ETV Bharat / state

କିଶୋରୀଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ଅଣ୍ଟା ଭିଡିଲା ଜିଲ୍ଲାପ୍ରଶାସନ

author img

By

Published : Aug 28, 2019, 1:58 AM IST

ସାମ୍ପ୍ରତିକ ସ୍ଥିତିରେ ଆବସିକ ବିଦ୍ୟାଳୟରେ ଦେଖାଦେଉଥିବା ଛାତ୍ରୀ ଶୋଷଣକୁ ରୋକିବାକୁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳାରେ ଛାତ୍ରୀମାନଙ୍କ ପ୍ରତି ବଢୁଥିବା ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା କିପରି କମିବ ସେ ନେଇ ଆଲୋଚନା ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ସାମ୍ପ୍ରତିକ ସ୍ଥିତିରେ ଆବସିକ ବିଦ୍ୟାଳୟରେ ଦେଖାଦେଉଥିବା ଛାତ୍ରୀ ଶୋଷଣକୁ ରୋକିବାକୁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାର ଆଦିବାସୀ ହଷ୍ଟେଲର ମାଟ୍ରୋନ, ୱାର୍ଡେନ, ବିଦ୍ୟାଳୟ ସୁପରିଟେଣ୍ଡେଣ୍ଟ ଓ ମହିଳା ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଛାତ୍ରୀମାନଙ୍କ ପ୍ରତି ବଢୁଥିବା ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା କିପରି କମିବ ସେ ନେଇ ଆଲୋଚନା ହୋଇଥିଲା । ଏଥିସହିତ ସେମାନଙ୍କ ମତ ସଂଗ୍ରହ କରାଯାଇଥିଲା । କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ପିଏଆଇଟିଡିଏ, ଡିଡବ୍ଲ୍ୟୁଓ ନନ୍ଦଲାଲ ବିଶ୍ବାଳ, ଟ୍ରେନର ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କିଶୋରୀଙ୍କ ଯତ୍ନ ଓ ସୁରକ୍ଷା ଉପରେ ମତ ରଖିଥିଲେ । ଜିଲ୍ଲାର 154ଟି ଆବାସିକ ବିଦ୍ୟାଳୟରେ 586ଜଣ କର୍ମଚାରୀ ରହିଥିବାବେଳେ 64 ହଜାର ଶିଶୁ ରହି ଶିକ୍ଷା ଗ୍ରହଣ କରୁଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:କିଶୋରୀଙ୍କ ନିରାପତ୍ତା ଓ ସୁରକ୍ଷା ନେଇ ଅଣ୍ଟା ଭିଡିଲା ପ୍ରଶାସନ Body:ସାମ୍ପ୍ରତିକ ସ୍ଥିତିରେ ଆବସିକ ବିଦ୍ୟାଳୟରେ ଦେଖାଦେଉଥିବା ଛାତ୍ରୀ ଶୋଷଣକୁ ରୋକିବାକୁ ଏକ କର୍ମଶାଳା ଆୟୋଜିତ କରାଯାଇଛି । ସ୍ଥାନୀୟ DRDA ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧକ୍ଷତାରେ ଜିଲ୍ଲାର ଆଦିବାସୀ ହଷ୍ଟେଲର ମେଟ୍ରୋନ , Waden, ବିଦ୍ୟାଳୟ ସୁପରିଟେଣ୍ଡେଣ୍ଟ ,ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଅନୁଷ୍ଠିତ କର୍ମଶାଳାରେ କିପରି ଛାତ୍ରୀ ମାନଙ୍କ ପ୍ରତି ବଢୁଥିବା ଶାରୀରିକ,ମାନସିକ ଓ ଯୌନ ନିର୍ଯାତନା କମିବ ସେନେଇ ଆଲୋଚନା କରିବା ସହ ବିଭିନ୍ନ ମତ ସଂଗ୍ରହ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାୟଗଡା PA ITDA, DWO ନନ୍ଦଲାଲ ବିଶ୍ୱାଳ,ଟ୍ରେନର ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ କିଶୋରୀଙ୍କ ଯତ୍ନ ଓ ସୁରକ୍ଷା ଉପରେ ମତ ରଖିଥିଲେ। ଜିଲ୍ଲାର 154ଟି ଆବାସିକ ବିଦ୍ୟାଳୟରେ 586ଜଣ କମାଚାରି ରହିଥିବା ବେଳେ 64ହଜାର ଶିଶୁ ରହି ଶିକ୍ଷାଗ୍ରହନ କରୁଛନ୍ତି ।

Byte-ପ୍ରମୋଦ କୁମାର ବେହେରା,ଜିଲ୍ଲାପାଳ
Conclusion:କିଶୋରୀଙ୍କ ନିରାପତ୍ତା ଓ ସୁରକ୍ଷା ନେଇ ଅଣ୍ଟା ଭିଡିଲା ପ୍ରଶାସନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.