ETV Bharat / state

ଜଗମୋହନ ମରାମତି କାମ ସରିଛି, ହାଇକୋର୍ଟଙ୍କୁ ଅବଗତ କଲା ASI

author img

By

Published : Jul 10, 2023, 5:40 PM IST

Updated : Jul 10, 2023, 8:48 PM IST

ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପ ମରାମତି କାମ ସମ୍ପୂର୍ଣ୍ଣ ହୋଇଥିବା ନେଇ ଆଜି ହାଇକୋର୍ଟଙ୍କୁ ଅବଗତ କରିଛି ଏଏସ୍‌ଆଇ । ସେପଟେ ରତ୍ନଭଣ୍ଡାର ଖୋଲିବା ନେଇ ସତ୍ୟପାଠ ଦାଖଲ କରିଛି ମନ୍ଦିର ପ୍ରଶାସନ । ଅଧିକ ପଢ଼ନ୍ତୁ..

ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ପ୍ରସଙ୍ଗ
ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ପ୍ରସଙ୍ଗ

ଜଗମୋହନ ମରାମତି କାମ ସରିଛି

କଟକ/ପୁରୀ: ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ପ୍ରସଙ୍ଗ । ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ ହୋଇଥିବା ନେଇ ଆଜି ହାଇକୋର୍ଟଙ୍କୁ ଅବଗତ କରିଛି ଏଏସ୍‌ଆଇ । ନାଟ ମଣ୍ଡପ ମରାମତି କାମ ସରିଥିବା ନେଇ କୋର୍ଟଙ୍କୁ ଅବଗତ କରିଛି ଏଏସ୍‌ଆଇ । ମରାମତି କାମ ସରିବା ନେଇ ସତ୍ୟପାଠ ଦାଖଲ ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିପରି ରତ୍ନଭଣ୍ଡାର ଖୋଲିବା ନେଇ ସତ୍ୟପାଠ ଦାଖଲ କରିଛି ମନ୍ଦିର ପ୍ରଶାସନ । ତେବେ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ କପି ସର୍ଭ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ପ୍ରତି ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ଅଗଷ୍ଟ ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା; ୪ ପକ୍ଷଙ୍କୁ ନୋଟିସ, ଅଗଷ୍ଟ ୭ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ

ତେବେ ଗତ ଶୁଣାଣୀ ସମୟରେ ରତ୍ନଭଣ୍ଡାର କେବେଠାରୁ ବନ୍ଦ ରହିଛି, କେତେ ସମ୍ପତ୍ତି ଅଛି, ତାର ସ୍ଥିତି ସମ୍ପର୍କରେ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସେହିପରି ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ନେଇ କୋର୍ଟରେ ମଧ୍ୟ ଶୁଣାଣି ହୋଇଥିଲା । ପୁରୀରେ ଏଏସ୍‌ଆଇର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୁବଶୀଘ୍ର ଖୋଲାଯିବ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଡେପୁଟି ସଲିସିଟର ଜେନେରାଲ । ତେବେ ଗତ ଶୁଣାଣୀ ସମୟରେ ମାର୍ଚ୍ଚ ୩୧ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ମରାମତି ଶେଷ ହେବ ବୋଲି ଏଏସ୍‌ଆଇ କୋର୍ଟଙ୍କୁ ଅବଗତ କରାଇଥିଲେ । ଏହାସହ କୋଣାର୍କ ମନ୍ଦିରର ମରାମତି କାର୍ଯ୍ୟ ଜାରି ରହିଛି ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଏଏସ୍‌ଆଇ ।

ଏହା ମଧ୍ୟ ପଢ଼ନ୍ତୁ...ରତ୍ନ ଭଣ୍ଡାରର ଚାବି ହଜିବା ଘଟଣା, ଜୁଲାଇ ୧୦ ସୁଦ୍ଧା ଜବାଵ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତେବେ ବର୍ତ୍ତମାନ ରତ୍ନ ଭଣ୍ଡାର ଖୋଲିବା ନେଇ ବିଭିନ୍ନ ମହଲରେ ଦାବି ଜୋର ଧରିଛି । ଗତକାଲି ଶ୍ରୀମନ୍ଦିର ପରିଦର୍ଶନ ସମୟରେ ମଧ୍ୟ ଏହା ଉପରେ ମତ ରଖିଥିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ପ୍ରତି ୩ ବର୍ଷରେ ଥରେ ରତ୍ନ ଭଣ୍ଡାର ଖୋଲିବାର ନିୟମ ରହିଛି । ତେଣୁ ରତ୍ନ ଭଣ୍ଡାର ଖୋଲିବା ନିହାତି ଆବଶ୍ୟକ ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଏହା ସହିତ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି କରିବାକୁ ମଧ୍ୟ ସେ ମତ ରଖିଥିଲେ । ଅନ୍ୟପଟେ ରାଜ୍ୟରେ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଥିବା ବେଳେ ବିରୋଧୀ ଲଗାତାର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହାରି ମଧ୍ୟରେ ବିଜେପି ନେତା ସମୀର ମହାନ୍ତି ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଇଟିଭି ଭାରତ, କଟକ/ପୁରୀ

Last Updated : Jul 10, 2023, 8:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.