ETV Bharat / state

ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ଜନ ଆସନ୍ତୋଷ, ଆମରଣ ଅନଶନ

author img

By

Published : Jun 14, 2023, 8:24 PM IST

ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ଜନ ଆସନ୍ତୋଷ। ପିପିଲି ଡେଲାଙ୍ଗ ଅଞ୍ଚଳରେ ବିଜୁଳି ସମସ୍ୟାର ସ୍ଥାୟୀ ସମାଧାନ ନେଇ ଆମରଣ ଅନଶନ କରୁଛି ପିପିଲି ଡେଲାଙ୍ଗ ଜନ କଲ୍ୟାଣ ମଞ୍ଚ। ଅଧିକ ପଢ଼ନ୍ତୁ

ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ଜନ ଆସନ୍ତୋଷ
ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ଜନ ଆସନ୍ତୋଷ

ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ଜନ ଆସନ୍ତୋଷ

ପୁରୀ: ଜୋର ଧରିଲା ବିଦ୍ୟୁତ ବିଭ୍ରାଟ ବିରୋଧରେ ଜନଆନ୍ଦୋଳନ । ପିପିଲି ଡେଲାଙ୍ଗ ବିଜୁଳି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଆମରଣ ଅନଶନକୁ ଓହ୍ଲାଇ ପ୍ରତିବାଦ କରିଛି ପିପିଲି ଡେଲାଙ୍ଗ ଜନ କଲ୍ୟାଣ ମଞ୍ଚ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଭିନ୍ନ ବର୍ଗର ଲୋକେ । ପିପିଲିରେ ସୁଧୁରି ପାରିନି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା । ବିଦ୍ୟୁତ ବିଭାଗର ମନୋମୁଖୀ କାମ ପାଇଁ ପିପିଲି ଡେଲାଙ୍ଗ ଅଞ୍ଚଳର ଲୋକମାନେ ବହୁ ଦିନ ଧରି ବିଜୁଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେତେ ପ୍ରତିବାଦ କଲେ ମଧ୍ୟ ନା ବିଧାୟକ, ନା ଶକ୍ତିମନ୍ତ୍ରୀ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।

ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ ସ୍ଵାଭାବିକ ପରିସ୍ଥିତି ଆସିବା ପାଇଁ ୨୪ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା ବେଳେ ଲୋ' ଭୋଲ୍ଟେଜ ସମସ୍ୟା ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଏଥିରେ ସୁଧାର ଆସୁ ପାରୁନାହିଁ । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବାରୁ ଆମରଣ ଅନଶନକୁ ଓହ୍ଲାଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛି ପିପିଲି ଡେଲାଙ୍ଗ ଜନ କଲ୍ୟାଣ ମଞ୍ଚ । ମଞ୍ଚର ଆବାହକ ରାଧାମୋହନଙ୍କ ନେତୃତ୍ବରେ ପିପିଲି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇଛନ୍ତି ଛାତ୍ର, ଯୁବକ ଓ ସମାଜର ବିଭିନ୍ନ ବର୍ଗର ଲୋକମାନେ ଆନ୍ଦୋଳନ କରିଛନ୍ତି । ପିପିଲିରେ ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ସରକାର ପଦକ୍ଷେପ ନନେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

ପିପିଲିରେ ସାମାନ୍ୟ ପବନ ବର୍ଷାରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥାଏ ଏପରିକି ବିଦ୍ୟୁତ ସଂଯୋଗ ପାଇଁ ଅନେକ ସମୟ ଲାଗିଥାଏ । ବିଭାଗ ମରାମତି ପାଇଁ ମାସକୁ ୪/୫ଥର ମରାମତି ପାଇଁ ୬/୧୦ ଘଣ୍ଟା ବିଦ୍ୟୁତ୍‌ କାଟ କରୁଥିବା କରାଯାଉଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକ ଦିନ ୮/୧୦ ଥର ଅଘୋଷିତ ବିଦ୍ୟୁତ କାଟ କରୁଛି ବିଭାଗ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପିପିଲି ଜନସାଧାରଣ । ବିଦ୍ୟୁତ କାଟ ପାଇଁ ଶିକ୍ଷା ଓ ସ୍ଵାସ୍ଥ୍ୟରେ ବହୁଳ ପ୍ରଭାବ ପକାଉଛି, ଚାନ୍ଦୁଆ ଶିଳ୍ପ ଉପରେ ପ୍ରଭାବ ପଡିଛି, ବ୍ୟବସାୟମାନଙ୍କର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଛି । କ୍ଷୁଦ୍ର ଶିଳ୍ପ ଉପରେ ବିଦ୍ୟୁତ କାଟ ପ୍ରଭାବ ପଡିଛି । ନିମାପଡ଼ା ଦୀଘାଲୋ ଗ୍ରୀଡ଼କୁ ପରିବର୍ତ୍ତନ କରାଯାଇ ପିପିଲି ଦୁର୍ଗାଦାଶପୁର ଠନଠନାରେ ଗ୍ରୀଡକୁ କାର୍ଯ୍ୟ କ୍ଷମ କରିବା ପାଇଁ ଦାବି ରଖିଥିଛି ସଂଘ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.