ETV Bharat / state

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ, ଗଜପତିଙ୍କୁ ଚିଠି ଲେଖିଲେ ସୁଦର୍ଶନ

author img

By

Published : Jul 21, 2023, 10:24 PM IST

ଗଜପତିଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଏବଂ ଚାରିଦ୍ବାର ପ୍ରବେଶ ଅନୁମତି ନେଇ ଗଜପତିଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

sri mandir ratna bhandar issue
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ଗଜପତିଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ଅଧ୍ୟକ୍ଷ ତଥା ଗଜପତିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଜେଣ୍ଡା ରଖିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଏଏସଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବାରୁ ଯାଞ୍ଚ ପାଇଁ ଚିଠି ଲେଖି ସାରିଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ପାଇଁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ

ଦିନକୁ ଦିନ ରତ୍ନ ଭଣ୍ଡାର ସ୍ଥିତି ଖରାପ ହେଉଥିବା ବେଳେ ଏହାର ଯାଞ୍ଚର ଆବଶ୍ୟକତା ରହିଛି। ଏଏସଆଇ ଏହାକୁ ଯାଞ୍ଚ ପାଇଁ ଚିଠି ଲେଖି ସାରିଛି । ଏଣୁ ଏହି ପ୍ରସଙ୍ଗ ଆଲୋଚନା କରାଯାଇ ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରସ୍ତାବ ଦେବା ଉଚିତ । ନହେଲେ ଭକ୍ତ ମାନେ ଶ୍ରୀମନ୍ଦିର ପରିଚାଳନା କମିଟି ଉପରେ ଅସନ୍ତୋଷ ପ୍ରକାଶ କରିବେ ବୋଲି ସୁଦର୍ଶନ କହିଛନ୍ତି । ସେହିପରି ପୁରୀବାସୀଙ୍କ ପାଇଁ ତୁରନ୍ତ ଶ୍ରୀମନ୍ଦିରର ସବୁ ଦ୍ଵାର ଖୋଲିବା ନେଇ ଦାବି କରିଛନ୍ତି ।

ଏନେଇ ସେ କହିଛନ୍ତି, "କୋଭିଡ ପର ଠାରୁ ଶ୍ରୀମନ୍ଦିରର ତିନୋଟି ଦ୍ବାର ବନ୍ଦ ରହିଛି । କେବଳ ସିଂହଦ୍ବାର ଦେଇ ଭକ୍ତାମାନେ ଯାଆଆସ କରୁଛନ୍ତି । ଏହା ଫଳରେ ପୁରୀ ସହରବାସୀ ବେଶି କଲବଲ ହେଉଛନ୍ତି । ମହାପ୍ରସାଦ ଆଣିବା ହେଉକି , ବ୍ରତ ଘର, ବାହାଘରରେ ନିମନ୍ତ୍ରଣ ପତ୍ର ଦେବାରେ ସେମାନଙ୍କୁ ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡୁଛି । ବୟସ୍କ ବ୍ୟକ୍ତି ମାନେ ବେଶୀ କଷ୍ଟ ଭୋଗୁଛନ୍ତି । ତେଣୁ ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ପଦକ୍ଷେପ ନେଇ ତୁରନ୍ତ କୌଣସି ଏକ ଦ୍ବାର ଖୋଲିବା ଆବଶ୍ୟକ ରହଛି ।

ଏହା ମଧ୍ୟ ପଢ଼ନ୍ତୁ: ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ ଅନୁମତି ଦାବି: ସ୍ବର ଶାଣିତ କଲେ ମହେଶ୍ବର ମହାନ୍ତି

ସେ ଆହୁରି ମଧ୍ୟ କହିଛନ୍ତି, ମହାପ୍ରଭୁ ସମସ୍ତଙ୍କର । ଏଠାକୁ ଆସୁଥିବା ଭକ୍ତଙ୍କ ଜାଣିବାର ଅଧିକାର ରହିଛି ଯେ, କେଉଁ କାରଣରୁ ଦ୍ବାର ବନ୍ଦ ରହିଛି । ଏଥିପାଇଁ ଭକ୍ତଙ୍କ ପାଖରେ ଉତ୍ତର ରଖିବାର ଉଚିତ । ତୁରନ୍ତ ଏକ ଦ୍ବାର ଖୋଲି କେଉଁ କାରଣରୁ ଏହା ବନ୍ଦ ରହିଛି ସେନେଇ ଭକ୍ତଙ୍କୁ ଅବଗତ କରାଇବାକୁ ସୁଦର୍ଶନ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.