ETV Bharat / state

ରାୟଗଡାରେ କୋଭିଡ ପରିଚାଳନା ନେଇ ଜିଲ୍ଳାପାଳଙ୍କ ସଚେତନତା ବାର୍ତ୍ତା

author img

By

Published : May 9, 2021, 10:10 PM IST

କୋରୋନାର ଦ୍ବିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବ୍ରେକ୍ ଲଗାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଯଥାସମ୍ଭବ ପ୍ରୟାସ ଜାରି ରଖାଯାଇଛି । ଜିଲ୍ଲାର କୋଭିଡ ପରିଚାଳନା ନେଇ ଜିଲ୍ଲାବାସୀଙ୍କୁ ଜିଲ୍ଳାପାଳଙ୍କ ସଚେତନତା ବାର୍ତା ଦେଇଛନ୍ତି । ଅଧିକ ପଢନ୍ତୁ...

collector video massage on covid19 awerness in rayagada
ରାୟଗଡାରେ କୋଭିଡ୍ ପରିଚାଳନା ନେଇ ଜିଲ୍ଳାପାଳଙ୍କ ସଚେତନତା ବାର୍ତା

ରାୟଗଡା: ମହାମାରୀ କୋରୋନାର ଦ୍ବିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବ୍ରେକ୍ ଲଗାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଯଥାସମ୍ଭବ ପ୍ରୟାସ ଜାରି ରଖାଯାଇଛି । ଲକଡାଉନ ସମୟରେ କଟକଣାକୁ କଡାକଡି ଭାବେ ପାଳନ ନ କଲେ ଆଗାମୀ ଦିନରେ ଜିଲ୍ଳାରେ ସ୍ଥିତି ଵିଗିଡିପାରେ । ତେଣୁ ସର୍ତକତା ଓ ସାବଧାନତା ଅବଲମ୍ବନ କରି ନିଜେ ବଞ୍ଚନ୍ତୁ,ନିଜ ପରିବାରକୁ ବଞ୍ଚାନ୍ତୁ ଏବଂ ଅନ୍ୟଙ୍କୁ ସୁରକ୍ଷିତ ରଖିବାରେ ସହଯୋଗ କରିଲେ ଜିଲ୍ଳାରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବ ନାହିଁ ବୋଲି ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଜିଲ୍ଳାବାସୀଙ୍କୁ ଏକ ଭିଡିଓ ମାଧ୍ୟମରେ ବାର୍ତା ଦେଇଛନ୍ତି ।

ରାୟଗଡାରେ କୋଭିଡ୍ ପରିଚାଳନା ନେଇ ଜିଲ୍ଳାପାଳଙ୍କ ସଚେତନତା ବାର୍ତା

ଜିଲ୍ଳାରେ କୋଭିଡ ପରିଚାଳନା ନିମନ୍ତେ କୋରୋନାରେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା କରାଯାଇଥିବା କୋଭିଡ ହସ୍ପିଟାଲ, ସିସିସି,ଟିଏମସି, ଆମ୍ବୁଲାନ୍ସ,ଅକ୍ସିଜେନ୍ ଆଦି ବିଷୟଗୁଡିକ ଉପରେ ଜିଲ୍ଳାର ସ୍ଥିତିକୁ ନେଇ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଳାରେ ଆଜି ମୋଟ ୧୫୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ମେ’୧ ତାରିଖରୁ ଆଜି ପର୍ଯ୍ୟନ୍ତ ୯ ଦିନ ମଧ୍ୟରେ ୧୩୭୪ଜଣ ଚିହ୍ନଟ ହୋଇଛନ୍ତି ଏବଂ ଗତ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ୨୪ ଜଣ ମୃତ୍ୟୁବରଣ କରିଛନ୍ତି । ଫଳରେ ସଂକ୍ରମଣ ପଜିଟିଭ୍ ହାର ୧୬.୦୯ ପ୍ରତିଶତ ରହିଛି । ଯାହାକି କୋରୋନାର ପ୍ରଥମ ଲହରରେ ଗତବର୍ଷ ଅଗଷ୍ଟ ମାସରେ ନେଇଥିବା ପିକ୍ ସମୟରେ ସଂକ୍ରମଣ ହାର ୧୭.୩୦ ରହିଥିଲା ଏବଂ ଏଥିରେ ୩୫୬୧ଜଣ ଚିହ୍ନଟ ହୋଇଥିଲେ ଏବଂ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଚଳିତ ମେ’ମାସରେ ଏହି ସଂକ୍ରମଣ ହାର ଅଗଷ୍ଟ ମାସର ସଂକ୍ରମଣ ହାରର ପାଖାପାଖି ରହିଛି ।

