ETV Bharat / state

ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ, ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

author img

By

Published : Apr 21, 2021, 4:57 PM IST

ପୁରୀ ଜିଲ୍ଲା ନିମାପଡାରେ ଅଘଟଣ । ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ । ଅଧିକ ପଢନ୍ତୁ....

108 ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ
108 ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ

ପୁରୀ: ଜିଲ୍ଲା ସ୍ଥିତ ନିମାପଡା ବାମନାଳ ଠାରେ 108 ଆମ୍ବୁଲାନ୍ସ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।

108 ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ

ସୂଚନା ଅନୁଯାୟୀ ବାମନାଳ ମେଡିକାଲ ଛକଠାରେ ଏକ 108 ଆମ୍ବୁଲାନ୍ସ ଦ୍ରୁତଗତିରେ ଯାଉଥିଲା । ଏହି ସମୟରେ ରାହାଙ୍ଗଗୋରଡା ଗ୍ରାମପଞ୍ଚାୟତ ଆଳୋଇ ଗ୍ରାମର ଦେବ ମହାନ୍ତି ନାମକ ଜଣେ 70 ବର୍ଷୀୟ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଉପସ୍ଥିତ ଲୋକେ ଦେବଙ୍କୁ ଉଦ୍ଧାର କରି ନିମାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବାରୁ ପୋଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.