ETV Bharat / state

ଗୋପବନ୍ଧୁଙ୍କ ଜନ୍ମସ୍ଥାନର ହେବ ଉନ୍ନତିକରଣ, 2022 ଅକ୍ଟୋବର ପୂର୍ବରୁ ସରିବ କାମ

author img

By

Published : Oct 9, 2021, 10:29 PM IST

ପଣ୍ତିତ ଗୋପବନ୍ଧୁ ଦାସଙ୍କର ୧୪୪ତମ ଜନ୍ମ ତିଥି । ରାଜ୍ୟ ସରକାରଙ୍କ ତରଫରୁ ତାଙ୍କ ଜନ୍ମସ୍ଥାନକୁ ଦିଆଯିବ ଏକ ସ୍ବତନ୍ତ୍ର ପରିଚୟ । ଆଉ ଏହାର ନିର୍ମାଣ କାର୍ଯ୍ୟ ପାଇଁ ସରକାର ଖର୍ଚ୍ଚ କରିବେ 15 କୋଟି ଟଙ୍କା । ଅଧିକ ପଡନ୍ତୁ...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନର ହେବ ଉନ୍ନତିକରଣ, ରାଜ୍ୟ ସରକାର ଖର୍ଚ୍ଚ କରିବେ 15 କୋଟି
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନର ହେବ ଉନ୍ନତିକରଣ, ରାଜ୍ୟ ସରକାର ଖର୍ଚ୍ଚ କରିବେ 15 କୋଟି

ପୁରୀ: ଆଜି ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କର ୧୪୪ତମ ଜନ୍ମ ତିଥି । ଏହି ଅଵସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ବିଭିନ୍ନ ବ୍ୟକ୍ତିମାନେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଛନ୍ତି ।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନର ହେବ ଉନ୍ନତିକରଣ, ରାଜ୍ୟ ସରକାର ଖର୍ଚ୍ଚ କରିବେ 15 କୋଟି

ତେବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମଧ୍ୟ ସୁଆଣ୍ଡୋ ଯାଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର ନୀତି ଆଦର୍ଶକୁ ଯୁବପୀଢ଼ୀ ଅନୁକରଣ କରିବାକୁ ଆହ୍ବାନ ଦେଇଥିଲେ ।

ଆଉ ଏହି ଅବସରରେ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ଷଠିଘରର ଉନ୍ନତିକରଣ କାର୍ଯ୍ୟ ଆସନ୍ତା 2022 ଅକ୍ଟୋବର ପୂର୍ବରୁ ସରିବ ବୋଲି ସତ୍ୟବାଦୀ ବିଧାୟକ କହିଛନ୍ତି । କୋଭିଡ ମହାମାରୀ ଆଦି ଯୋଗୁଁ ଏହି କାର୍ଯ୍ୟ ଆଗେଇ ପାରି ନାହିଁ । ଏଥିପାଇଁ ସରକାର 15 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ତେବେ ଆସନ୍ତା ବର୍ଷ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମ ବାର୍ଷିକୀରେ ମୁଖ୍ୟମନ୍ତ୍ରୀ ନିଜେ ଆସି ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦଘାଟନ କରିବେ ବୋଲି ସତ୍ୟବାଦୀ ବିଧାୟକ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.