ETV Bharat / state

ମୋବାଇଲ ଦୋକାନ ଲୁଟର ପର୍ଦ୍ଦାଫାଶ, 5 ଗିରଫ

author img

By

Published : Jan 6, 2021, 9:34 AM IST

ଗୁଣୁପୁର ପୋଲିସକୁ ବଡ ସଫଳତା । ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାଶ କଲା ଗୁଣୁପୁର ପୋଲିସ । ଅଧିକ ପଢନ୍ତୁ...

ପର୍ଦ୍ଦାଫାଶ
ପର୍ଦ୍ଦାଫାଶ

ରାୟଗଡା: ଗୁଣୁପୁରରେ ଦିନକୁ ଦିନ ଚୋରି ଘଟଣା ମୁଣ୍ଡବ୍ୟଥାର କାରଣ ସାଜିଥିବାବେଳେ ପୋଲିସକୁ ଏକ ବଡ ସଫଳତା ମିଳିଛି । ଅକ୍ଟୋବର 20 ତାରିଖରେ ଘଟିଥିବା ମୋବାଇଲ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ ।

ପର୍ଦ୍ଦାଫାଶ

ସୂଚନା ମୁତାବକ, ଗତ 2020 ଅକ୍ଟୋବର 20 ତାରିଖ ରାତ୍ରି ସମୟରେ ସ୍ଥାନୀୟ ରାମନାଥ ପାଣିଗ୍ରାହୀଙ୍କ ମୋବାଇଲ ଦୋକାନରୁ, କିଛି ଦୁର୍ବୃ୍ତ୍ତ ସ୍କାଇ ଲାଇଟ୍ ଭାଙ୍ଗି 14ଟି ନାମୀଦାମୀ ମୋବାଇଲ ଚୋରି କରିଥିଲେ। ଯେଉଁଥି ପାଇଁ ରାମନାଥ ପାଣିଗ୍ରାହୀ ଗୁଣୁପୁର ଆଦର୍ଶ ଥାନାରେ ଏକ ଲିଖିତ ଏତଲା ଦାୟର କରିଥିଲେ।

ପୋଲିସ ପ୍ରଶାସନର ତନାଘନା ପରେ ଉକ୍ତ ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଗୁଣପୁର ଆଦର୍ଶ ଥାନା ପୋଲିସ ପ୍ରଶାସନ। ସ୍ଥାନୀୟ ଏସଡିପିଓ ରାଜକିଶୋର ଦାଶ ଏବଂ ତାଙ୍କ ସହଯୋଗୀଙ୍କ ମିଳିତ ପ୍ରଚେଷ୍ଟାରେ ଚୋରି ହୋଇଥିବା 12ଟି ମୋବାଇଲ ଜବତ ହୋଇଛି । ସେହିପରି ପାଞ୍ଚ ଜଣ ମୁଦଲାଙ୍କୁ ଗିରଫ କରିଛି ପୋଲିସ ।

ଉକ୍ତ ଘଟଣାସହ ସମ୍ପୃକ୍ତ ଦୁଇ ଜଣ ମୁଖ୍ୟ ଅପରାଧୀ ଯୁବକ ସୁଖବନ୍ତ ଜେନା ଓ ଜଗନ୍ନାଥ ବାଉରୀଙ୍କୁ ଗିରଫ କରାଯାଇଛି । ସେହିପରି ତିନୋଟି ଚୋରି ମୋବାଇଲ କିଣିବା ଅପରାଧରେ ଆଉ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.