ETV Bharat / state

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦେଖିବାକୁ ଛୁଟିବ ଭକ୍ତଙ୍କ ସୁଅ, ଜଗିବେ 26 ପ୍ଲାଟୁନ ପୋଲିସ ଫୋର୍ସ

author img

By ETV Bharat Odisha Team

Published : Jan 18, 2024, 11:03 PM IST

Puri administration prepared: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପରେ ପରିକ୍ରମା ମାର୍ଗ ଦେଖିବାକୁ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରୁ ଆସିବେ ଭକ୍ତ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଟ୍ରାଫିକ ସୁପରିଚାଳନା ପାଇଁ 26 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦେଖିବାକୁ ଛୁଟିବ ଭକ୍ତଙ୍କ ସୁଅ,  ସୁରକ୍ଷା ପାଇଁ ରହିବେ 26 ପ୍ଲାଟୁନ ପୋଲିସ ଫୋର୍ସ
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦେଖିବାକୁ ଛୁଟିବ ଭକ୍ତଙ୍କ ସୁଅ, ସୁରକ୍ଷା ପାଇଁ ରହିବେ 26 ପ୍ଲାଟୁନ ପୋଲିସ ଫୋର୍ସ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦେଖିବାକୁ ଛୁଟିବ ଭକ୍ତଙ୍କ ସୁଅ, ସୁରକ୍ଷା ପାଇଁ ରହିବେ 26 ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ: ବିଶାଳ ଓ ଭବ୍ୟ ଭାବେ ଆୟୋଜିତ ହୋଇଯାଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପରେ ପରିକ୍ରମା ମାର୍ଗ ଦେଖିବାକୁ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀ ରୁ ଭକ୍ତ ମାନେ ଆସିବେ ଶ୍ରୀମନ୍ଦିର । ଏଥିପାଇଁ ଯେଭଳି କୌଣସି ଅସୁବିଧା ସୃଷ୍ଟି ନ ହୁଏ ସେ ନେଇ ବିଶେଷ ଦୃଷ୍ଟି ଦେଇଛି ପୁରୀ ପୋଲିସ । ଭକ୍ତ ମାନେ ବଡଦାଣ୍ଡ ପଟେ ଆସିଲେ ବଡଦାଣ୍ଡରେ ହୋଇଥିବା ଏସି ସେଡ ଦେଇ ପ୍ରଵେଶ କରିବେ । ଶ୍ରୀମାର୍ଗ ଦେଇ ଆସୁଥିବା ଭକ୍ତ ମଧ୍ୟ ପ୍ରଵେଶ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଲୋକଙ୍କ ଯାତାୟତ ପାଇଁ ସ୍ଵତନ୍ତ୍ର କରିଡ଼ର କରଯାଇଛି । ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବନାହିଁ ।

ଭକ୍ତ ମାନଙ୍କ ଶ୍ରୀମନ୍ଦିର ଚାରିପାଖ ରେ ଭଲରେ ପରିକ୍ରମା ପାଇଁ ସବୁ ବ୍ୟବସ୍ଥା ହୋଇଛି । ତେବେ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଟ୍ରାଫିକ ସୁପରିଚାଳନା ପାଇଁ 26 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ସମେତ ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ କେନ୍ଦ୍ର ସହିତ ପୁରୀ ସହରର ବିଭିନ୍ନ ଗୁରୁତ୍ବପୂର୍ଣ ସ୍ଥାନରେ ଏହି ପୋଲିସ୍ ଫୋର୍ସ ମୁତୟନ ରହିବେ । ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ସିସିଟିଭି ବିଭିନ୍ନ ସ୍ଥାନରେ ଲାଗିଛି । ଏକ କଣ୍ଟ୍ରୋଲ ରୁମ୍ ମାଧ୍ୟମ ରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ.... ଶ୍ରୀକ୍ଷେତ୍ରକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ ବସ୍, ମହିଳାଙ୍କ ପାଇଁ ୫୦% ରିହାତି

ତେବେ ଶ୍ରୀମନ୍ଦିର ଚାରିଦ୍ଵାର ଭକ୍ତଙ୍କ ପାଇଁ ଖୋଲିଛି କି ପ୍ରଶ୍ନ ଉତ୍ତରରେ ପୁରୀ ଏସପି କନୱାର ବିଶାଲ ସିଂହ କହିଛନ୍ତି ଯେ ଏହାର ନିଷ୍ପତ୍ତି ସରକାର ନେବେ । ଏଥିରେ ପୋଲିସର କୌଣସି ଭୂମିକା ନାହିଁ । ସରକାରଙ୍କ ଯାହା ନିର୍ଦ୍ଦେଶ ରହିଛି ପୋଲିସ୍ ପକ୍ଷରୁ ତାହା ପାଳନ କରାଯାଉଛି । ଭକ୍ତ ମାନଙ୍କ ସହାୟତା ପାଇଁ ସ୍ବେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି । ତେବେ ଆସନ୍ତା 22 ତାରିଖରୁ ଓଡ଼ିଶାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଲୋକଙ୍କୁ ଶ୍ରୀ ମନ୍ଦିର ପରିକ୍ରମା କରିବା ପାଇଁ ସ୍ବତନ୍ତ୍ର ବସରେ ଆଣିବାକୁ ସରକାରଙ୍କ ଯୋଜନା ରହିଛି । ଏଣୁ ଲୋକଙ୍କ ସମାଗମକୁ ଦୃଷ୍ଟି ରେ ରଖାଯାଇ ପୁରୀ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.