ETV Bharat / state

Panchayat Election: ତୃତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ

author img

By

Published : Jan 20, 2022, 8:06 AM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା । ପ୍ରଥମ ଦୁଇ ଦିନ ଧରି କେହି ଜଣେ ମଧ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିଲେ ହେଁ ତୃତୀୟ ଦିନରେ ଜୋର ଧରିଛି ନାମାଙ୍କନ ଦାଖଲ ପକ୍ରିୟା । ଅଧିକ ପଢନ୍ତୁ

Panchayat Election: ତୃତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ
Panchayat Election: ତୃତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା । ରାୟଗଡାରେ ପ୍ରଥମ ଦୁଇ ଦିନ ଧରି କେହି ଜଣେ ମଧ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିଲେ ହେଁ ତୃତୀୟ ଦିନରେ ଜୋର ଧରିଛି ନାମାଙ୍କନ ଦାଖଲ ପକ୍ରିୟା । ବିଜେପି ଓ କଂଗ୍ରେସ ପକ୍ଷରୁ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ନାମାଙ୍କନ ଦାଖଲ କରାଯାଇ ଥିବାବେଳେ ବିଜେଡି ପଛୁଆ ରହିଛି ।

Panchayat Election: ତୃତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ

ବିଜେପି ଓ କଂଗ୍ରେସ ପକ୍ଷରୁ ଆଜି କିଛି ପ୍ରାର୍ଥୀ ଓ ପ୍ରାର୍ଥୀନି ନାମାଙ୍କନ ଭରିଥିବାବେଳେ ସ୍ବାଧୀନ ଭାବେ ମଧ୍ୟ ଦାଖଲ କରିଛନ୍ତି। ତେବେ ବିଜେଡି ପକ୍ଷରୁ କେହି ନାମାଙ୍କନ ଦାଖଲ କରିନାହାଁନ୍ତି। କୋରୋନା କଟକଣା ପାଇଁ ମାତ୍ର ପାଞ୍ଚ ଜଣ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଲୋକଙ୍କ ସମସ୍ୟାକୁ ପାଥେୟ କରି ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାବେଳେ ଚଳିତ ବର୍ଷ ବହୁ ଯୁବ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଆସିଥିବା ଦେଖିବାକୁ ମିଳିଛି।

ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଆଉ ଦୁଇ ଦିନ ଥିବାବେଳେ ସମସ୍ତ ଦାଖଲ କେନ୍ଦ୍ରଗୁଡିକରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ ଜମିବା ନେଇ ମଧ୍ୟ ଆଶା କରାଯାଉଛି । କୋରୋନା ସମୟରେ ଭିଡକୁ ଏଡେଇବା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.