ETV Bharat / state

ଶ୍ରୀକ୍ଷେତ୍ର ଶରତ କାଳୀନ ଷୋଡ଼ଶ ଉପଚାର ପୂଜା ପାଇଁ ପ୍ରସ୍ତୁତି

author img

By

Published : Sep 8, 2020, 7:39 PM IST

Updated : Sep 8, 2020, 9:32 PM IST

ଶ୍ରୀମନ୍ଦିରରୁ ଆଜ୍ଞାମାଳ ଶ୍ରୀକ୍ଷେତ୍ରର ସପ୍ତଦେବୀ ପୀଠକୁ ଯାଇଛି। ଆସନ୍ତା ଗୁରୁବାର ମୂଳାଷ୍ଟମୀ ଦିନ ଠାରୁ ଶୋଷଡ଼ ଉପଚାର ପୂଜା ଆରମ୍ଭ ହେବ।

puri
ଶରତ କାଳୀନ ଷୋଡ଼ଶ ଉପଚାର ପୂଜା

ପୁରୀ: ଶ୍ରୀକ୍ଷେତ୍ରର ଶକ୍ତିପୀଠ ଗୁଡିକରେ ଶରତକାଳୀନ ଶୋଷଡ଼ ଉପଚାର ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଶ୍ରୀକ୍ଷେତ୍ରର ସପ୍ତଦେବୀ ପୀଠକୁ ଯାଇଛି। ଆସନ୍ତା ଗୁରୁବାର ମୂଳାଷ୍ଟମୀ ଦିନ ଠାରୁ ଶୋଷଡ଼ ଉପଚାର ପୂଜା ଆରମ୍ଭ ହେବ। ତେବେ ଚଳିତବର୍ଷ ଯୋଡ଼ା ଆଶ୍ବୀନ ପଡୁ ଥିବାହେତୁ ଏଥର 45 ଦିନ ଶକ୍ତିପୀଠ ଗୁଡିକରେ ଷୋଡଶ ପୂଜା ଅନୁଷ୍ଠିତ ହେବ।

ଗୁରୁବାର ମୂଳାଷ୍ଟମୀରୁ ଆରମ୍ଭ ହେବ ଷୋଡଶ ଉପଚାର ପୂଜା । ତେବେ ଶ୍ରୀମନ୍ଦିର ଭିତରେ ମା' ବିମଳାଙ୍କ ଷୋଡଶ ଉପଚାର ପୂଜା ସହ ଶ୍ରୀକ୍ଷେତ୍ର ବିଭିନ୍ନ ଶକ୍ତିପୀଠରେ ଏହି ପୂଜା ଆରମ୍ଭ ହୋଇଥାଏ। ଏଥିପାଇଁ ଆଜି(ମଙ୍ଗଳବାର) ଶ୍ରୀମନ୍ଦିର ପରମ୍ପରା ନୀତି ଅନୁଯାୟୀ, ଶ୍ରୀମନ୍ଦିରରୁ ମା' ମଙ୍ଗଳାଙ୍କ ପାଖରୁ ଆଜ୍ଞାମାଳ ସପ୍ତ ଦେବୀଙ୍କ ପୀଠକୁ ଯାଇଛି।

ଶରତ କାଳୀନ ଷୋଡ଼ଶ ଉପଚାର ପୂଜା

ଘଣ୍ଟଘଣ୍ଟା ସହ ପଟୁଆର ସହିତ ଶ୍ରୀମନ୍ଦିରରୁ ଆଜ୍ଞାମାଳ ସହିତ ମଜଣା ଜିନିଷ ଦୀପ, ଧୂପ, ନୈବେଦ୍ୟ, ବସ୍ତ୍ର, ପୁଷ୍ପମାଳ ଆଦି ସପ୍ତଦେବୀଙ୍କ ପୀଠକୁ ଯାଇଛି। ବୁଧବାର ଶ୍ରୀମନ୍ଦିରରେ ସହସ୍ରା କୁମ୍ଭଭିଷେକ ସହ ଦେବୀପୀଠ ଗୁଡିକରେ ଆରମ୍ଭ ହେବ ଶୋଷଡ଼ ଉପଚାର ପୂଜା ।

ଶ୍ରୀକ୍ଷେତ୍ର ଶରତକାଳୀନ ଶୋଷଡ଼ ଉପଚାର ପୂଜାର ସ୍ବତନ୍ତ୍ର ବିଧି ପରମ୍ପରା ରହିଛି। ଶ୍ରୀମନ୍ଦିର ଭିତରେ ଥିବା ମା' ବିମଳାଙ୍କ ଶୋଷଡ଼ ଉପଚାର ପୂଜା ହୋଇଥାଏ। ବୁଧବାର ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଦେବୀ ଜୟ ଦୁର୍ଗାଙ୍କୁ ସୋମନାଥ ମଣ୍ଡପ ଉପରେ ସହସ୍ରା କୁମ୍ଭାଭିସେକ ହେବ। ଶୀତଳ ଭୋଗ ସମେତ ବନ୍ଦାପନା ହେବ।

ସେହିପରି ରାଜନହରରେ ଗଜପତି 16 ଶାସନର ବ୍ରାହ୍ମଣଙ୍କୁ ଗୁଆ ପ୍ରଦାନ କରି ବରଣ କରି ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠକୁ ଶୋଷଡ଼ ଉପଚାର ପୂଜା ପାଇଁ ପଠାଇବେ। ତେବେ ଶ୍ରୀକ୍ଷେତ୍ର ପୁରୀରେ ଚଳିତବର୍ଷ କିଭଳି ଶରତ କାଳୀନ ଷୋଡଶ ଉପଚାର ପୂଜା ନେଇ ବିଭିନ୍ନ ଶକ୍ତିପୀଠ ଗୁଡିକରେ ପ୍ରସ୍ତୁତି ରହିଛି, ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ରିପୋର୍ଟର ଶକ୍ତି ପ୍ରସାଦ ମିଶ୍ର ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 8, 2020, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.