ETV Bharat / state

ବେଳାଭୂମିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ମିଳିଲା ପରିଚୟ

author img

By

Published : Nov 28, 2022, 4:04 PM IST

ବେଳାଭୂମିରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର ଘଟଣା । ଯୁବତୀ ଜଣଙ୍କ ମଧ୍ୟ ପ୍ରଦେଶର ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharatcdzscd
vzscfzscdzs

ପୁରୀ: ବାଲିଗୁଆଳି ବେଳାଭୂମିରୁ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର ଘଟଣା । ମିଳିଲା ଯୁବତୀଙ୍କ ପରିଚୟ । ଉକ୍ତ ଯୁବତୀ ଜଣଙ୍କ ହେଉଛନ୍ତି ମଧ୍ୟ ପ୍ରଦେଶର ସାଗରର ବାସିନ୍ଦା ପ୍ରହଲ୍ଲାଦ କୁଶଓ୍ବାଙ୍କ ଝିଅ ରାଧିକା କୁଶଓ୍ବା ବୋଲି ଜଣାପଡିଛି । ଗତ ୨୩ ତାରିଖରେ ହୋଟେଲରୁ ରାଧିକା ନିଖୋଜ ହୋଇଥିବା ନେଇ ସମୁକ୍ରକୂଳ ଥାନାରେ ଏତଲା ଦେଇଥିଲେ ପ୍ରହଲ୍ଲାଦ । ଯବତୀଙ୍କ ମୃତଦେହ ମିଳିବା ପରେ ଝିଅକୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରହଲ୍ଲାଦ ।

ବେଳାଭୂମିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ପ୍ରହଲ୍ଲାଦ ତାଙ୍କ ପାରିବାର ସହ ପୁରୀ ବୁଲିବାକୁ ଆସି ପେଣ୍ଠକଟାରେ ଏକ ହୋଟେଲରେ ରହିଥିଲେ। ଗତ ୨୩ ତାରିଖ ସକାଳେ ରାଧିକା ହୋଟେଲରୁ କେଉଁ ଆଡେ ଚାଲି ଯାଇଥିବା ତାଙ୍କ ବାପା ପ୍ରହଲ୍ଲାଦ ଅଭିଯୋଗ କରିଥିଲେ । ତେବେ କେଉଁ ପରିସ୍ଥିତିରେ ରାଧିକା ହୋଟେଲ ଛାଡି ଚାଲି ଯାଇଥିଲେ, ସେ କେମିତି ସମୁଦ୍ରକୁ ଗଲେ, ରାଧିକା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହାତ୍ୟା କରାଯାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହି ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବେଳାଭୂମିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ବେଳାଭୂମିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ତେବେ ରାଧିକା କାହିଁକି ହୋଟେଲ ଛାଡି ଚାଲିଯାଇଥିଲେ, ପରିବାର ଲୋକଙ୍କ ସହ କିଛି ଝଗଡା ହୋଇଥିଲା ନା ଏହା ପଛରେ ରହିଛି ପ୍ରେମ ଜନିତ କାରଣ । ସେନେଇ ତଦନ୍ତ କରୁଛି ପୋଲିସ । ସେପଟେ ରାଧିକାକୁ ଅପହରଣ କରାଯାଇ ତାଙ୍କୁ ହତ୍ୟା କରାଯାଇଥିବା ଯୁବତୀଙ୍କ ବାପା ପ୍ରହଲ୍ଲାଦ ସନ୍ଦେହ କରୁଛନ୍ତି । ଗତ ୨୬ ତାରିଖରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରୁ ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଏନେଇ ମୃତ ଯୁବତୀଙ୍କ ବାପା ଅଭିଯୋଗ ଆଣିଛନ୍ତି ଯେ, ''ମୋ ଝିଅକୁ ପ୍ରଥମେ ଅପହାରଣ କରାଯାଇଥିଲା, ଏହାପରେ ତାକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି ।''

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.