ETV Bharat / state

75 ବର୍ଷରେ ନବୀନ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

author img

By

Published : Oct 16, 2020, 6:30 AM IST

Updated : Oct 16, 2020, 6:36 AM IST

75 ବର୍ଷରେ ପଦାର୍ପଣ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲୁକା କଳା ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ପ୍ରତିକୃତିକୁ ଅତି ନିଖୁଣ ଭାବେ ତିଆରି କରି ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ସୁଦର୍ଶନ । ଅଧିକ ପଢନ୍ତୁ...

Odisha cm naveen patanaiks 75th birthday
Odisha cm naveen patanaiks 75th birthday

ପୁରୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 75 ବର୍ଷରେ ପଦାର୍ପଣ କରିଛନ୍ତି। ଯଦିଓ କୋରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ଚଳିତଥର ଜନ୍ମଦିନ ପାଳିବାକୁ ମନା କରିଛନ୍ତି ତଥାପି ବିଭିନ୍ନ ମହଲରୁ ନବୀନଙ୍କ ପାଖକୁ ଜନ୍ମ ଦିନର ଶୁଭେଚ୍ଛା ବାର୍ତ୍ତା ଛୁଟୁଛି। ଏହି ବିଶେଷ ଦିନ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ଚିତ୍ର କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

75 ବର୍ଷରେ ନବୀନ, ବାଲୁକା କଳାରେ ଶୁଭେଛା ଦେଲେ ସୁଦର୍ଶନ

ବାଲୁକାକଳାରେ ନବୀନ ପଟ୍ଟନାୟକଙ୍କ ପ୍ରତିକୃତିକୁ ଅତି ନିଖୁଣ ଭାବେ ତିଆରି କରିଛନ୍ତି ଶିଳ୍ପୀ ସୁଦର୍ଶନ। ଆଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘାୟୁ ହୋଇ ଆହୁରି ସଫଳତା ପାଆନ୍ତୁ ଏବଂ ରାଜ୍ୟ ବାସୀଙ୍କ ସେବା କରି ଚାଲନ୍ତୁ ବୋଲି ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 16, 2020, 6:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.