ETV Bharat / state

ବ୍ୟବଚ୍ଛେଦ ପାଇଁ ମୃତଦେହକୁ କାନ୍ଧରେ ବୋହିଲେ ପରିବାର, ବାଟରେ ଅଟକାଇଲା ପୋଲିସ

author img

By

Published : Jun 5, 2022, 9:52 AM IST

ରାୟଗଡ଼ା କାଶିପୁର ବ୍ଲକ ଦୁଡୁକାବାଲ ଗ୍ରାମରେ ଅଭାବନୀୟ ଘଟଣା । ନିଖୋଜର ଏକ ମାସ ପରେ ମିଳିଲା ବ୍ୟକ୍ତିଙ୍କ ମୃତଦେହ । ଆମ୍ବୁଲାନ୍ସ ନମିଳିବାରୁ ୮ କିଲୋମିଟର ବ୍ୟବଚ୍ଛେଦ ପାଇଁ ମୃତଦେହକୁ କାନ୍ଧରେ ଧରି ଚାଲିଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

୧ ମାସ ଧରି ନିଖୋଜ ଥିବା ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
୧ ମାସ ଧରି ନିଖୋଜ ଥିବା ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ରାୟଗଡା: ମିଳିଲାନି ଆମ୍ବୁଲାନ୍ସ, ବ୍ୟବଚ୍ଛେଦ ପାଇଁ ୮ କିଲୋମିଟର ମୃତଦେହକୁ କାନ୍ଧରେ ଧରି ଚାଲିଲେ ପରିବାର ଲୋକେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । ମୃତ ଜଣଙ୍କ ହେଉଛନ୍ତି ଦୁଡୁକାବାଲ ଗ୍ରାମର ବାବୁଲା ଗୋଡ଼ । ବ୍ୟକ୍ତି ଜଣଙ୍କ ନିଖୋଜ ହେବାର ଏକ ମାସ ପରେ ମୃତଦେହ ମିଳିବା ଯେତିକି ଚାଞ୍ଚଲ୍ୟ କର ନୁହେଁ ତା ଠାରୁ ଅଧିକ ହୃଦୟ ବିଦାରକ ଘଟଣା ମୃତଦେହକୁ କାନ୍ଧରେ ନେଇ ହସ୍ପିଟାଲ ଯିବା ।

ମିଳିଲାନି ଆମ୍ବୁଲାନ୍ସ, ମୃତଦେହକୁ ୮କିଲୋମିଟର ବୋହିଲେ ପରିବାର ଲୋକେ

ବ୍ୟକ୍ତି ଜଣଙ୍କ ଗତ ମାସ ୬ ତାରିଖରୁ ନିଖୋଜ ଥିବା ବେଳେ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । କିନ୍ତୁ ବାବୁଲାକୁ ନପାଇବାରୁ ମେ୧୦ ତାରିଖରେ ଟିକିଲି ଥାନାରେ ଅଭିଯୋଗ କରିଥିଲେ। ଏକ ମାସ ପରେ ଗତକାଲି ବାବୁଲାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ନିକଟସ୍ଥ ଗ୍ରାମ ପାଖର ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିବା ବେଳେ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା । ଏହାପରେ ବ୍ୟବଚ୍ଛେଦ ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେବାକୁ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ମୃତଦେହକୁ କାନ୍ଧରେ ବୋହି କୋରାପୁଟ ମୁଖ୍ୟ ଡାକ୍ତରଖାନାକୁ ପ୍ରାୟ ୧୦୦ କିଲୋମିଟର ଯିବାପାଇଁ ପରିବାର ଲୋକେ ବାହାରିଥିଲେ । ତେବେ ପ୍ରାୟ ୮ କିଲୋମିଟର ରାସ୍ତା ପାର କରିବା ପରେ ପୋଲିସ ଉତ୍କଳ ଆଲୁମିନା କମ୍ପାନୀ ଆମ୍ବୁଲାନ୍ସକୁ ନେଇ ପହଞ୍ଚିଥିଲା । କୋରାପୁଟରେ ମୃତଦେହ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ଦୁଡୁକାବାଲ ଗ୍ରାମରେ ଅନ୍ତିମ ସତ୍କାର ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.