ETV Bharat / state

ନୟାଗଡ଼ ନାବାଳିକାକୁ ନ୍ୟାୟ ପାଇଁ ବିଭିନ୍ନ ଦେବୀପୀଠରେ ବିଜେପିର ଦୀପଦାନ

author img

By

Published : Jan 13, 2021, 11:00 PM IST

ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡକୁ ନେଇ ରାୟଗଡ଼ର ବିଭିନ୍ନ ଦେବୀପୀଠରେ ବିଜେପି ତରଫରୁ ଦୀପ ଦାନ କରାଯାଇଛି। ରାୟଗଡାରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେପି କର୍ମୀ ଓ ନେତା ମାଁ ମଝିଘରିଆଣି ମନ୍ଦିରରେ ଦୀପଦାନ କରାଯାଇଛି। ଅଧିକ ପଢ଼ନ୍ତୁ...

bjp donate light in various temple of rayagada for nayagarh minor death
ନୟାଗଡ଼ ନାବାଳିକାକୁ ନ୍ୟାୟ ପାଇଁ ବିଭିନ୍ନ ଦେବୀ ପୀଠରେ ବିଜେପିର ଦୀପଦାନ

ରାୟଗଡ଼ା: ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡକୁ ନେଇ ରାୟଗଡ଼ର ବିଭିନ୍ନ ଦେବୀ ପୀଠରେ ବିଜେପି ତରଫରୁ ଦୀପ ଦାନ କରାଯାଇଛି। ନାବାଳିକାକୁ ନ୍ୟାୟ ଦେବା ସହ ତାର ଆତ୍ମାର ଶାନ୍ତି ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣି ମନ୍ଦିରରେ ପ୍ରଥମେ ଦୀପଦାନ କରାଯାଇଥିଲା। ଏହାପରେ ମୁନିଗୁଡାର ମାଁ ପାଟଖଣ୍ଡାଙ୍କ ନିକଟରେ ଦୀପ ଦାନ କରାଯାଇଛି।

ନୟାଗଡ଼ ନାବାଳିକାକୁ ନ୍ୟାୟ ପାଇଁ ବିଭିନ୍ନ ଦେବୀ ପୀଠରେ ବିଜେପିର ଦୀପଦାନ

ରାୟଗଡାରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେପି କର୍ମୀ ଓ ନେତା ମାଁ ମଝିଘରିଆଣି ମନ୍ଦିରରେ ଦୀପଦାନ କରାଯାଇଛି। ସେପଟେ ମୁନିଗୁଡ଼ାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡକ୍ଟର ରାମଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ବିଜେପି ମହିଳା କର୍ମୀଙ୍କ ଦ୍ବାରା ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ବୁରୁଡି ଲଷ୍ମୀ, ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମରରେ ସାମିଲ ହୋଇଛନ୍ତି। ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ତଦନ୍ତ ଏସଆଇଟି କରୁଥିବା ବେଳେ ଆଜି(ବୁଧବାର) ଏହାକୁ ନେଇ ସିବିଆଇକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.