ETV Bharat / state

ବିବାଦରେ ସତ୍ୟବାଦୀ ବିଧାୟକ, ଭାଇରାଲ ଅଡିଓ କ୍ଲିପରେ ମାଡ ମାରିବାକୁ ନିର୍ଦ୍ଦେଶ !

author img

By

Published : Jul 16, 2020, 9:40 PM IST

ବିବାଦ ଘେରରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ଅଶ୍ରାବ୍ୟ ଭାଷା ଆଉ ଗୁଣ୍ଡା ଠାଣୀରେ ଜଣଙ୍କୁ ମାଡ ମାରିବାକୁ ସହଯୋଗୀଙ୍କୁ ନିର୍ଦ୍ଦେଶ ଦେଉଥିବା ଅଭିଯୋଗ । ନିଜର ସୀମା ସରହଦ ଭୁଲି ଗଲେକି ବିଜେଡ଼ିର ଏହି ବିଧାୟକ ? ଅଧିକ ପଢନ୍ତୁ..

ଉମାକାନ୍ତଙ୍କ ଅଶ୍ରାବ୍ୟ ଅଡ଼ିଓ ଭାଇରାଲ, ଗୁଣ୍ଡା ଠାଣୀରେ ମାଡ଼ ମାରିବାକୁ ଦେଉଛନ୍ତି ନିର୍ଦ୍ଦେଶ
ଉମାକାନ୍ତଙ୍କ ଅଶ୍ରାବ୍ୟ ଅଡ଼ିଓ ଭାଇରାଲ, ଗୁଣ୍ଡା ଠାଣୀରେ ମାଡ଼ ମାରିବାକୁ ଦେଉଛନ୍ତି ନିର୍ଦ୍ଦେଶ

ପୁରୀ: ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଏବେ ବିବାଦ ଘେରରେ । ତାଙ୍କର ଏକ ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭଦ୍ର ଭାଷା ପ୍ରୟୋଗ କରି ଘରୁ ଟାଣି ଆଣି ଜଣେ ବ୍ୟକ୍ତିଙ୍କୁ ମାଡ ମାରିବାକୁ ସମର୍ଥକଙ୍କୁ ନିର୍ଦେଶ ଦେଉଛନ୍ତି । ଯାହା ଟଙ୍କା ଖର୍ଚ୍ଚ ହେବ ସେ ବୁଝିବେ ବୋଲି ସମର୍ଥକଙ୍କୁ ବିଧାୟକ କହୁଥିବା ଅଭିଯୋଗ ହୋଇଛି । ଏହି ଆଡ଼ିଓ କ୍ଲିପଟି ଜଣେ ସହଯୋଗୀଙ୍କ ସହିତ ଫୋନ ଯୋଗେ ବାର୍ତ୍ତାଳାପର କ୍ଲିପ୍ ଅଟେ ।

ଉମାକାନ୍ତଙ୍କ ଅଶ୍ରାବ୍ୟ ଅଡ଼ିଓ ଭାଇରାଲ, ଗୁଣ୍ଡା ଠାଣୀରେ ମାଡ଼ ମାରିବାକୁ ଦେଉଛନ୍ତି ନିର୍ଦ୍ଦେଶ

ତେବେ କଣ ପାଇଁ ଓ କାହାକୁ ସେ ଗାଳି ଗୁଲଜ କରୁଛନ୍ତି ଓ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ଅଡିଓ କ୍ଲିପରୁ ଜଣାପଡୁନି । ତେବେ ଏହାକୁ ସତ୍ୟବାଦୀ ବିଜେପି ପକ୍ଷରୁ ସୋସିଆଲ ମିଡିଆ ସାଇଟରେ ଅପଲୋଡ଼ କରାଯାଇଛି । ଏହାସହ ଉମାକାନ୍ତ ସାମନ୍ତରାୟଙ୍କ ଗୁଣ୍ଡାଗିରିକୁ କଡା ସମାଲୋଚନା କରାଯାଇଛି ।

ତେବେ ଜଣେ ବିଧାୟକ ଏଭଳି ଅସଭ୍ୟ ଭାଷା ପ୍ରୟୋଗ କରି ଜଣଙ୍କୁ ଆକ୍ରମଣ କରିବା ପାଇଁ ନିର୍ଦେଶ ଦେବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.