ETV Bharat / state

କୋଭିଡ ଗାଇଡଲାଇନ ମାନି ରାୟଗଡାରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

author img

By

Published : Sep 14, 2020, 8:00 PM IST

କୋଭିଡ ଗାଇଡଲାଇନ ଅନୁସାରେ ରାୟଗଡାରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ସ୍ଥାନୀୟ ଜିସିଡି ହାଇସ୍କୁଲ ସମେତ ଜିଲ୍ଲାର 7ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି 774 ଜଣ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

Matric supplementary examination begins in Rayagada with Covid guidelines
କୋଭିଡ ଗାଇଡଲାଇନ ସହ ରାୟଗଡାରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ରାୟଗଡା: କୋଭିଡ ଗାଇଡଲାଇନ ଅନୁସାରେ ରାୟଗଡାରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ସ୍ଥାନୀୟ ଜିସିଡି ହାଇସ୍କୁଲ ସମେତ ଜିଲ୍ଲାର 7ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି 774 ଜଣ ଛାତ୍ରଛାତ୍ରୀ । ସମସ୍ତ ପରୀକ୍ଷା କେନ୍ଦ୍ରରେ କୋଭିଡ ଗାଇଡଲାଇନ ଅନୁସାରେ ପରୀକ୍ଷା ଆରମ୍ଭ ହୋଇଛି ।

କୋଭିଡ ଗାଇଡଲାଇନ ସହ ରାୟଗଡାରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ତେବେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କ ତାପମାତ୍ରା ପରୀକ୍ଷା କରାଯାଇଥିଲା । ଛାତ୍ରଛାତ୍ରୀମାନେ ହାତ ଧୋଇ ପରୀକ୍ଷା କେନ୍ଦ୍ର ଭିତରେ ପ୍ରବେଶ କରିଥିଲେ । ସାମାଜିକ ଦୂରତ୍ବ ସହ ପରୀକ୍ଷା ହଲରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷାରେ କପି ରୋକିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.