ETV Bharat / state

କାଶୀପୁରରେ ଝାଡ଼ାବାନ୍ତି ଆତଙ୍କ: ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି

author img

By

Published : Jul 16, 2022, 4:06 PM IST

କାଶୀପୁରରେ ଝାଡ଼ାବାନ୍ତି ଆତଙ୍କ:ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି
କାଶୀପୁରରେ ଝାଡ଼ାବାନ୍ତି ଆତଙ୍କ:ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି

କାଶୀପୁର ବ୍ଲକରେ ଝାଡ଼ାବାନ୍ତି ଆତଙ୍କ । ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି । ସ୍ଥିତି ପରଖିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ଅଣାୟତ ସ୍ଥିତିରେ । ଏପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୭ରେ ପହଞ୍ଚିଛି । ଗତ 2 ଦିନ ମଧ୍ୟରେ କାଶୀପୁର ବ୍ଲକରେ ଝାଡାବାନ୍ତିରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣଙ୍କର ଜୀବନ ଯାଇଛି । ମୃତକ ଜଣକ ବଞ୍ଚଳି ଗାଁର ବୋଲି ଜଣାପଡିଛି ।

କାଶୀପୁରରେ ଝାଡ଼ାବାନ୍ତି ଆତଙ୍କ:ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି

ଏହାବି ପଢନ୍ତୁ: ରାୟଗଡାରେ ଝାଡାବାନ୍ତି ଆତଙ୍କ:୨ ଦିନରେ ଗଲାଣି ୬ ଜୀବନ, ୪୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ସେହିପରି ଥୁଟିବାର ସେବାଶ୍ରମର 11 ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଆଜି ଜିଲ୍ଲାପାଳ କାଶୀପୁର ଗସ୍ତ କରି ସ୍ଥିତି ପରଖିଛନ୍ତି । ତେବେ, ଏ ରୋଗ ବ୍ୟାପୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.