ETV Bharat / state

ସ୍ନାନଯାତ୍ରା: ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା, ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ

author img

By

Published : May 30, 2023, 10:29 PM IST

ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହ ବିସ୍ତୃତ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ସ୍ନାନଯାତ୍ରା ନେଇ ଦଇତାପତି ନିଯୋଗ- ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା
ସ୍ନାନଯାତ୍ରା ନେଇ ଦଇତାପତି ନିଯୋଗ- ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା

ସ୍ନାନଯାତ୍ରା ନେଇ ଦଇତାପତି ନିଯୋଗ- ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା

ପୁରୀ: ଆସନ୍ତା ଜୁନ ୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଏବେଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଗତବର୍ଷ ଭଳି ଏଥର ମଧ୍ୟ ନୀତିକାନ୍ତି ଶୃଙ୍ଖଳିତ କରାଯିବ । ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହ ବିସ୍ତୃତ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ । ପହଣ୍ଡି ସହିତ ମହାପ୍ରଭୁଙ୍କ ହାତୀବେଶକୁ ଯଥା ସମ୍ଭବ ଶୃଙ୍ଖଳିତ କରାଯିବ । ହାତୀ ବେଶ ଦର୍ଶନ ସମୟରେ ସେବାୟତ ମାନେ ଅଯଥା ମହାପ୍ରଭୁଙ୍କ ସମ୍ମୁଖରେ ଗହଳି କରିବେ ନାହିଁ କିମ୍ବା ଦର୍ଶନରେ ବାଧା ଦେବେ ନାହିଁ । ଏନେଇ ସବୁ ନିଯୋଗ ମାନଙ୍କୁ ଅବଗତ କରାଯାଇଛି ।

ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ସାରିବାକୁ ଦଇତାପତି ମାନଙ୍କୁ ପରାମର୍ଶ ଦିଆଯାଇଛି । ଭକ୍ତମାନେ ଯେଭଳି ନିର୍ଦ୍ବନ୍ଦ୍ବରେ ଦର୍ଶନ କରିପାରିବେ ଏବଂ କୌଣସି ଭକ୍ତ ଯେଭଳି ଦର୍ଶନରୁ ବଞ୍ଚିତ ନହୁଅନ୍ତି, ସେନେଇ ଗୁରୁତ୍ବ ଦିଆଯିବ । କୌଣସି ବିଶୃଙ୍ଖଳା ହେବନାହିଁ । ଭକ୍ତମାନେ ସ୍ନାନମଣ୍ଡପ ଉପରକୁ ଯିବେ, ମାତ୍ର ମହାପ୍ରଭୁଙ୍କୁ ସ୍ପର୍ଶ କରିବେ ନାହିଁ । ସେପଟେ ହାତୀବେଶ ପରେ ବେଶକୁ ଅକ୍ଷତ ରଖାଯିବ ବୋଲି ଦଇତାପତି ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । କେବଳ ସ୍ନାନପୂର୍ଣ୍ଣିମା ନୁହେଁ, ରଥଯାତ୍ରା, ବାହୁଡା, ସୁନାବେଶ ଆଦିକୁ ମଧ୍ୟ ଶୃଙ୍ଖଳିତ କରାଯିବ । ଏଥିପାଇଁ ଦଇତାପତିଙ୍କ ଦାବି ଗୁଡିକ ସମ୍ପର୍କରେ ଆଲୋଚନା ହୋଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ମହାପ୍ରଭୁଙ୍କ ସ୍ନାନଯାତ୍ରାଠାରୁ ରଥଯାତ୍ରା, ବାହୁଡ଼ା ଯାତ୍ରା, ନିଳାଦ୍ରୀ ବିଜେରେ ଦଇତାପତି ସେବକଙ୍କ ବେଶ ଗୁରୁତ୍ବପୁର୍ଣ୍ଣ ଭୂମିକା ରହିଛି । ମହାପ୍ରଭୁଙ୍କୁ ପହଣ୍ଡି କରି ଦଇତାପତି ସେବକମାନେ ନେଇ ରଥରେ ବିଜେ କରାଇଥାନ୍ତି । ଏଣୁ ଦଇତାପତି ନିଯୋଗ ସହ ପ୍ରତିବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରାରେ ପ୍ରଶାସନ ପକ୍ଷରୁ ଆଲୋଚୋନା କରାଯାଇ ବିଭିନ୍ନ ସମସ୍ୟା ସମାଧାନ କରାଯାଇଥାଏ । ତେବେ ଆସନ୍ତା ୨ ତାରିଖ ତଥା ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ ବିଧି ରହିଛି । ଏନେଇ ଦଇତାପତି ନିଯୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସ୍ନାନ ଯାତ୍ରା ପାଇଁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ସବୁ କିଛି ହେବ । ଭକ୍ତଙ୍କ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଚୂଡାନ୍ତ ନୀତି ଅନୁଯାୟୀ ରାତ୍ର ୩ଟା ୩୦ ମିନିଟରେ ମଙ୍ଗଳାର୍ପଣ, ୪ଟାରୁ ୬ଟା ମଧ୍ୟରେ ପହଣ୍ଡି, ଦିନ ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ଛେରା ପହଁରା, ୧୨ଟା ୪୫ରୁ ୨ଟା ୩୦ ଯାଏଁ ହାତୀବେଶ, ସାହାଣ ମେଲା ଦର୍ଶନ ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ମଧ୍ୟରେ ହେବ । ରାତି ୧୦ଟାରୁ ୧ଟା ଭିତରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ବାରିକେଡ୍‌ ଦେଇ ପ୍ରବେଶ ସହ ଆନନ୍ଦ ବଜାର ଦେଇ ସ୍ନାନ ମଣ୍ଡପ ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.