାରୁ ସର୍ବସ୍ୱ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଏନେଇ ସଂଘର ସଭାପତି ଶିବପ୍ରସାଦ ମହାପାତ୍ର କହିଛନ୍ତି, ''ସରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରି ସମସ୍ତଙ୍କୁ ସବୁ ସୁବିଧା ଦେଇଥିବାବେଳେ ଆମ ପ୍ରାଥମିକ ଶିକ୍ଷକଙ୍କୁ ସେଥିରୁ ବଞ୍ଚିତ କରିଛନ୍ତି । ଯେତେ ବେଳେ ରାଜ୍ୟ ଦୁର୍ଦ୍ଦିନ ଅବସ୍ଥାରେ ଥିଲା, ସେତେବେଳେ ସରକାର ଆମକୁ ସମସ୍ତ କାର୍ଯ୍ୟରେ ନିୟୋଜିତ କରିଥିଲେ । କିନ୍ତୁ ଯେତେ ବେଳେ ସ୍ଥିତି ସୁଦୃଢ ହେଲା ସେତେବେଳେ ପ୍ରାଥମିକ ଶିକ୍ଷକଙ୍କୁ ଉପେକ୍ଷା କରାଯାଇଛି । ଏହାକୁ ବିରୋଧ କରି ଆଜି ଆମେ ଆନ୍ଦୋଳନ କରୁଛୁ , ଯଦି ଏହି ଦାବି ପୂରଣ ନହୁଏ ତେବେ ପରବର୍ତ୍ତି ପର୍ଯ୍ୟାୟରେ ଏହି ଆନ୍ଦୋଳନକୁ ମଧ୍ୟ ତିବ୍ରତର କରିବୁ ।''

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.