ETV Bharat / state

ରାଜ୍ୟରେ ପ୍ରଥମଥର ପଡୋଶୀ ରାଜ୍ୟକୁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଆରମ୍ଭ

author img

By

Published : Oct 16, 2022, 9:38 PM IST

ରାୟଗଡ଼ ଜିଲ୍ଲାରୁ ପ୍ରଥମଥର ପାଇଁ ପଡୋଶୀ ରାଜ୍ୟକୁ 5ଟି ନିଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଜନ୍ମଦିନ ଅବସରରେ ଦଳ ତରଫରୁ ଏହି ସେବା ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ

ରାୟଗଡାରେ ଆରମ୍ଭ ହେଲା ନିଶୁଳ୍କ ଆମ୍ବୁଲାନ୍ସ ସେବା
ରାୟଗଡାରେ ଆରମ୍ଭ ହେଲା ନିଶୁଳ୍କ ଆମ୍ବୁଲାନ୍ସ ସେବା

ରାୟଗଡା: ଆଜି ମୁଖ୍ୟମନ୍ତ୍ରୀଙ୍କ ୭୭ତମ ଜନ୍ମଦିନ । ଏହି ଅବସରରେ ରାଜ୍ୟରେ ପ୍ରଥମଥର ପାଇଁ ବିଜେଡି ଦଳ ତରଫରୁ ଆରମ୍ଭ ହେଲା ପଡୋଶୀ ରାଜ୍ୟକୁ ନିଶୁଳ୍କ ଆମ୍ବୁଲାନ୍ସ ସେବା । ରାୟଗଡ଼ ଜିଲ୍ଲାରୁ ପ୍ରଥମଥର ପାଇଁ ପଡୋଶୀ ରାଜ୍ୟକୁ 5ଟି ନିଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି । ଦଳ ମୁଖିଆଙ୍କ ଜନ୍ମ ଦିନ ଅବସରରେ ରାୟଗଡା ଜିଲ୍ଲା ବିଜେଡି ତରଫରୁ ଦୁର୍ଗୀ ଠାରେ ମାଗଣା ଆମ୍ବୁଲାନ୍ସ ସେବା ଉଦଘାଟିତ ହେବା ସହ ରକ୍ତଦାନ ଶିବିର, ସ୍ଵାସ୍ଥ୍ୟ ଶିବିର, ଦୀପଦାନ ଓ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ରାୟଗଡାରେ ଆରମ୍ଭ ହେଲା ନିଶୁଳ୍କ ଆମ୍ବୁଲାନ୍ସ ସେବା

ଏହା ମଧ୍ୟ ପଢନ୍ତୁ: ହିନ୍ଦୀରେ ଡାକ୍ତରୀ ଶିକ୍ଷା: ଭୋପାଲରେ MBBS ହିନ୍ଦୀ ପୁସ୍ତକ ଉନ୍ମୋଚନ କଲେ ଶାହ

ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ରକ୍ତଦାନ ଶିବିର ଉଦଘାଟନ କରିଥିବାବେଳେ ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନାକରି ଜଗନ୍ନାଥଙ୍କ ନିକଟରେ ଦୀପଦାନ କରାଯାଇଛି । ଏହି ଅବସରରେ ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେଡି ଉପସଭାପତି ଏନ ଭାଷ୍କର ରାଓ ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଥିଲେ । ଓଡିଶାରୁ ଆନ୍ଧ୍ରକୁ 108 ଆମ୍ବୁଲାନ୍ସ ସେବା ଯୋଗାଇବାରେ ଅସୁବିଧା ହେଉଥିବାରୁ ରାଜ୍ୟରେ ପ୍ରଥମଥର ପାଇଁ ବିଜେଡି ଦଳ ତରଫରୁ 5ଟି ନିଶୁଳ୍କ ଆମ୍ବୁଲାନ୍ସ ସେବାର ଯୋଗାଇ ଦିଆଯାଇଥିବା କହିଛନ୍ତି, ଜିଲ୍ଲା ବିଜେଡି ସଭାପତି ତଥା ବିଜୁକଲ୍ୟାଣ ଉପଦେଷ୍ଟା ସୁଧିର ଦାସ ।

ଏହି 5ଟି ଆମ୍ବୁଲାନ୍ସ ମଧ୍ୟରୁ ମୁନିଗୁଡା, ବିଷମକଟକ, ଗୁଣୁପୁର, କଲ୍ୟାଣସିଙ୍ଗପୁର ଏବଂ ରାୟଗଡାରେ ରହିବ । ବିଶେଷ କରି ବିଜୁକଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରେ ଯେଉଁମାନେ ପଡୋଶୀ ଆନ୍ଧ୍ରରେ ଚିକିତ୍ସା ହେଉଛନ୍ତି । ଜରୁରୀ କାଳୀନ ପରିସ୍ଥିତିରେ ବାହାର ରାଜ୍ୟକୁ ଯିବାପାଇଁ ରାଜ୍ୟ ସରକାରଙ୍କ ସେଭଳି କିଛି ଆମ୍ବୁଲାନ୍ସ ସେବା ନଥିବାବେଳେ ଏହା ବେଶ ସହାୟକ ହୋଇ ପାରିବ ବୋଲି କୁହାଯାଇଛି ।

ଏନେଇ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, "ଆଜି ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ । ଏହି ଅବସରରେ ରକ୍ତଦାନ ଶିବିର ସହ ପଦଯାତ୍ରା ସହ ନିଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି । ରାୟଗଡାରୁ ବାହାର ଜିଲ୍ଲାକୁ ଯିବା ପାଇଁ ରୋଗୀମାନେ ହସ୍ତସନ୍ତ ହେଉଥିବାରୁ ଆଜି 5ଟି ନିଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି ।"

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.