ETV Bharat / state

ପୁରୀରେ ପାଣ୍ଡିଆନ୍: ବିଜେଡିରେ ସାମିଲ ପୂର୍ବରୁ ଜଗା ଦର୍ଶନ, ପରିକ୍ରମା ପ୍ରକଳ୍ପର ସମୀକ୍ଷା

author img

By ETV Bharat Odisha Team

Published : Nov 27, 2023, 2:27 PM IST

Pandian at Puri: ବିଜେଡିରେ ସାମିଲ ପୂର୍ବରୁ ଭିକେ ପଣ୍ଡିଆନଙ୍କ ପୁରୀ ଗସ୍ତ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା । ଅଧିକ ପଢ଼ନ୍ତୁ,

ପୁରୀରେ ପାଣ୍ଡିଆନ୍: ବିଜେଡିରେ ସାମିଲ ପୂର୍ବରୁ ଜଗା ଦର୍ଶନ, ପରିକ୍ରମା ପ୍ରକଳ୍ପର ସମୀକ୍ଷା
ପୁରୀରେ ପାଣ୍ଡିଆନ୍: ବିଜେଡିରେ ସାମିଲ ପୂର୍ବରୁ ଜଗା ଦର୍ଶନ, ପରିକ୍ରମା ପ୍ରକଳ୍ପର ସମୀକ୍ଷା

ପୁରୀରେ ପାଣ୍ଡିଆନ୍: ବିଜେଡିରେ ସାମିଲ ପୂର୍ବରୁ ଜଗା ଦର୍ଶନ, ପରିକ୍ରମା ପ୍ରକଳ୍ପର ସମୀକ୍ଷା

ପୁରୀ: ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଲେ ପୂର୍ବତନ ଆଇଏଏସ ଅଫିସର ଭିକେ ପଣ୍ଡିଆନ । ବିଜେଡିରେ ସାମିଲ ପୂର୍ବରୁ ପୁରୀ ଗସ୍ତ କରିଥିଲେ ପାଣ୍ଡିଆନ । ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆସନ୍ତାବର୍ଷ ଜାନୁଆରି 17 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ।

5ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ବିଜେଡିରେ ବିଧିବଦ୍ଧ ଭାବେ ଆଜି ଯୋଗ ଦେଇଛନ୍ତି । ଏହା ପୁର୍ବରୁ ସେ ପୁରୀ ଯାଇ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟଳୟରେ 5 ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ଏହି ସମୀକ୍ଷା କାର୍ଯ୍ୟ କରିଥିଲେ । ପୁରୀ ଜିଲ୍ଲାପାଳ, obcc ର ଅଧିକାରୀ , ଟାଟା ପ୍ରୋଜେକ୍ଟ ଅଧିକାରୀ ଙ୍କ ସମେତ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ ।

ଏହା ମଧ୍ଯ ପଢ଼ନ୍ତୁ: ଶ୍ରୀକ୍ଷେତ୍ର ପାଲଟିଲା ଜନସମୁଦ୍ର, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ମହାପ୍ରଭୁଙ୍କ ଦର୍ଶନ

ଆସନ୍ତାବର୍ଷ ଜାନୁଆରି 17 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ । ହାତରେ କମ୍ ସମୟ ଥିବାରୁ ଏହାକୁ ଧାର୍ଯ୍ୟ ସମୟ ପୂର୍ବରୁ କିଭଳି ଶେଷ କରାଯିବ ସେ ନେଇ ସମୀକ୍ଷା କରିବା ସହ ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେବାକୁ 5 ଟି ଅଧ୍ୟକ୍ଷ ଟାଟା, obcc ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ଯ ପଢ଼ନ୍ତୁ: ଚର୍ଚ୍ଚାର ଅନ୍ତ: ଶେଷରେ ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ, ଏଣିକି ବୋଲାଇବେ ବିଜେଡି ନେତା

ବିଜେଡିରେ ଯୋଗ ଦେବା ପୂର୍ବରୁ 5 ଟି ଅଧ୍ୟକ୍ଷ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଆସନ୍ତା ଜାନୁୟାରି ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ସୂଚନା ଅନୁଯାୟୀ ଜାନୁଆରି ୧୨ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୨ଟା ୪୫ରୁ ୪ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ଆଚାର୍ଯ୍ୟ ବରଣ ସହ ଅଙ୍କୁର ରୋପଣ, ୧୩ ତାରିଖ ସନ୍ଧ୍ୟା ୬ଟାରେ ଅଙ୍କୁରପୂଜନ, ୧୪ ତାରିଖ ସନ୍ଧ୍ୟା ୫ଟାରେ ମଣ୍ଡଳ ସ୍ଥାପନ ଓ ଅଙ୍କୁର ପୂଜନ, ୧୫ରେ ଅଖଣ୍ଡ ଦୀପ ସ୍ଥାପନ ସହ ବିଭିନ୍ନ ପୂଜାର୍ଚ୍ଚନା, ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା ଭଳି ବିଭିନ୍ନ ପୂଜାର୍ଚ୍ଚନା ଏବଂ ୧୭ ତାରିଖ ଦିନ ୧.୩୦ରୁ ୨ଟା୨୫ ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ପୂର୍ଣ୍ଣାହୂତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟରେ ଯୋଗ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଏଥିସହ ଶ୍ରୀମନ୍ଦିର ଚାରିଦ୍ବାରରେ ବିଭିନ୍ନ ବେଦପାଠ ସହ ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ଗୀତ, ବାଲୁକା କଳା ମଧ୍ୟ ପ୍ରଦର୍ଶିତ ହେବ । ଓଡ଼ିଶାର କୋଣ ଅନୁକୋଣରେ ଥିବା ଜଗନ୍ନାଥ ପ୍ରେମୀମାନେ ଲୋକାର୍ପଣ ଉତ୍ସବକୁ ଯେଭଳି ଦେଖିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ଯୋଜନା ରଖିଛି ପ୍ରଶାସନ । ଏଥିସହ ଏହି ମହୋତ୍ସବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ମଠର ସାଧୁସନ୍ଥ ଓ ବରେଣ୍ୟ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ଐସାନ୍ୟ କୋଣରେ ଯଜ୍ଞ ସହ ପୂଜାର୍ଚ୍ଚନା ଚାଲିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠାଗୁଡ଼ିକୁ ଫିକା ଗେରୁଆ ରଙ୍ଗ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ପୁରୀ ପ୍ରଶାସନ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.