ETV Bharat / state

ଆମ ଓଡ଼ିଶା ନବୀନ ଓଡ଼ିଶା, ରାୟଗଡ଼ା ପାଇଁ ୯୧ କୋଟିର ଅନୁଦାନ ମଞ୍ଜୁର

author img

By ETV Bharat Odisha Team

Published : Oct 30, 2023, 8:37 PM IST

Updated : Oct 30, 2023, 8:53 PM IST

ବିକାଶ ପଥରେ ଆଗେଇବ ରାୟଗଡ଼ା ଜିଲ୍ଲା । ଜିଲ୍ଲାର 3ଟି ନିର୍ବାଚନ ମଣ୍ଡଳୀର ୨ ହଜାର ୬୧୩ଟି ପ୍ରକଳ୍ପ ପାଇଁ ୯୧ କୋଟି ଟଙ୍କା ଅନୁଦାନ ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା

ରାୟଗଡା: ବିକାଶ ପଥରେ ଆଗେଇବ ରାୟଗଡ଼ା ଜିଲ୍ଲା । ଜିଲ୍ଲାର ୧୧ଟି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପକୁ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସ୍ଥାନୀୟ ତେଜସ୍ଵୀ ହୋଟେଲ ପଡିଆ ଠାରେ ଏକ ସଭା ଆୟୋଜନ ହୋଇଥିଲା । ଏଥିରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରିଥିଲେ ।

ରାୟଗଡ଼ା ଜିଲ୍ଲାର 3ଟି ନିର୍ବାଚନ ମଣ୍ଡଳୀର ୨ ହଜାର ୬୧୩ ଟି ପ୍ରକଳ୍ପ ପାଇଁ ୯୧ କୋଟି ଟଙ୍କା ଅନୁଦାନ ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିର୍ବାଚନ ମଣ୍ଡଳୀ ଗୁଡିକ ହେଲା ରାୟଗଡା, ଗୁଣୁପୁର ଓ ବିଷମକଟକ । କେବଳ ରାୟଗଡ଼ା ବ୍ଲକର ୩୭୯ଟି ପ୍ରକଳ୍ପ ପାଇଁ ୧୪ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଜିଲ୍ଲାର ସଦର ବ୍ଲକ ସମେତ ବିଷମକଟକ, କୋଲନରା, ମୁନିଗୁଡା, ଗୁଣୁପୁର, ପଦ୍ମପୁର, ଚନ୍ଦ୍ରପୁର, ଗୁଡ଼ାରୀ ଓ ଅନ୍ୟ ସମସ୍ତ ବ୍ଲକକୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଷମକଟକର ପାତାଲେଶ୍ୱର ମନ୍ଦିର ପାଇଁ ୨.୧୪ କୋଟି, ନେଳିଆବନ୍ଧ ପାଇଁ ୨ କୋଟି ୯୫ ଲକ୍ଷ ଅନୁମୋଦନ କରିବା ସହ ଜିଲ୍ଲାର ବହୁ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସ୍ୱଧାଦେବ ସିଂ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବ୍ଲକ ଅଧ୍ୟକ୍ଷା ଟୁନୀ ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପୃକାଙ୍କ ସହ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....Ama Odisha Nabin Odisha: ଝାରସୁଗୁଡା ଓ ରାୟଗଡାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସେହିପରି ବିଷମକଟକ ବ୍ଲକରେ ମଧ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଦିବାସୀ କଲ୍ଯାଣ ଏବଂ ଆଇନ ମନ୍ତୀ ଜଗନ୍ନାଥ ସାରକା ଉପସ୍ଥିତ ରହି କାର୍ଯ୍ୟକ୍ରମ ଶୁଭାରମ୍ଭରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶାର ଅଧକ୍ଷ ତଥା 5 ଟି ଚେୟାରମ୍ୟାନ ଭି.କେ ପାଣ୍ଡିଆନ ଆଭାସୀ ମାଧ୍ୟମରେ ବ୍ଲକର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ସୁଜାତା ମୁଟିକା ପ୍ରମୁଖ ଯୋଗ ଦେଇ ନବୀନ ପଟ୍ଟନାୟକ ଏବଂ ଭି କେ ପାଣ୍ଡିଆନଙ୍କୁ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ରାୟଗଡ଼ା

Last Updated : Oct 30, 2023, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.