ETV Bharat / state

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: ପୁରୁଖା ନେତା ଜୟରାମ ପାଙ୍ଗି

author img

By

Published : Apr 1, 2019, 2:44 PM IST

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ଭେଟେରାନ ଲିଡ଼ର ଜୟରାମ ପାଙ୍ଗି। ପୂର୍ବତନ ମନ୍ତ୍ରୀ ଏବଂ ସାଂସଦ ହେଉଛନ୍ତି ଜୟରାମ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଜିଲ୍ଲାର ପୁରୁଖା ନେତା। ଆଦିବାସୀ ଇଲାକାରୁ ପ୍ରତିନିଧିତ୍ବ କରନ୍ତି ସେ। ପ୍ରଥମ ଥର ପାଇଁ ବିଜେପି ଟିକେଟରେ ଲଢୁଛନ୍ତି। କୋରପୁର ଲୋକସଭା ଆସନରେ ତାଙ୍କୁ ପ୍ରାର୍ଥୀ କରିଛି ଦଳ । ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ପୁରୁଖା ନେତା ଜୟରାମ ପାଙ୍ଗି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଆଦିବାସୀ ଇଲାକାକୁ ଯୋଗାଯୋଗ ଉପରେ ପ୍ରାଥମିକତା ଦେବିବୋଲି କହିଛନ୍ତି ଜୟରାମ । ଆଦିବାସୀଙ୍କ ପାଇଁ କାମ କରିଆସିଛି ଏବଂ ଆଗକୁ ମଧ୍ୟ କରିବି ବୋଲି ସେ କହିଛନ୍ତି। ନିର୍ବାଚନୀ ସ୍ଲୋଗାନ ହିସାବରେ ମୋଦିଙ୍କ ସବକା ସାଥ, ସବକା ବିକାଶ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ଏନେଟି ଦୋରା , କଣ୍ଡାଦୋରା, ଝୁଡ଼ିଆ ଏବଂ ଦୋରୁଆ ସମ୍ପଦାୟକୁ ଆଦିବାସୀ ମାନ୍ୟତା ମିଳିବା ନେଇ ପଦକ୍ଷେପ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.