ETV Bharat / state

ଆବାସ ଲିଷ୍ଟରେ ସତ୍ୟବାଦୀ ବିଧାୟକଙ୍କ ସମ୍ପର୍କୀୟ ! ଅଭିଯୋଗ ପ୍ରମାଣିତ ହେଲେ ରାଜନୀତି ଛାଡିଦେବି କହିଲେ ବିଧାୟକ

author img

By

Published : Feb 8, 2023, 10:46 PM IST

Updated : Feb 9, 2023, 10:01 AM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ଗୃହ ହାତେଇଛନ୍ତି ସତ୍ୟବାଦୀ ବିଧାୟକଙ୍କ ଦାଦା ଶ୍ବଶୁର ଓ ଶଳା ! ଏପଟେ ଅଭିଯୋଗ ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି କହିଲେ ବିଧାୟକ ଉମାକାନ୍ତ ସାମନ୍ତରାୟ । ଅଧିକ ପଢ଼ନ୍ତୁ

ଆବାସ ଯୋଜନାରେ ସତ୍ୟବାଦୀ ବିଧାୟକଙ୍କ ସମ୍ପର୍କୀୟ !
ଆବାସ ଯୋଜନାରେ ସତ୍ୟବାଦୀ ବିଧାୟକଙ୍କ ସମ୍ପର୍କୀୟ !

ପ୍ରଧାନମନ୍ତ୍ରୀ ଆବାସ ଗୃହ ଚଞ୍ଚକତା

ପୁରୀ: ରାଜ୍ୟରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଆବଣ୍ଟନକୁ ନେଇ ତୁମ୍ବି ତୋଫାନ ଲାଗି ରହିଛି । ଏହାରି ମଧ୍ୟରେ ପୁରୀ ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସତ୍ୟବାଦୀରେ ବିଧାୟକଙ୍କ ସମ୍ପର୍କୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ରହିଛନ୍ତି । ଏଭଳି ଅଭିଯୋଗକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସରକାରୀ ଅଧିକାରୀ କିଭଳି ଯୋଗ୍ୟ ଅଯୋଗ୍ୟ ହିତୀଧିକାରୀ ବାଛି ପାରିଲେନି ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ସେପଟେ ବିଧାୟକ କହିଛନ୍ତି ଯେ ଅଭିଯୋଗ ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି । ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିଛି ।

ଚଞ୍ଚକତା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ଗୃହ ହାତେଇଛନ୍ତି ସତ୍ୟବାଦୀ ବିଧାୟକଙ୍କ ଦାଦା ଶ୍ବଶୁର ଓ ଶଳା ! ବିଧାୟକଙ୍କ ନିଜ ଗାଁରେ ଯୋଗ୍ୟ ବଦଳରେ କିଭଳି ଅଯୋଗ୍ୟ ହାତେଇଲେ ପ୍ରଧାନମନ୍ତ୍ରୀ ଆବାସ ଘର ତାହାକୁ ନେଇ ପ୍ରଶ୍ନ ଉଠିଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ କଣାସ ବ୍ଲକ ଦୋଛିଆଁ ଗ୍ରାମର ଜଣାସୁଣା ବ୍ୟବସାୟୀ ଓ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ବ୍ୟକ୍ତି କିଭଳି ହାତେଇଲେ ପକ୍କାଘର ତାକୁ ନେଇ ପୁରୀ ଜିଲ୍ଲାରେ ଚର୍ଚ୍ଚା ହେଉଛି । ବିଧାୟକଙ୍କ ଦାଦା ଶ୍ବଶୁର ଶିଖର ମଙ୍ଗରାଜ ଓ ଶଳା ପ୍ରଶାନ୍ତ ମଙ୍ଗରାଜ ପ୍ରଧାନମନ୍ତ୍ରୀ ଆବାସ ଗୃହ ହାତେଇଥିବା ଅଭିଯୋଗ ହୋଇଛି ।

କଥା ହେଉଛି ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରଶାନ୍ତ ମଙ୍ଗରାଜ ନିଜେ ଦୋଛିଆଁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ । ତେବେ ଏଭଳି ଅଯୋଗ୍ୟ ବ୍ୟକ୍ତି କିଭଳି ପକ୍କା ଘର ହାତେଇଛନ୍ତି ତାକୁ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ । ବାରମ୍ବାର ତଦନ୍ତ ସତ୍ତ୍ୱେ କିଭଳି ସରକାରୀ ଅଧିକାରୀ ବାଛି ପାରିଲେନି ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ? ଏଭଳି ଅଭିଯୋଗ ନେଇ କଣାସ ବିଡିଓ ଓ ପୁରୀ ଜିଲ୍ଲାପାଳ ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ସେପଟେ ଏହାକୁ ନେଇ ଫୋନ୍‌ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ।

ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, "ସେମାନେ ମୋର ଦାଦା ଶ୍ବଶୁର ନୁହଁନ୍ତି କି ଶଳା ନୁହଁନ୍ତି । ସେମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କ ଚାଳ ଘର ଥିଲା । ସେମାନେ କୌଣସି ବ୍ୟବସାୟୀ ନୁହଁନ୍ତି । ସେ ଘର ପାଇଛନ୍ତି ବୋଲି ମୁଁ ଆଜି ଜାଣୁଛି । ମୋତେ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି । ସେମାନେ ମୋ ଭାଇର ଦାଦା ଶ୍ୱଶୁର ଓ ଶଳା । ଯଦି ମୋ ବିରୁଦ୍ଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେଲେ ମୁଁ ରାଜନୀତିରୁ ସନ୍ନ୍ୟାସୀ ନେବି । ଅଯୋଗ୍ୟ ହିତାଧିକାରୀ ଯୋଜନାରେ ସାମିଲ ହୋଇନାହାଁନ୍ତି । ଏହାକୁ ନେଇ ବିଡିଓଙ୍କୁ ପ୍ରଶ୍ନ କରନ୍ତୁ । ଥର ଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଦେଖି ଆସନ୍ତୁ । ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ।"

Last Updated : Feb 9, 2023, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.