ବର୍ତମାନ ଆନ୍ଧ୍ର-ତେଲଙ୍ଗାନାରେ ଚିହ୍ନିଟ ଷ୍ଟ୍ରେନ୍ ଅଧିକ ମାରାତ୍ମକ ଥିବାରୁ ସମସ୍ତେ କୋରୋନା କଟକଣାକୁ ମାନି ଚିଳବା ସହ ଘରୁ ବାହାରକୁ ବାହାରିଲେ ୨ ସ୍ତରର ମାସ୍କ ବ୍ୟବହାର କରିବା ,ସାମାଜିକ ଦୂରତା ରକ୍ଷା କରିବା ସହ ହାତକୁ ନିୟମିତ ସାନିଟାଇଜ କରିବା ଉପରେ ଜିଲ୍ଳାପାଳ ଗୁରୁତ୍ବାରୋପ କରିଛନ୍ତି । ସେହିପରି ଜିଲ୍ଳାର ଜେକେପୁର ଠାରେ ଥିବା ଏକମାତ୍ର କୋଭିଡ ହସ୍ପିଟାଲରେ କୋରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ୧୧ଠଟି ଶଯ୍ୟାର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ଅକ୍ସିଜେନ୍ ପ୍ରଦାନ ବ୍ୟବସ୍ଥା ସହ ୪ ଗୋଟି ଭେଣ୍ଟିଲେଟର କକ୍ଷର ବ୍ୟବସ୍ଥା ରହିଛି । ଜିଲ୍ଳାରେ ବତର୍ମାନ ୮ ଟି ସିସିସିରେ ୧୪୮୦,୩୭ଟି କ୍ଳଷ୍ଟର ଟିଏମସିରେ ୨୮୫୦ଟି ଓ ୮୬ଟି ଟିଏମସିରେ ୪୩୦୭ଟି ସମୁଦାୟ ୮୭୪୭ଟି ଶଯ୍ୟା ଉପଲବ୍ଧ ରହିଛି । ଏଥିମଧ୍ୟରୁ ବର୍ତମାନ ସୁଦ୍ଧା ୨୪୪ଟି ଶଯ୍ୟା ବ୍ୟବହାର ହେଉଥିବା ବେଳେ ୮୫୦୩ଟି ଶଯ୍ୟା ବ୍ୟବହାର ଉପଯୋଗୀ ପାଇଁ ବଳକା ରହିଛି । ସେହିପରି ଜିଲ୍ଳାରେ ସଂକ୍ରମିତଙ୍କ ଚିହ୍ନଟ ହେବା ପରେ ୧୦୮ଟି ସ୍ଥାନରେ ମାଇକ୍ରୋ କନଟେନମେଂଟ ଜୋନ ଘୋଷଣା କରାଯାଇଛି । ରାୟଗଡ ଓ ଗୁଣପୁର ପୈାରାଞ୍ଚଳରେ ୨ଟି ଏବଂ ସମସ୍ତ ୧୧ଗୋଟି ବ୍ଳକରେ ୩ଟି ଲେଖାଁଏ ମୋଟ ୩୫ ଟି ଆରଆରଟି ଟିମ୍ ଗଠନ କରାଯାଇ ସେବା ଯୋଗାଇ ଦିଆଯାଉଛି ।

ଜିଲ୍ଳାରେ ୯୨ ପ୍ରତିଶତ ହାରରେ ୧୨୯୩ ଜଣ କୋରୋନା ଆକ୍ରାନ୍ତ ରୋଗୀ ହୋମ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଳାରେ କୋରୋନା ଆକ୍ରାନ୍ତଙ୍କୁ ଜରୁରୀକାଳନୀ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଅକ୍ସିଜେନ୍ ସରଞ୍ଜାମ ଉପଲବ୍ଧ ବିଶିଷ୍ଠ ୪୪ ଗୋଟି ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଲକଡାଉନ ଓ ଚଢାଉକୁ ଏଡାଇବା ପାଇଁ ହେଲେ ସମେସ୍ତ ଜନଗହଳି ଠାରୁ ଦୂରେଇ ରହିବା,ଲକଡାଉନ ନିୟମକୁ ପାଳନ କରିବା,ମାସ୍କର ବ୍ୟବହାର କରିବା ଏବଂ ଜ୍ବର,କାଶ,ଥଣ୍ଡା ଭଳି କୈାଣସି ଲକ୍ଷଣ ଦେଖାଗଲେ ତରୁନ୍ତ ଚିକିତ୍ସା ନିମେନ୍ତ ନିୟନ୍ତ୍ରଣକୁ କକ୍ଷକୁ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଳାପାଳ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.