ETV Bharat / state

ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ଭାରତୀୟ ମଜଦୁର ସଂଘ

author img

By

Published : Apr 26, 2023, 10:27 PM IST

ପାଟନା ଅଧିବେଶନ ପ୍ରସ୍ତାବ ପାରିତ ନେଇ ରାଜରାସ୍ତାକୁ ଓହ୍ଲାଇଲା ଭାରତୀୟ ମଜଦୁର ସଂଘ । ଅଧିକ ପଢ଼ନ୍ତୁ

Bhartiya mazdoor union protest in rayagada
ରାୟଗଡ଼ାରେ ଭାରତୀୟ ମଜଦୁର ସଂଘର ଆନ୍ଦୋଳନ

ରାୟଗଡ଼ାରେ ଭାରତୀୟ ମଜଦୁର ସଂଘର ଆନ୍ଦୋଳନ

ରାୟଗଡ଼ା: ବିହାରର ପାଟନା ଠାରେ ଅନୁଷ୍ଠିତ ଭାରତୀୟ ମଜୁଦୂର ସଂଘର ୨୦ ତମ ତ୍ରୟବାର୍ଷିକ ଅଧିବେଶନରେ ପାରିତ ୪ଟି ଶ୍ରମ ଆଇନ ପ୍ରସ୍ତାବକୁ କାର୍ଯ୍ୟକାରୀ ଦାବିରେ ବିକ୍ଷୋଭ ପ୍ରଦର୍ଶନ । ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ସଭାପତି ମହାନ ରାଓ ମାଝୀ, ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗଙ୍କ ନେତୃତ୍ୱରେ ସ୍ଥାନୀୟ ଗଜପତି ଛକରୁ ଏକ ବିରାଟ ସଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପାତ୍ର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: NCERT ପୁସ୍ତକରୁ ଡାରୱିନ ଥିଓରୀ ବାଦ୍ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ପଚାରିଲେ କିଏ କହୁଛି ବାଦ୍ ପଡିଛି ?

ସଂଘର ଅଭିଯୋଗ ଅନୁଯାୟୀ, ଦେଶର ସମସ୍ତ ଶ୍ରମିକ ବର୍ଗଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସମସ୍ତ ସୁବିଧା ଉପଲବ୍ଧ କରାଯିବା, ଠିକା ପ୍ରଥାର ଅନ୍ଧ ଅନୁକରଣକୁ ଉପରେ ନିୟନ୍ତ୍ରଣ ସହିତ ଠିକା ଶ୍ରମ ପ୍ରତିରୋଧ ଏବଂ ନିୟମିତ କରଣ, ଅଧିନିୟମର 1970ର ଆବଶ୍ୟକ ସଂଶୋଧନ, ଦେଶର ଆର୍ଥିକ ବିକାଶ ନିମିତ୍ତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ ସାଙ୍ଗକୁ ସର୍ବନିମ୍ମ ମଜୁରୀ ବଦଳରେ ଜୀବିକା ଅଧିରିତ ମଜୁରୀ ନିର୍ଦ୍ଦାରଣ ପାଇଁ ଦାବି କରାଯାଇଥିଲା । ଏହି ପ୍ରସ୍ତାବକୁ ସାରା ଦେଶର 3000 ଶ୍ରମିକ ସଂଗଠନର ପ୍ରତିନିଧିଙ୍କ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । କିନ୍ତୁ ଆଜ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନଥିବା ଭାରତୀୟ ମଜୁଦୂର ସଂଘ ଅଭିଯୋଗ କରିଛି । ତେଣୁ ଶ୍ରମିକଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସଂଗଠନ ଦାବି କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସଙ୍କ ଉପସ୍ଥିତିରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ୪ ଦଫା ପ୍ରସ୍ତାବ ପତ୍ର ପ୍ରଦାନ କରାଯାଇଥିଲା । ଏନେଇ ସେ କହିଛନ୍ତି, " ଓଡ଼ିଶାରେ ଆପୋଲୋ ହସ୍ପିଟାଲରେ ଦୁର୍ନୀତି ବଢ଼ିବାରେ ଲାଗିଛି । ଏହା ବିରୋଧରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବିପତ୍ର ଦିଆଯାଇଛି । ଯଦି ତୁରନ୍ତ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ।" ଉକ୍ତ କାର୍ଯ୍ୟକ୍ରମରେ ପଦ୍ମନାଭ ଦାଶ, ବିଦ୍ୟାଭୁଷଣ ପଣ୍ଡା, ଶ୍ୟାମ କୁମାର ଦାସ , ପ୍ରଫୁଲ ପାତ୍ର , ସହ ସଂଘର ସଂଲଗ୍ନ ସମସ୍ତ ସଂଗଠନର କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘର ଦୂର୍ଗା ମାଧବ ଘୋଷ , ଉଷା ରାଣୀ ଦାସ, ଜୟଦେବ ସେଠ ପ୍ରମୁଖ ପରିଚାଳନା କରିଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.