ETV Bharat / state

ସରିଲା 2 ଦିନିଆ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ

author img

By

Published : Dec 22, 2020, 12:24 PM IST

ସାହିତ୍ୟକୁ ଲୋକଲୋଚନକୁ ଆଣିବା ଓ ଏହାକୁ ଆଦୃତିଲାଭ କରାଇବାକୁ ମୁନିଗୁଡାଠାରେ ଦୁଇ ଦିନିଆ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ସାରିଲା 2 ଦିନିଆ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ
ସାରିଲା 2 ଦିନିଆ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ

ରାୟଗଡ଼ା: ସାହିତ୍ୟକୁ ଲୋକଲୋଚନ ଆଣିବା ଓ ଏହାକୁ ଆଦୃତିଲାଭ କରାଇବାକୁ ମୁନିଗୁଡାଠାରେ ଦୁଇ ଦିନିଆ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୌଣ୍ଢିକ ମଙ୍ଗଳ ଭବନଠାରେ ମୁନିଗୁଡା ସାହିତ୍ୟ ସାଂସଦ ଦ୍ବାରା ଅନୁଷ୍ଠିତ ସାହିତ୍ୟ ସମ୍ମିଳନୀକୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଯଦିଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରଚନ୍ଦନ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ଭାବରେ ଯୋଗ ଦେବାର କର୍ଯ୍ୟକ୍ରମ ଥିଲେ ମଧ୍ୟ ସ୍ବାସ୍ଥ୍ୟ ଗତ କାରଣରୁ ତାହା ସମ୍ଭବ ହୋଇନଥିଲା ।

ସାରିଲା 2 ଦିନିଆ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ

ଏହି 2ଦିନିଆ ସମ୍ମିଳନୀରେ ଆଲୋଚନା ଚକ୍ର, କବିତା ପାଠ ଉତ୍ସବ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି ପ୍ରଶାନ୍ତ ମିଶ୍ର, ମହାସଚିବ ଦଣ୍ଡପାଣି ମହାପାତ୍ର, ଜିଲ୍ଲାପରିସଦ ସଭ୍ୟ ଡା. ରାମଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.